ଶାଓମିକୁ ୬୫୩ କୋଟିର ଟିକସ ନୋଟିସ୍‌, ସୀମା ଶୁଳ୍କ ଠକେଇ ଅଭି‌ଯୋଗ

ଶାଓମିକୁ ୬୫୩ କୋଟିର ଟିକସ ନୋଟିସ୍‌, ସୀମା ଶୁଳ୍କ ଠକେଇ ଅଭି‌ଯୋଗ

The Google

ନୂଆଦିଲ୍ଲୀ: ଦେଶର ସ୍ମାର୍ଟଫୋନ୍ ବଜାରର ସିଂହ ଭାଗ ଦଖଲ କରିଥିବା ଚୀନ୍‌ର ସଂସ୍ଥା ଶାଓମିକୁ ୬୫୩ କୋଟି ଟଙ୍କାର ଟିକସ ନୋଟିସ୍‌ ଜାରି କରାଯାଇଛି। କଂପାନି ସୀମା ଶୁଳ୍କ ଠକେଇ କରିଥିବା ଅଭିଯୋଗ ରହିଛି। ସେହି ଆଧାରରେ ଏହି ନୋଟିସ୍ ପଠାଯାଇଛି। କିଛି ଦିନ ତଳେ ଆୟକର ବିଭାଗ ପକ୍ଷରୁ ଚୀନ୍‌ର ପ୍ରମୁଖ ଫୋନ୍ ନିର୍ମାତାଙ୍କ ବିଭିନ୍ନ କାର୍ଯ୍ୟାଳୟ ଓ ପରିସରରେ ଚଢ଼ଉ କରି ବିପୁଳ ପରିମାଣର କାଗଜପତ୍ର ଜବତ କରାଯାଇଥିଲା। ସେହି କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ବେଳେ ଶାଓମି କୋଟି କୋଟି ଟଙ୍କାର ସୀମା ଶୁଳ୍କ ଠକେଇ କରିଥିବା ଜଣାପଡ଼ିଛି। ଶାଓମିର ଭାରତୀୟ ଶାଖା କଂପାନି ଆମେରିକା ଓ ଚୀନ୍‌ରେ ଥିବା ସଂସ୍ଥାକୁ ରୟାଲ୍‌ଟି ଦେଉଥିବା ମଧ୍ୟ ଜଣାପଡ଼ିଛି। ଆଜି ଶାଓମି ପକ୍ଷରୁ କୁହାଯାଇଛି ଯେ ସମସ୍ତ ଭାରତୀୟ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ କଂପାନି ସର୍ବାଧିକ ଗୁରୁତ୍ବ ଦେଇଥାଏ। କଂପାନିକୁ ଯେଉଁ ନୋଟିସ୍ ଦିଆଯାଇଛି ତାହାର ଏବେ ଅନୁଧ୍ୟାନ କରାଯାଉଛି। ଏକ ଦାୟିତ୍ବବାନ ସଂସ୍ଥା ଭାବେ ଭାରତର କର୍ତ୍ତୃପକ୍ଷଙ୍କୁ ସମସ୍ତ ଆବଶ୍ୟକ କାଗଜପତ୍ର ଦେଇ ଆମେ ସାହାଯ୍ୟ କରିବୁ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍‌ଆଇ) ପକ୍ଷରୁ କୁହାଯାଇଛି ଯେ ଯେଉଁ ସବୁ ସାମଗ୍ରୀ ଆମଦାନି କରାଯାଉଥିଲା ତାହା ଉପରେ କଂପାନି ଦେଉଥିବା ରୟାଲ୍‌ଟିକୁ ହିସାବ ଖାତାରେ ଯୋଡ଼ାଯାଉନଥିଲା। ଏହା ସୀମା ଶୁଳ୍କ ନିୟମର ଖୋଲାଖୋଲି ଉଲ୍ଲଂଘନ ବୋଲି କୁହାଯାଇଛି। କାରବାର ମୂଲ୍ୟରେ ରୟାଲ୍‌ଟି ରାଶିକୁ ଯୋଡ଼ାଯାଉନଥିବାରୁ ତାହା ଉପରେ ଶାଓମି ଇଣ୍ଡିଆ ସୀମା ଶୁଳ୍କ ଦେଉନଥିଲା। ୨୦୧୭ ଏପ୍ରିଲ୍‌ ୧ରୁ ୨୦୨୦ ଜୁନ୍ ୩୦ ମଧ୍ୟରେ ହୋଇଥିବା ସୀମା ଶୁଳ୍କ ଠକେଇ ବାବଦରେ ଡିଆର୍‌ଆଇ ପକ୍ଷରୁ କଂପାନିକୁ ୬୫୩ କୋଟି ଟଙ୍କାର ‌ଟିକସ ନୋଟିସ୍ ପଠାଯାଇଛି। ଏହା ସହିତ ତିନିଟି କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। ଡିଆର୍‌ଆଇ ତଦନ୍ତରୁ ଜଣାପଡ଼ିଛି ଯେ କଂପାନି ଜାଣିଶୁଣି ସୀମା ଶୁଳ୍କ କମ୍ କରିବା ଲାଗି ଫୋନ୍‌ଗୁଡ଼ିକର ମୂଲ୍ୟ ହ୍ରାସ କରି ପ୍ରଦର୍ଶିତ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe