ଓଏମ୍‌ସିର ୬୭ତମ ବାର୍ଷିକ ଉତ୍ସବ

ଓଏମ୍‌ସିର ୬୭ତମ ବାର୍ଷିକ ଉତ୍ସବ

ଭୁବନେଶ୍ବର : ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ୬୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଗତ ୨୮ ଓ ୨୯ ତାରିଖ ଦୁଇଦିନ ଧରି ଉକ୍ତ ଉତ୍ସବ ହୋଇଥିଲା‌। ଏଥିରେ ମୁଖ୍ୟ ଅତିଥି ଭାବେ ଇସ୍ପାତ, ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ। ଏହି ଅବସରରେ ସେ ଓଏମ୍‌ସି କିଭଳି ରାଜ୍ୟର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରୁଛି ତାହାର ଅବତାରଣା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ତଥା ଓଏମ୍‌ସିର ଅଧ୍ୟକ୍ଷ ଦେଓରଂଜନ କୁମାର ସିଂହ, ଓଏମ୍‌ସିର ଏମ୍‌ଡି ବଲୱନ୍ତ ସିଂହ ଏବଂ ଖଣି ଉପଦେଷ୍ଟା ଦୀପକ ମହାନ୍ତି ଅତିଥି ଭାବେ ଯୋଗଦେଇ ସେମାନଙ୍କ ମତ ରଖିଥିଲେ। ଏହି ଉତ୍ସବରେ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଓଏମ୍‌ସି କର୍ମଚାରୀ ଓ ଅନ୍ୟ କଳାକାରମାନଙ୍କ ଦ୍ବାରା ପାରମ୍ପରିକ ଓ ଆଧୁନିକ ନୃତ୍ୟ ସହିତ ଗୀତ, ବ୍ୟଙ୍ଗ ଓ ଡ୍ରାମା ଆୟୋଜନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe