ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବ୍‌ସାଇଟ୍‌,୯୪ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବନ୍ଦ

Advertisment
ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବ୍‌ସାଇଟ୍‌,୯୪ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବନ୍ଦ

HW News

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ୨୦୨୧-୨୨ରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ୍ ଚ୍ୟାନେଲ୍‌ଗୁଡ଼ିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଠାକୁର କହିଛନ୍ତି ଯେ ମନ୍ତ୍ରଣାଳୟ ୯୪ଟି ୟୁଟ୍ୟୁବ୍‌ ଚ୍ୟାନେଲ, ୧୯ଟି ସୋସିଆଲ ମିଡିଆ ଆକାଉଣ୍ଟ୍‌ ଏବଂ ୭୪୭ଟି ୱେବସାଇଟ୍‌ (ୟୁଆର୍‌ଏଲ୍‌) ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେଗୁଡିକୁ ବନ୍ଦ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସୂଚନା ପ୍ରଯୁକ୍ତି ଅଧୀନିୟମ ୨୦୦୦ର ଧାରା ୬୯ଏ ଅନୁଯାୟୀ ନିଆଯାଇଛି। ମନ୍ତ୍ରୀ କହିଛନ୍ତି ଯେ ମିଥ୍ୟା ଖବର ପ୍ରସାରଣ କରି ଦେଶର ସାର୍ବଭୌମତ୍ୱ ବିରୋଧରେ କାର୍ଯ୍ୟ କରୁଥିବା ଏଜେନ୍ସିଗୁଡିକ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ରାଜ୍ୟସଭାରେ ମନ୍ତ୍ରୀ ଶ୍ରୀ ଠାକୁର ମିଥ୍ୟା ଖବରକୁ ରୋକିବା ଲାଗି ସରକାର ଗ୍ରହଣ କରୁଥିବା କଠୋର କାର୍ଯ୍ୟାନୁଷ୍ଠାନ ବିଷୟରେ ବିଶଦ ଆଲୋଚନା କରିଛନ୍ତି। ସେ କହିଛନ୍ତି, ତଥ୍ୟ ଯାଞ୍ଚ ନାମରେ କିଛି ଲୋକ ସମାଜରେ ଉତ୍ତେଜନା ସୃଷ୍ଟି କରିବା କାମ କରୁଛନ୍ତି। ସେମାନଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି। ମିଥ୍ୟା ଖବର ପ୍ରଚାରରୁ ବିରତ ରହିବା ଓ ଯେଉଁ ରାଜନେତା ସେଭଳି କାମ କରୁଛନ୍ତି ସେମାନଙ୍କୁ ଗଣମାଧ୍ୟମ ଗୁରୁତ୍ବ ନଦେଉ ବୋଲି ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe