କୋଇଲାରୁ ୭୯% ବିଦ୍ୟୁତ୍‌ ଉତ୍ପାଦନ

ଦେଶରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ଉପରେ ନିର୍ଭରଶୀଳତା ବଢ଼ୁଛି। ୨୦୨୩-୨୪ ଆର୍ଥିକବର୍ଷରେ ଏହା ୭୯ ପ୍ରତିଶତକୁ ବଢ଼ି ୧୬,୯୦୬ ପେଟାଜୁଲ୍‌ସରେ ପହଞ୍ଚିଛି ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଭାରତରେ...

କୋଇଲା ମନ୍ତ୍ର‌ାଳୟର କାରଣଦର୍ଶାଅ ନୋଟିସ୍‌ର ଉତ୍ତର ଦେଇଛି ଓସିପିଏଲ୍‌

ନୂଆଦିଲ୍ଲୀ: ଦେଶରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ଉପରେ ନିର୍ଭରଶୀଳତା ବଢ଼ୁଛି। ୨୦୨୩-୨୪ ଆର୍ଥିକବର୍ଷରେ ଏହା ୭୯ ପ୍ରତିଶତକୁ ବଢ଼ି ୧୬,୯୦୬ ପେଟାଜୁଲ୍‌ସରେ ପହଞ୍ଚିଛି ବୋଲି ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଭାରତରେ ଶକ୍ତି ପରିସଂଖ୍ୟାନ ୨୦୨୫ ରିପୋର୍ଟରୁ ଏହା ଜଣାଯାଇଛି। ଦେଶରେ ୨୦୧୪-୧୫ ବର୍ଷଠାରୁ ମୋଟ ଶକ୍ତି ଉତ୍ପାଦନରେ କୋଇଲାର ଅଂଶ ସର୍ବଦା ୭୦ ପ୍ରତିଶତରୁ ଅଧିକ ରହିଆସିଛି। କୋଇଲା ଉତ୍ପାଦନ ମଧ୍ୟ ୨୦୨୨-୨୩ ବର୍ଷରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି।

ରିପୋର୍ଟରୁ ଏହା ମଧ୍ୟ ଜଣାଯାଇଛି ଯେ ଦେଶରେ ମୋଟ ପ୍ରାଥମିକ ବିଦ୍ୟୁତ୍‌ ଯୋଗାଣ ୨୦୨୩-୨୪ରେ ୭.୮ ପ୍ରତିଶତ ବୃଦ୍ଧି ପାଇ ୯୦୩୧୫୮ କିଲୋଟନ୍ ତୈଳ ସମତୁଲରେ ପହଞ୍ଚିଛି। ବିଗତ ବର୍ଷଗୁଡ଼ିକ ମଧ୍ୟରେ ଭାରତରେ ମୁଣ୍ଡପିଛା ବିଜୁଳି ଖର୍ଚ୍ଚ ୨୦୧୪-୧୫ରେ ୧୪୬୮୨ ମେଗା ଜୁଲ୍‌ ରହିଥିବାବେଳେ ୨୦୨୩-୨୪ରେ ଏହା ୧୮୪୧୦ ମେଗା ଜୁଲ୍‌କୁ ବୃଦ୍ଧି ପାଇଛି, ଅର୍ଥାତ୍‌ ବାର୍ଷିକ ୨.୫୫ ପ୍ରତିଶତ ହାରରେ ଏହା ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe