୭୦୦୦ କୋଟିର ବ୍ୟାଙ୍କ ଠକେଇ, ୧୯୦ଟି ସ୍ଥାନରେ ଚଢ଼ଉ

Advertisment

୧୦୦୦ ଅଧିକାରୀ ସାମିଲ ଥିଲେ

୧୦୦୦ ଅଧିକାରୀ ସାମିଲ ଥିଲେ

ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି, ସୁଶାନ୍ତ ମାମଲାରେ ସିବିଆଇ ତଦନ୍ତ କେବଳ ମହାରାଷ୍ଟ୍ରର ଅଧିକାର: ଶିବସେନା

ନୂଆଦିଲ୍ଲୀ: ବ୍ୟାଙ୍କ ଠକେଇକୁ ନେଇ ସିବିଆଇ ପକ୍ଷରୁ ଆଜି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦେଶର ୧୯୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। ସକାଳ ପ୍ରହରରେ ସିବିଆଇର ଟିମ୍ ତରଫରୁ ଏହି ଚଢ଼ଉ ଆରମ୍ଭ ହୋଇ ଦିନତମାମ ଚ‌ାଲିିଥିଲା। ବ୍ୟାଙ୍କ ଠକେଇ ବିରୋଧରେ ଏହା ସିବିଆଇର ସର୍ବବୃହତ ଚଢ଼ଉ ଥିଲା ବୋଲି କୁହାଯାଇଛି।

ସିବିଆଇ ପକ୍ଷରୁ ପ୍ରାୟ ସାତ ହଜାର କୋଟି ଟଙ୍କା ଜଡ଼ିତ ଥିବା ୪୨ଟି ବ୍ୟାଙ୍କ ଠକେଇ ମାମଲା ଦାୟର କରିବା ପରେ ଏହି ଚଢ଼ଉ କରାଯାଇଛି। ଆଜି ସକାଳେ ସିବିଆଇ ପକ୍ଷରୁ ଦିଲ୍ଲୀ, ଗୁରୁଗାଓଁ, ଚଣ୍ଡିଗଡ଼, ଲୁଧିଆନା, ଡେରାଡୁନ, ନୋଏଡା, ବାରାମତି, ମୁମ୍ବାଇ, ଥାନେ, ସିଲଭାସା, କଲ୍ୟାଣ, ଅମୃତସର, ଫରିଦାବାଦ, ବେଙ୍ଗାଲୁରୁ, ତ୍ରିପୁରା, ଚେନ୍ନାଇ, ମଦୁରାଇ, କ୍ବିଲନ୍, କୋଚିନ୍, ଭାବନଗର, ସୁରଟ, ଅହମ୍ମଦାବାଦ, କାନପୁର, ଗାଜିଆବାଦ, ଭୋପାଳ, ବାରଣାସୀ, ଚନ୍ଦୌଲି, ଭାଟିଣ୍ଡା, ଗୁରଦାସପୁର, ମୋରେନା, କୋଲକାତା, ପାଟନା, କ୍ରିଷ୍ଣା ଓ ହାଇଦ୍ରାବାଦ ସହରର ୧୯୦ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଠକେଇଗୁଡ଼ିକ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍‌ କମର୍ସ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ, କାନାରା ବ୍ୟାଙ୍କ, ଦେନା ବ୍ୟାଙ୍କ, ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆଇଡିବିଆଇ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କରେ ହୋଇଛି।

ଷ୍ଟେଟ୍‌ ବ୍ୟାଙ୍କର ଭୋପାଳ ଶାଖାରୁ ୬୦୦୦ କୋଟି ଟଙ୍କାର ଋଣ ନେବା ଲାଗି ଜାଲିଆତି କରିଥିବା ଆଡ୍‌ଭାଣ୍ଟେଜ୍ ଓଭରସିଜ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତାମାନଙ୍କ ବିରୋଧରେ ସିବିଆଇ ମାମଲା ଦାୟର କରିଛି। ଜାଲ କାଗଜପତ୍ର ଦେଇ ୧୨୯୦ କୋଟି ଟଙ୍କାର ଋଣ ନେଇଥିବା ଅନ୍ୟ ଏକ କଂପାନି ଏନେର୍ଗୋ ଇଞ୍ଜିନିୟରିଂ ପ୍ରୋଜେକ୍ଟସ୍‌ ଲିମିଟେଡ୍‌ ବିରୋଧରେ ମଧ୍ୟ ମାମଲା ଦାୟର ହୋଇଥିଲା।

୧୦୦୦ ଅଧିକାରୀ ସାମିଲ ଥିଲେ
ନୂଆଦିଲ୍ଲୀ: ବ୍ୟାଙ୍କରୁ ଋଣ ଅର୍ଥ ଆତ୍ମସାତ କରିଥିବା ଲୋକଙ୍କ ବିରୋଧରେ ସିବିଆଇ ପକ୍ଷରୁ ଆଜି ଦେଶବ୍ୟାପୀ ଯେଉଁ ବଡ଼ ଧରଣର ଚଢ଼ଉ କରାଯାଇଥିଲା ସେଥିରେ ୧୦୦୦ ପାଖାପାଖି ଅଧିକାରୀ ସାମିଲ ଥିଲେ। ସେମାନଙ୍କୁ ବିଭିନ୍ନ ଦଳରେ ଭାଗ କରାଯାଇଥିଲା। ଆଜି ସକାଳ ପ୍ରହରରୁ ଏକ ସମୟରେ ସେମାନେ ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୯୦ଟି ସ୍ଥାନରେ ଚଢ଼ଉ କରିଥିଲେ। ଋଣ ଠକେଇ କରିଥିବା ଲୋକଙ୍କ ଘରେ ପହଞ୍ଚି ପ୍ରମାଣ ଯୋଗାଡ଼ କରିଥିଲେ। ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ଦିନ ସାରା ଚଢ଼ଉ ଜାରି ରହିଥିଲା। ମହାରାଷ୍ଟ୍ରରେ ସର୍ବାଧିକ ୫୮ଟି ସ୍ଥାନରେ ଚଢ଼ଉ କରାଯାଇଥିବା ବେ‌ଳେ ପଞ୍ଜାବର ୩୨ଟି ସ୍ଥାନରେ ଚଢ଼ଉ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe