ଓଡ଼ିଶା ଉପକୂଳରେ ୭୨୯ ମତ୍ସ୍ୟଗ୍ରାମ: ୭ ରାଜ୍ୟ ପାଇଁ ୨୫୫ କୋଟିର ପ୍ରକଳ୍ପ ଆରମ୍ଭ

Advertisment

ଦେଶରେ ୩୪୭୭ ମତ୍ସ୍ୟଗ୍ରାମ ରହିଥିବା ବେଳେ ସେଥିରୁ ୭୨୯ଟି ଗ୍ରାମ ଓଡ଼ିଶାରେ ରହିଛି। ମୁମ୍ବାଇରେ ଅନୁଷ୍ଠିତ ଉପକୂଳ ରାଜ୍ୟ ମତ୍ସ୍ୟ ସମ୍ମିଳନୀରେ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ଦେଶରେ ୩୪୭୭ ମତ୍ସ୍ୟଗ୍ରାମ ରହିଥିବା ବେଳେ ସେଥିରୁ ୭୨୯ଟି ଗ୍ରାମ ଓଡ଼ିଶାରେ ରହିଛି। ମୁମ୍ବାଇରେ ଅନୁଷ୍ଠିତ ଉପକୂଳ ରାଜ୍ୟ ମତ୍ସ୍ୟ ସମ୍ମିଳନୀରେ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।

ssccx

ମୁମ୍ବାଇ: ଦେଶରେ ୩୪୭୭ ମତ୍ସ୍ୟଗ୍ରାମ ରହିଥିବା ବେଳେ ସେଥିରୁ ୭୨୯ଟି ଗ୍ରାମ ଓଡ଼ିଶାରେ ରହିଛି। ମୁମ୍ବାଇରେ ଅନୁଷ୍ଠିତ ଉପକୂଳ ରାଜ୍ୟ ମତ୍ସ୍ୟ ସମ୍ମିଳନୀରେ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୬ ଗଣନା ଅନୁଯାୟୀ ପଶ୍ଚିମବଙ୍ଗରେ ୧୭୧ ମତ୍ସ୍ୟ ପଞ୍ଚାୟତ, ଆନ୍ଧ୍ରପ୍ରଦେଶରେ ୫୩୩ ମତ୍ସ୍ୟଗ୍ରାମ, ତାମିଲନାଡ଼ୁରେ ୫୭୫, କେରଳରେ ୨୨୦, କର୍ଣ୍ଣାଟକରେ ୧୬୨, ମହାରାଷ୍ଟ୍ରରେ ୫୨୬ ଓ ଗୁଜରାଟରେ ୨୮୦ ମତ୍ସ୍ୟଗ୍ରାମ ରହିଛି। ସମ୍ମିଳନୀରେ ଓଡ଼ିଶା ସମେତ ୭ଟି ଉପକୂଳ ରାଜ୍ୟ ପାଇଁ ୨୫୫ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଘୋଷଣା କରିଛନ୍ତି। 

ସମ୍ମିଳନୀରେ ପଞ୍ଚମ ସାମୁଦ୍ରିକ ମତ୍ସ୍ୟ ଗଣନା ପରିଚାଳନା, କଇଁଛ ବାହକ ଉପକରଣ ଉପରେ ମାର୍ଗଦର୍ଶିକା ଓ ମାଛଧରା ପୋତ ଯୋଗାଯୋଗ ଓ ସହାୟତା ବ୍ୟବସ୍ଥା ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଆରମ୍ଭ କରାଯାଇଛି। ପଞ୍ଚମ ମତ୍ସ୍ୟ ଗଣନାକୁ ନେଇ ପର୍ଯ୍ୟବେକ୍ଷକ ତାଲିମ, ଗ୍ରାମୱାରୀ ତଥ୍ୟ ଗଣନାକାରୀଙ୍କୁ ନିଯୁକ୍ତି ଓ ତାଲିମ ପରେ ୩ ମାସ ମଧ୍ୟରେ ପ୍ରକୃତ ଗଣନା କାର୍ଯ୍ୟ ଆରମ୍ଭ କରାଯିବ। ଡିସେମ୍ବର ସୁଦ୍ଧା ଏହି ଅଭିଯାନର ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ। ଏହି ଗଣନା ଦେଶର ୧୨ ଲକ୍ଷ ମତ୍ସ୍ୟଜୀବୀ ପରିବାରଙ୍କୁ ବାସ୍ତବ ସମୟ ମାନ୍ୟତା ପ୍ରଦାନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe