ପୁଣି ବେଲଗାମ ହେଲା ମୁଦ୍ରାସ୍ଫୀତି: ଓଡ଼ିଶାରେ ୬.୫୬%, ଦେଶରେ ୫.୪୯%କୁ ବୃଦ୍ଧି

Advertisment

ତଳକୁ ତଳ ଖସି ନିୟନ୍ତ୍ରଣ ମଧ୍ୟକୁ ଆସୁଥିବା ଖୁଚୁରା ଦରଦାମ୍‌ ପୁଣି ଥରେ ବେଲଗାମ ହୋଇପଡ଼ିଛି। ସେପ୍ଟେମ୍ବର ମାସରେ ବିଭିନ୍ନ ସାମଗ୍ରୀ ଓ ସେବାର ଖୁଚୁରା ଦରରେ ଘଟିଥିବା ବୃଦ୍ଧି ପ୍ରଭାବରେ ରାଜ୍ୟର ମୁଦ୍ରାସ୍ପୀତି ହାର ୬.୫୬ ପ୍ରତିଶତକୁ ବୃଦ୍ଧି ପାଇଛି।

ତଳକୁ ତଳ ଖସି ନିୟନ୍ତ୍ରଣ ମଧ୍ୟକୁ ଆସୁଥିବା ଖୁଚୁରା ଦରଦାମ୍‌ ପୁଣି ଥରେ ବେଲଗାମ ହୋଇପଡ଼ିଛି। ସେପ୍ଟେମ୍ବର ମାସରେ ବିଭିନ୍ନ ସାମଗ୍ରୀ ଓ ସେବାର ଖୁଚୁରା ଦରରେ ଘଟିଥିବା ବୃଦ୍ଧି ପ୍ରଭାବରେ ରାଜ୍ୟର ମୁଦ୍ରାସ୍ପୀତି ହାର ୬.୫୬ ପ୍ରତିଶତକୁ ବୃଦ୍ଧି ପାଇଛି।

gdjdggjgjjgjgdj

ଭୁବନେଶ୍ବର: ତଳକୁ ତଳ ଖସି ନିୟନ୍ତ୍ରଣ ମଧ୍ୟକୁ ଆସୁଥିବା ଖୁଚୁରା ଦରଦାମ୍‌ ପୁଣି ଥରେ ବେଲଗାମ ହୋଇପଡ଼ିଛି। ସେପ୍ଟେମ୍ବର ମାସରେ ବିଭିନ୍ନ ସାମଗ୍ରୀ ଓ ସେବାର ଖୁଚୁରା ଦରରେ ଘଟିଥିବା ବୃଦ୍ଧି ପ୍ରଭାବରେ ରାଜ୍ୟର ମୁଦ୍ରାସ୍ପୀତି ହାର ୬.୫୬ ପ୍ରତିଶତକୁ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଓଡ଼ିଶାରେ ଦରଦାମ୍ ଚାପ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ରହିଛି। ସହରାଞ୍ଚଳରେ ଖୁଚୁରା ମୁଦ୍ରାସ୍ଫୀତି ୫.୨୩ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ତାହା ୭.୦୩ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଅଗଷ୍ଟ ମାସରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୫.୬୩ ପ୍ରତିଶତ ଥିଲା। ଅର୍ଥନୀତିଜ୍ଞଙ୍କ ମତରେ କାରଖାନାରେ ତିଆରି ହେଉଥିବା କିମ୍ବା ପ୍ୟାକେଟ୍‌ରେ ମିଳୁଥିବା ଜିନିଷ ମହଙ୍ଗା ହେଲେ ସହରାଞ୍ଚଳରେ ଦରଦାମ୍ ବଢ଼ିଥାଏ। ଗ୍ରାମାଞ୍ଚଳରେ ଦରଦାମ୍‌ ବଢ଼ୁଥିବାର ଅର୍ଥ ହେଉଛି କୃଷି କ୍ଷେତ୍ର ଉପରେ ଚାପ ରହିଛି। ଯେହେତୁ ଗ୍ରାମୀଣ ଲୋକମାନେ କୃଷି କ୍ଷେତ୍ରରୁ ମିଳୁଥିବା ଜିନିଷ ଉପରେ ନିର୍ଭରଶୀଳ, ତେଣୁ ସେଗୁଡ଼ିକର ଅଭାବ ଦେଖାଦେଲେ ସେମାନଙ୍କୁ ବାଧ୍ୟ ହୋଇ ବଜାରରୁ ସେହି ଜିନିଷ କିଣିବାକୁ ପଡ଼ିଥାଏ।

କିଛି ମାସ ପୂର୍ବେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ହାର ସାରା ଦେଶରେ ସର୍ବାଧିକ ରହୁଥିଲା। ମାତ୍ର ସେପ୍ଟେମ୍ବର ତଥ୍ୟ ଉପରେ ନଜର ପକାଇବା ପରେ ଜଣାପଡ଼ିଛି ଯେ ବିହାର ଦେଶର ସବୁଠୁ ମହଙ୍ଗା ବଜାର ଭାବେ ଉଭା ହୋଇଛି। ସେଠାରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୫୦ ପ୍ରତିଶତ ରହିଛି। ଏହା ପଛକୁ ଥିବା ଛତିଶଗଡ଼ରେ ଏହି ହାର ୭.୩୬ ପ୍ରତିଶତ ରହିଛି। ଉତ୍ତରପ୍ରଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୪ ପ୍ରତିଶତ ରହିଛି। ଓଡ଼ିଶାର ମୁଦ୍ରାସ୍ଫୀତି ଚତୁର୍ଥ ସର୍ବାଧିକ ଥିବା ବେଳେ ହରିୟାଣା (୬.୨୦ ପ୍ରତିଶତ) ପଞ୍ଚମ ଏବଂ ଗୁଜରାଟ (୬.୦୫ ପ୍ରତିଶତ) ଷଷ୍ଠ ସ୍ଥାନରେ ରହିଛି। 

ସର୍ବଭାରତୀୟ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ଗତ ୯ ମାସ ମଧ୍ୟରେ ସର୍ବାଧିକ। ନିକଟରେ ଶେଷ ହୋଇଥିବା ସେପ୍ଟେମ୍ବର ମାସରେ ପନିପରିବା, ଖାଦ୍ୟ ଓ ପାନୀୟ, ପାନ, ତମାଖୁ, ମାଦକ ଦ୍ରବ୍ୟ, ପୋଷାକ, ଜୋତା ଚପଲ, ବାସଗୃହ, ଇନ୍ଧନ ଓ ଆଲୋକ ଆଦି ମହଙ୍ଗା ହୋଇଥିଲା। ବିଶେ‌ଷ କରି ଟମା‌ଟୋ, ଆଳୁ ଓ ପିଆଜ କିଣିବା ଲାଗି ଲୋକମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଖୁଚୁରା ମୁଦ୍ରାସ୍ପୀତି ପୁଣି ବେଲଗାମ ହୋଇପଡ଼ିଥିବାରୁ ନିକଟ ଭବିଷ୍ୟତରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହ୍ରାସ କରିବାର କମ୍ ସମ୍ଭାବନା ରହିଛି। ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରୁ ନିମ୍ନ ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe