ନିର୍ମଳାଙ୍କ ବଜେଟ୍‌‌ ଟିମ୍‌ର ୬ ଚେହେରା: କୃଷ୍ଣମୂର୍ତ୍ତି ସୁବ୍ରମଣିଅନ, ଅଜୟ ଭୂଷଣ ପାଣ୍ଡେ, ଟି ଭି ସୋମନାଥନ୍

Advertisment

ତରୁଣ ବଜାଜ୍, ଦେବାଶିଷ ପଣ୍ଡା, ତୁହିନ୍‌କାନ୍ତ ପାଣ୍ଡେ

ତରୁଣ ବଜାଜ୍, ଦେବାଶିଷ ପଣ୍ଡା, ତୁହିନ୍‌କାନ୍ତ ପାଣ୍ଡେ

ନିର୍ମଳାଙ୍କ ବଜେଟ୍‌‌ ଟିମ୍‌ର ୬ ଚେହେରା: କୃଷ୍ଣମୂର୍ତ୍ତି ସୁବ୍ରମଣିଅନ, ଅଜୟ ଭୂଷଣ ପାଣ୍ଡେ, ଟି ଭି ସୋମନାଥନ୍

କୃଷ୍ଣମୂର୍ତ୍ତି ସୁବ୍ରମଣିଅନ
‌ସେ ହେଉଛନ୍ତି ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା। ଚିକାଗୋ ବିଶ୍ବବିଦ୍ୟାଳୟର ବୁଥ୍‌ ସ୍କୁଲ୍ ଅଫ୍ ବିଜନେସ୍‌ରୁ ପିଏଚ୍‌ଡି କରିଥିବା କୃଷ୍ଣମୂର୍ତ୍ତି ଇଣ୍ଡିଆନ୍ ସ୍କୁଲ୍‌ ଅଫ୍ ବିଜନେସ୍‌ରେ ଶିକ୍ଷାଦାନ କରୁଥିଲେ। ତାଙ୍କୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ କରାଯିବା ପରେ ସେ ଶିକ୍ଷାଦାନରୁ ବିରତି ନେଇଛନ୍ତି। ବ୍ୟାଙ୍କିଙ୍ଗ୍‌, କର୍ପୋରେଟ୍ ପ୍ରଶାସନ ଏବଂ ଆର୍ଥିକ ନୀତି କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି। ସେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ବନ୍ଧନ ବ୍ୟାଙ୍କ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କ ମ୍ୟାନେଜମେଣ୍ଟ୍‌ ଓ ଆର୍‌ବିଆଇ ଏକାଡେମି ବୋର୍ଡରେ ମଧ୍ୟ ସେ କାମ କରିଛନ୍ତି।

ଅଜୟ ଭୂଷଣ ପାଣ୍ଡେ
୧୯୮୪ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅଜୟ ଭୂଷଣ ପାଣ୍ଡେ ହେଉଛନ୍ତି ଦେଶର ରାଜସ୍ବ ସଚିବ। ଆଧାର ପରିଚୟପତ୍ର ଦ‌ାୟିତ୍ବରେ ଥିବା ସଂସ୍ଥା ୟୁଆଇଡିଏଆଇର ସିଇଓ ଭାବେ ମଧ୍ୟ ସେ କାମ କରିଛନ୍ତି। ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିବା ଅଜୟ ମିନେସୋନା ବିଶ୍ବବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସର ପିଏଚ୍‌ଡି କରିଛନ୍ତି। ପାଣ୍ଠି ଯୋଗାଡ଼ର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତାଙ୍କ ଉପରେ ରହିଛି।

ଟି ଭି ସୋମନାଥନ୍
ସେ ହେଉଛନ୍ତି ବ୍ୟୟ ବିଭାଗର ସଚିବ। ବିଶ୍ବବ୍ୟାଙ୍କରେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କ ପାଖରେ ରହିଛି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ମଧ୍ୟ କାମ କରିଛନ୍ତି। ୧୯୮୭ ବ୍ୟାଚ୍‌ର ତାମିଲନାଡୁ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ସୋମନାଥନ୍ କଲିକତା ବିଶ୍ବବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ପିଏଚ୍‌ଡି କରିଛନ୍ତି।

ତରୁଣ ବଜାଜ୍
ତରୁଣ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ୧୯୮୮ର ହରିୟାଣା ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ତରୁଣ ଅର୍ଥ ମନ୍ତ୍ରଣାଳୟ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାମ କରୁଥିଲେ। ବିଭିନ୍ନ ପ୍ରୋତ୍ସାହନ ପ୍ୟା‌କେଜ୍ ପ୍ରସ୍ତୁତିରେ ସେ ସଂପୃକ୍ତ ଥିଲେ। ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ପ୍ରସ୍ତୁତି‌ରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।

ଦେବାଶିଷ ପଣ୍ଡା
ଦେବାଶିଷ ହେଉଛନ୍ତି ଆର୍ଥିକ ‌ସେବା ବିଭାଗର ସଚିବ। ବିତ୍ତୀୟ କ୍ଷେତ୍ରକୁ ନେଇ ବଜେଟ୍‌ରେ ହେବାକୁ ଥିବା ବିଭିନ୍ନ ପ୍ରକାର ଘୋଷଣାର ଦାୟିତ୍ବ ତାଙ୍କ ଉପରେ ରହିଛି। ୧୯୮୭ର ଉତ୍ତରପ୍ରଦେଶ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଦେବାଶିଷ ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।

ତୁହିନ୍‌କାନ୍ତ ପାଣ୍ଡେ
ତୁହିନ୍‌କାନ୍ତ ହେଉଛନ୍ତି ନିବେଶ ଓ ସାର୍ବଜନୀନ ସମ୍ପତ୍ତି ବିଭାଗର ସଚିବ। ୨୦୧୯ ଅକ୍ଟୋବରରେ ସେ ଦିପମ୍ ବିଭାଗର ସଚିବ ପଦରେ ଅବସ୍ଥାପିତ ହୋଇଥିଲେ। ୧୯୮୭ ବ୍ୟାଚ୍‌ର ଏହି ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ପୁଞ୍ଜିପ୍ରତ୍ୟାହାରକୁ ନେଇ ନିଷ୍ପତ୍ତି ନେବେ। କେନ୍ଦ୍ର ସରକାର ପୁଞ୍ଜିପ୍ରତ୍ୟାହାର ଜରିଆରେ ପାଣ୍ଠି ଯୋଗାଡ଼ କରିବା ଉପରେ ବିଶେଷ ଗୁରୁତ୍ବ ଦେଉଥିବାରୁ ତୁହିନ୍‌କାନ୍ତଙ୍କ ଉପରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe