Daily Mail
ଭୁବନେଶ୍ବର : ଘର କାମକୁ ଭାଗ ବାଣ୍ଟି କରିବାକୁ ପୁରୁଷମାନେ ସେତେଟା ଆଗ୍ରହ ପ୍ରକାଶ କରନ୍ତିନି। ଏକ ସର୍ଭେରେ ଭାଗ ନେଇଥିବା ୮୦% ମହିଳା ଭାବୁଛନ୍ତି ଯେ ପୁରୁଷମାନେ ଘର କାମ କରିବା ଜାଣିଛନ୍ତି, କିନ୍ତୁ ଜାଣିଶୁଣି ସେମାନେ ସେହି କାମ କରନ୍ତି ନାହିଁ। ୭୩% ପୁରୁଷ ସ୍ବୀକାର କରିଛନ୍ତି ଯେ ଅନ୍ୟମାନଙ୍କ ସହ ଏକାଠି ରହିବା ବେଳେ ଘର କାମର ଭାଗବଣ୍ଟା କରାଯାଇଥାଏ ଏବଂ ପ୍ରତି ସଦସ୍ୟ ନିଜ ଭାଗର କାମ କରନ୍ତି। ୮୫% ପୁରୁଷଙ୍କ ଏହି ବିଶ୍ବାସ ରହିଛି ଯେ ଘର କାମରେ ଘରଣୀଙ୍କୁ ସାହାଯ୍ୟ କଲେ ସମ୍ପର୍କ ଆହୁରି ଦୃଢ଼ ହୋଇଥାଏ। ପ୍ରତି ୧୦ରୁ ୭ ଜଣ ମହିଳା କହିଛନ୍ତି ଯେ ଲକ୍ଡାଉନ୍ ସମୟରେ ପୁରୁଷମାନେ ଘର କାମ କରିବାରେ ସାହାର୍ଯ୍ୟ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ତାହା ବନ୍ଦ କରିଦେଇଥିଲେ। ଘର କାମକୁ ଭାଗ ବାଣ୍ଟି କରିବା ନେଇ ଆଲୋଚନା ଆରମ୍ଭ କରିବାର ଏହା ଉପଯୁକ୍ତ ସମୟ ବୋଲି ୮୫% ମହିଳା ଭାବୁଛନ୍ତି। ଏହି ସର୍ଭେର ନିର୍ଯ୍ୟାସ ବିଷୟରେ ସଚେତନତା ସୃଷ୍ଟି କରିବା ଲାଗି ‘ସେୟାର ଦି ଲୋଡ୍’ ନାମରେ ଏରିଏଲ୍ ପକ୍ଷରୁ ମଧ୍ୟ ଏକ ନୂଆ ଅଭିଯାନ ଆରମ୍ଭ କରାଯାଇଛି।
Follow Us