ଋଣ ସୁଧ କମାଇଲେ ୭ ବ୍ୟାଙ୍କ

Advertisment
ଋଣ ସୁଧ କମାଇଲେ ୭ ବ୍ୟାଙ୍କ

UConn Today - University of Connecticut

ନୂଆଦିଲ୍ଲୀ: ଏକାଧିକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଇତିମଧ୍ୟରେ ଋଣ ସୁଧ ହାର ହ୍ରାସ ଘୋଷଣା କରିଛନ୍ତି। ବ୍ୟାଙ୍କ ଅଫ୍ ବରୋଦା ଆଜି ଏହାର ଋଣ ସୁଧ ହାରରେ ୦.୦୫ ପ୍ରତିଶତ ହ୍ରାସ ଘୋଷଣା କରିଛି। ଫଳରେ ଏହି ବ୍ୟାଙ୍କର ଏମ୍‌ସିଏଲ୍‌ଆର୍‌ ୭.୬୫% ପରିବର୍ତ୍ତେ ୭.୬୦%କୁ କମିଯାଇଛି। ଜୁଲାଇ ୧୨ ତାରିଖରୁ ଏହାକୁ ଲାଗୁ କରାଯିବ। ଗତମାସରେ ବ୍ୟାଙ୍କ ଅଫ୍ ବରୋଦା ଏହାର ଏମସିଏଲଆରରେ ୦.୧୫ ପ୍ରତିଶତ ହ୍ରାସ ଘାଷଣା କରିଥିଲା। ଏତଦବ୍ୟତୀତ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ମଧ୍ୟ ଏହାର ସୁଧ ହାର ୨୦ ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରିଛି। ଆଜି ସୁଦ୍ଧା ୭ଟି ବ୍ୟାଙ୍କ ସେମାନଙ୍କ ଋଣ ସୁଧ ହାର ହ୍ରାସ ଘୋଷଣା କଲେଣି।

ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ବଳ୍ପ ଅବଧି ପାଇଁ ଏହାର ଏମ୍‌ସିଏଲ୍‌ଆର୍‌ରେ ୫ରୁ ୧୦ ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରିଥିଲା, ଯାହାକି ଶୁକ୍ରବାରଠାରୁ କାର୍ଯ୍ୟକାରୀ ହୋଇଛି। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ମଧ୍ୟ ବିଭିନ୍ନ ଅବଧିର ଏମ୍‌ସିଏଲ୍‌ଆର୍‌ରେ ୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ଚଳିତ ସପ୍ତାହରେ କାନାରା ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟ ସେମାନଙ୍କ ଏମ୍‌ସିଏଲ୍‌ଆର୍‌ରେ ୧୦ରୁ ୨୦ ବେସିସ୍ ପଏଣ୍ଟ ହ୍ରାସ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe