‌ଚୋକ୍‌ସିଙ୍କୁ ଆଣିବା ଲାଗି ଡୋମିନିକାରେ ୮ ଜଣିଆ ଟିମ୍‌, ଟିମ୍‌ର ନେତୃତ୍ବ ନେଉଛନ୍ତି ମହିଳା ଅଧିକାରୀ

Advertisment

ଆଜି ପ୍ରତ୍ୟର୍ପଣ ମାମଲା ଶୁଣାଣି

ଆଜି ପ୍ରତ୍ୟର୍ପଣ ମାମଲା ଶୁଣାଣି

‌ଚୋକ୍‌ସିଙ୍କୁ ଆଣିବା ଲାଗି ଡୋମିନିକାରେ ୮ ଜଣିଆ ଟିମ୍‌, ଟିମ୍‌ର ନେତୃତ୍ବ ନେଉଛନ୍ତି ମହିଳା ଅଧିକାରୀ

ନୂଆଦିଲ୍ଲୀ: ପିଏନ୍‌ବି ଠକେଇର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ମେହୁଲ ଚୋକ୍‌ସିଙ୍କୁ ଡୋମିନିକାରୁ ଆଣିବା ଲାଗି ଭାରତର ଏଜେନ୍ସିଗୁଡ଼ିକ ଜୋରଦାର ଉଦ୍ୟମ କରୁଛନ୍ତି। ଭାରତୀୟ ଏଜେନ୍ସି ଯଥା ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଓ ବର୍ହି ବ୍ୟାପାର ମନ୍ତ୍ରଣାଳୟ ଆଦିର ସଦସ୍ୟମାନଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ୮ ଜଣିଆ ଟିମ୍‌ ଡୋମିନିକାରେ ପହଞ୍ଚିଛନ୍ତି। ଗତ ଶନିବାର ଏହି ଟିମ୍‌ ଏକ ପ୍ରାଇଭେଟ୍ ଜେଟ୍ ନେଇ ଦିଲ୍ଲୀରୁ ଡୋମିନିକା ଅଭିମୁଖେ ବାହାରିଥିଲା।

ଏହି ଟିମ୍‌ରେ ତିନିଟି ଏଜେନ୍ସିର ୨ ଜଣ ଲେଖାଏଁ ଓ ଦୁଇ ଜଣ ସିଆର୍‌ପିଏଫ୍ କମାଣ୍ଡୋ ରହିଛନ୍ତି। ସିବିଆଇର ବ୍ୟାଙ୍କିଙ୍ଗ୍‌ ଠକେଇ ମୁଖ୍ୟ ଶାରଦା ରାଉତ ଏହି ଟିମ୍‌ର ନେତୃତ୍ବ ନେଇଛନ୍ତି। ଡୋମିନିକା କୋର୍ଟରେ ଆସନ୍ତାକାଲି ଚୋକ୍‌ସିଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହେବ। ଡୋମିନିକା ପଠାଇବା ଲାଗି ପ୍ରସ୍ତୁତ କରାଯାଇଥିବା ଟିମ୍‌ର ସଦସ୍ୟମାନଙ୍କୁ ପ୍ରଥମେ ମୁମ୍ବାଇରୁ ଦିଲ୍ଲୀ ଅଣାଯାଇଥିଲା। ସେଠାରୁ ସେମାନେ ଆବଶ୍ୟକ ଦସ୍ତାବିଜ ଧରି ଡୋମିନିକା ଅଭିମୁଖେ ଯାତ୍ରା କରିଥିଲେ। ଗତ ଶନିବାର ଆଣ୍ଟିଗୁଆ ଓ ବରବୁଦାର ପ୍ରଧାନମନ୍ତ୍ରୀ ଗଷ୍ଟନ ବ୍ରାଉନ୍ କହିଥିଲେ ଯେ ଚୋକ୍‌ସିଙ୍କୁ ଆଣିବା ଲାଗି ଭାରତରୁ ଏକ ପ୍ରାଇଭେଟ୍ ଜେଟ୍ ଡୋମିନିକାରେ ପହଞ୍ଚିଛି।

ଏକ ରହସ୍ୟମୟ ଘଟଣାକ୍ରମରେ ଚୋକ୍‌ସି ହଠାତ୍‌ ଆଣ୍ଟିଗୁଆରୁ ନିଖୋଜ ହେବା ପରେ ଚଳିତ ମାସ ୨୬ରେ ଡୋମିନିକାରେ ଧରାପଡ଼ିଥିଲେ। ତାଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଦୁଇ ଦିନ ତଳେ ତାଙ୍କର କିଛି ଫଟୋ ସୋସିଆଲ୍ ମିଡିଆରେ ପୋ‌ଷ୍ଟ୍ ହୋଇଥିଲା। ସେଥିରେ ତାଙ୍କ ଏକ ଆଖି ସମ୍ପୂର୍ଣ୍ଣ ଲାଲ୍‌ ଥିବା ଓ ହାତରେ ମାଡ଼ ଦାଗ ଦେଖିବାକୁ ମିଳିଥିଲା। ଆଣ୍ଟିଗୁଆ, ଡୋମିନିକା ଓ ଭାରତର ମିଳିତ ଉଦ୍ୟମରେ ତାଙ୍କୁ ଅପହରଣ କରି ଡୋମିନିକା ଅଣାଯାଇଥିଲା ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe