ନାଲ୍‌କୋ ନିଟ୍‌ ଲାଭରେ ୭୨% ବୃଦ୍ଧି

Advertisment
ନାଲ୍‌କୋରେ ୬୩୩ ବିସ୍ଥାପିତଙ୍କୁ ନିଯୁକ୍ତି: ଏମ୍‌ସିଏଲ୍‌ ପ୍ରକଳ୍ପ ପାଇଁ ୧୬,୨୯୭ ଲୋକ ବିସ୍ଥାପିତ

Business Standard

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ନାଲ୍‌କୋର ନିଟ୍ ଲାଭ ୭୨ ପ୍ରତିଶତ ବୃଦ୍ଧି ପାଇ ୬୦୧ କୋଟି ଟଙ୍କା ହୋଇଛି। ଗତ ଆର୍ଥିକ ବର୍ଷର ଏହି ସମୟରେ କମ୍ପାନିର ନିଟ୍ ଲାଭ ୩୪୯ କୋଟି ଟଙ୍କା ଥିଲା। ଏହି ସମୟରେ କମ୍ପାନି ୨୮୫୬ କୋଟି ଟଙ୍କାର ବ୍ୟବସାୟ କରିଛି। ଏହି ଅବସ‌ରରେ କମ୍ପାନିର ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି ଯେ ଉତ୍ପାଦନ କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ନିମନ୍ତେ କମ୍ପାନିର ପ୍ରତିବଦ୍ଧତା, ଉତ୍କଳ-ଡି କୋଇଲା ଖଣି ମାଧ୍ୟମରେ ପାୱାର ପ୍ଲାଣ୍ଟ ନିମନ୍ତେ ନିଜସ୍ବ ଆଭ୍ୟନ୍ତରୀଣ କୋଇଲା ଉତ୍ସର ବ୍ୟବସ୍ଥା ଏହି ସଫଳତାର ମୁଖ୍ୟ ଆଧାର ଅଟେ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇକ୍ବିଟି ସେୟାର ପିଛା କମ୍ପାନି ୨ ଟଙ୍କାର ଚୂଡ଼ାନ୍ତ ଲାଭାଂଶ ଘୋଷଣା କରିଛି, ଯାହାର ମୂଲ୍ୟ ହେଉଛି ୩୬୭.୩୩ କୋଟି ଟଙ୍କା। କମ୍ପାନି ବ୍ୟବସାୟ ପ୍ରଦର୍ଶନକୁ ଦୃଢ଼ କରିଥିବାବେଳେ ଆଲୁମିନିୟମ ଓ ଆଲୁମିନା କାରବାରରେ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe