୮୦% ବିମାନ ଉଡ଼ାଇବାକୁ ଅନୁମତି

Advertisment
ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ଅନ୍ତର୍ଜତୀୟ ବିମାନ ସେବା: ଓଡ଼ିଶାରୁ ବିଦେଶକୁ ବିମାନ ଉଡ଼ାଣ ପାଇଁ ଆଗ୍ରହ ନାହିଁ

National Hearld

ନୂଆଦିଲ୍ଲୀ: କରୋନା ମହାମାରୀ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିବା ବେଳେ ବିମାନ ସେବାରେ ମଧ୍ୟ ଉନ୍ନତି ହେବାରେ ଲାଗିଛି। ଦେଶ ଭିତରେ ଉଡ଼ୁଥିବା ବିମାନଗୁଡ଼ିକରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ମହାମାରୀ ପୂର୍ବରୁ ଯେତିକି ବିମାନ ଆକାଶରେ ଉଡ଼ୁଥିଲା ତାହାର ୮୦% ବିମାନ ଉଡ଼ାଇବାକୁ କେନ୍ଦ୍ର ସରକାର ବିମାନ କଂପାନିଗୁଡ଼ିକୁ ଅନୁମତି ଦେଇଛନ୍ତି। ଚଳିତ ବର୍ଷ ପଞ୍ଚମ ଥର ଲାଗି ବିମାନ କଂପାନିଗୁଡ଼ିକ କ୍ଷମତା ବଢ଼ାଇବା ଲାଗି ଅନୁମତି ଦିଆଯାଇଛି। ଏହା ପୂର୍ବରୁ ସେମାନଙ୍କୁ ୭୦% ବିମାନର ଉଡ଼ାଣ କରିବାକୁ ଅନୁମତି ଦିଆଯାଇଛି। ଦେଶର ଅଗ୍ରଣୀ ଘରୋଇ କ୍ଷେତ୍ରର ବିମାନ କଂପାନି ଇଣ୍ଡିଗୋ ଦିନକୁ ୧୦୦୦ଟି ବିମାନରେ ଯାତ୍ରୀ ସେବା ଯୋଗାଉଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଜଣାଇଛନ୍ତି ଯେ ମେ’ ୨୫ରେ ଦେଶ ଭିତରେ ଯାତ୍ରା କରୁଥିବା ବିମାନ ଯାତ୍ରୀଙ୍କ ସଂଖ୍ୟା ୩୦ ହଜାର ଥିଲା ଯାହା ନଭେମ୍ବର ୩୦ ସୁଦ୍ଧା ୨.୫୨ ଲକ୍ଷକୁ ବୃଦ୍ଧି ପାଇଛି। ସେଥିପାଇଁ ମନ୍ତ୍ରାଳୟ ତରଫରୁ କୋଭିଡ୍‌ ପୂର୍ବବର୍ତୀ ସମୟର ୮୦% ବିମାନ ଉଡ଼ାଇବା ଲାଗି କଂପାନିଗୁଡ଼ିକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe