୬ ହଜାର ବ୍ୟାଙ୍କ ଅଫିସରୁ ଦଣ୍ଡିତ କରିଛି ଅର୍ଥମନ୍ତ୍ରାଳୟ

୬ ହଜାର ବ୍ୟାଙ୍କ ଅଫିସରୁ ଦଣ୍ଡିତ କରିଛି ଅର୍ଥମନ୍ତ୍ରାଳୟ

Republic World

ନୂଆଦିଲ୍ଲୀ : ଅର୍ଥ ମନ୍ତ୍ରାଳୟ ଗତ ଆର୍ଥିକ ବର୍ଷରେ ପ୍ରାୟ ୬ ହଜାର ବ୍ୟାଙ୍କ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତ୍ରୁଟିଯୁକ୍ତ ଓ ସଂଦିଗ୍ଧ ଉପାୟରେ ଋଣ ଦେଇଥିବାରୁ ବ୍ୟାଙ୍କ ଗୁଡିକର ଅନାଦେୟ ଋଣ ପରିମାଣ ବଢିଥିବାରୁ ଏମାନଙ୍କୁ ଦାୟୀ କରାଯାଇଛି । ତ୍ରୁଟି ଓ ଅପରାଧ ଅନୁସାରେ ଏସବୁ ଅଫିସରମାନଙ୍କୁ ଜରିମାନା ଲାଗୁ କରାଯାଇଛି ଅଥବା ବାଧ୍ୟତାମୂଳକ ଅବସର ଏପରିକି ଚାକିରିରୁ ବହିଷ୍କାର କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe