ଖାଦ୍ୟ ପ୍ରକ୍ରିୟାକରଣରେ ୬୫୦୦ କୋଟି ନିବେଶ; ପୂର୍ବ ଭାରତର ରପ୍ତାନି ହବ୍ ହେବ ଓଡ଼ିଶା : ପୁନିଆ

Advertisment

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର‌ର ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି। କିଛି ବର୍ଷ ଭିତରେ ଏହି କ୍ଷେତ୍ରରେ ୬୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବା ଲାଗି ୪୦ରୁ ଅଧିକ କମ୍ପାନି ଘୋଷଣା କରିଛନ୍ତି।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର‌ର ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି। କିଛି ବର୍ଷ ଭିତରେ ଏହି କ୍ଷେତ୍ରରେ ୬୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବା ଲାଗି ୪୦ରୁ ଅଧିକ କମ୍ପାନି ଘୋଷଣା କରିଛନ୍ତି।

food processing

ଭୁବନେଶ୍ବର: ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର‌ର ପୁଞ୍ଜିନିବେଶ ହାସଲ କରିବାରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି। କିଛି ବର୍ଷ ଭିତରେ ଏହି କ୍ଷେତ୍ରରେ ୬୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବା ଲାଗି ୪୦ରୁ ଅଧିକ କମ୍ପାନି ଘୋଷଣା କରିଛନ୍ତି। ସେମାନେ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା, ପ୍ୟାକେଟ୍‌ ଖାଦ୍ୟ, ସିଫୁଡ୍‌, ଦୁଗ୍ଧଜାତ ସାମଗ୍ରୀ, ଚକୋଲେଟ୍‌, ପାନୀୟ ଏବଂ ପର୍ସନାଲ୍‌ କେୟାର ଉତ୍ପାଦ ଆଦି ଉତ୍ପାଦନ କରିବା ଲାଗି ଶିଳ୍ପ ସ୍ଥାପନ କରୁଥିବା ଇପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂହ ପୁନିଆ କହିଛନ୍ତି।

‘ଇଟି’କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆଇଟିସି, ବ୍ରିଟାନିଆ, ପାର୍ଲେ ଆଗ୍ରୋ, ଅନ୍‌ମୋଲ୍ ବିସ୍କୁଟ୍‌ସ, ଇଣ୍ଡୋ‌ ନିସିନ୍ ଓ ନେସ୍‌ଲେ ଭଳି ଖ୍ୟାତନାମା କମ୍ପାନି ରାଜ୍ୟରେ କାରଖାନା ବସାଇଥିବା ବେଳେ ତାହାର ସମ୍ପ୍ରସାରଣ ମଧ୍ୟ କରୁଛନ୍ତି। ନୂଆ ଶିଳ୍ପ ପାର୍କ ଏବଂ ଉତ୍ସର୍ଗୀକୃତ ଭିତ୍ତିଭୂମି ଜରିଆରେ ଓଡ଼ିଶା କ୍ଲଷ୍ଟର ଆଧାରିତ ଶିଳ୍ପ ବିକାଶ ଉପରେ ଧ୍ୟାନ ଦେଉଛି। ବନ୍ଦର, ଲଜିଷ୍ଟିକ୍ସ ପାର୍କ ଓ ଦକ୍ଷତା ବିକାଶ ଆଦିର ସହଯୋଗରେ ଓଡ଼ିଶା ପୂର୍ବ ଭାରତର ଏଫ୍ଏମ୍‌ସିସି ଓ ପ୍ରକ୍ରିୟାକରଣ ଖାଦ୍ୟ ରପ୍ତାନି ହବ୍ ହେବାକୁ ଲକ୍ଷ୍ୟ ରଖିଥିବା ଶ୍ରୀ ପୁନିଆ କହିଛନ୍ତି।

ନିବେଶକମାନଙ୍କ ଲାଗି ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୨୨ରେ ସବ୍‌ସିଡି, ମାଲ ପରିବହନ ସହାୟତା ଭଳି ରହିଥିବା ବିଭିନ୍ନ ସୁବିଧାସୁଯୋଗ ଉପରେ ସେ ଆଲୋକପାତ କରିଛନ୍ତି। ଶିଳ୍ପର ଜମି ଆବଶ୍ୟକତା ପୂରଣ କରିବା ଲାଗି ରାଜ୍ୟରେ ୧.୫ ଲକ୍ଷ ଏକର୍‌ରୁ ଅଧିକ ଜମି ଚିହ୍ନଟ କରାଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ଓ ଏଫ୍ଏମ୍‌ସିଜି ପାଇଁ ଡେରାସ, ଖୋର୍ଦ୍ଧା ଓ ବାଲେଶ୍ବରରେ ସ୍ବତନ୍ତ୍ର ପାର୍କ ବିକାଶ କରାଯାଉଛି। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଅଧୀନରେ ମଧ୍ୟ ଉତ୍ସର୍ଗୀକୃତ ଶିଳ୍ପ ପାର୍କ ବିକାଶ କରାଯାଉଥିବା ସେ କହିଛନ୍ତି। 

ଶିଳ୍ପର ପରିବହନ ଆବଶ୍ୟକତା ପୂରଣ କରିବା ଲାଗି ପାରାଦୀପ-ଚୌଦ୍ବାର-ଢେଙ୍କାନାଳ-ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ସୁନ୍ଦରଗଡ଼-ରାଉରକେଲାକୁ ଯୋଡ଼ି ଏକ ଶିଳ୍ପ କରିଡର୍‌ ବିକାଶ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ଶ୍ରୀ ପୁନିଆ କହିଛନ୍ତି। କ‌େନକ୍ଟ ଓଡ଼ିଶା ଅଭିଯାନ ଅଧୀନରେ ସରକାର ରାଜ୍ୟର ଆଠଟି ସ୍ଥାନରେ ମଲ୍‌ଟିମୋଡାଲ୍ ଲଜିଷ୍ଟିକ୍‌ ପାର୍କ ବିକାଶ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe