ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ଣ୍ଣର ପଦ ଦୌଡ଼ରେ ୮ ଜଣ

Advertisment
ରିଜର୍ଭ ବ୍ୟାଙ୍କ ଖୋଲିଲା ନୂଆ ଫିନ୍‌ଟେକ୍ ବିଭାଗ

Livemint

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କରେ ଫାଙ୍କା ପଡ଼ିଥିବା ଡେପୁଟି ଗଭର୍ଣ୍ଣର ପଦ ଦୌଡ଼ରେ ୮ ଜଣ ସାମିଲ ହୋଇଛନ୍ତି। ଚଳିତ ମାସ ୨‌୩ରେ ‌କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଭିଡିଓ କନଫରେନ୍ସ ଜରିଆରେ ସେମାନଙ୍କ ସାକ୍ଷାତକାର ନେବ। କମିଟି ଯେଉଁ ନାମ ଚୟନ କରିବ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ ଥିବା ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି ନିକଟକୁ ପଠାଯିବ। ନୂଆ ଡେପୁଟି ଗଭର୍ଣ୍ଣର ଚୟନ କରିବା ଲାଗି ଗଠନ କରାଯାଇଥିବା କମିଟିରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅର୍ଥ ସଚିବ ଓ ଅନ୍ୟ ଦୁଇ ସ୍ବାଧୀନ ସଦସ୍ୟ ଅଛନ୍ତି। ଖାଲି ପଡ଼ିଥିବା ପଦଟି ରିଜର୍ଭ ବ୍ୟାଙ୍କ ଭିତରର ବ୍ୟକ୍ତିଙ୍କ ପାଇଁ ସଂରକ୍ଷିତ ରହିଛି।

ରିଜର୍ଭ ବ୍ୟାଙ୍କ ନିୟମ ଅନୁସାରେ ରିଜର୍ଭ ବ୍ୟାଙ୍କରେ ଚାରି ଜଣ ଡେପୁଟି ଗଭର୍ଣ୍ଣର ରହିବେ। ଦୁଇ ଜଣ ରିଜର୍ଭ ବ୍ୟାଙ୍କ ଭିତରର ବ୍ୟକ୍ତି, ଜଣେ ବାଣିଜ୍ୟିକ ବ୍ୟାଙ୍କର ବ୍ୟକ୍ତି ଓ ଆଉ ଜଣେ ଅର୍ଥନୀତିଜ୍ଞ ଡେପୁଟି ଗଭର୍ଣ୍ଣର ଭାବେ କାମ କରିବେ। ବର୍ତ୍ତମାନ ତିନି ଜଣ ଡେପୁଟି ଗଭର୍ଣ୍ଣର ରହିଛନ୍ତି। ସେମାନେ ହେଉଛନ୍ତି ବି ପି କାନୁନ୍‌ଗୋ, ଏମ୍ କେ ଜୈନ ଓ ମାଇକେଲ୍ ଦେବବ୍ରତ ପାତ୍ର। ଚଳିତ ବର୍ଷ ପ୍ରାରମ୍ଭରେ କାନୁନଗୋଙ୍କ କାର୍ଯ୍ୟକାଳକୁ ସରକାର ଅ‌ାଉ ବର୍ଷେ ପର୍ଯ୍ୟନ୍ତ ବଢ଼ାଇଥିଲେ। ୨୦୧୭ରେ ନିଯୁକ୍ତି ପାଇଥିବା କାନୁନ୍‌ଗୋଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ୍‌ ୩ରେ ଶେଷ ହେବାର ଥିଲା। ବ୍ୟାଙ୍କର ସବୁଠୁ ବରିଷ୍ଠ ଡେପୁଟି ଗଭର୍ଣ୍ଣର ଏନ୍ ଏସ୍‌ ସ୍ବାମିନାଥନ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ କାର୍ଯ୍ୟକାଳ ଶେଷ ହେବାର ତିନି ମାସ ପୂର୍ବରୁ ୍ଅବସର ନେବା ପରଠାରୁ ଏହି ପଦ ଖାଲିପଡ଼ିଛି। ଡେପୁଟି ଗଭର୍ଣ୍ଣରଙ୍କୁ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥାଏ। ଦରକାର ପଡ଼ିଲେ ତାଙ୍କ କାର୍ଯ୍ୟକାଳ ବଢ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe