ନୂଆଦିଲ୍ଲୀ: ସବୁଠାରୁ ଅଧିକ ଇଣ୍ଟରନେଟ ବ୍ୟବହାର କରୁଥିବା ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନରେ ଭାରତ ରହିଛି। ଇଣ୍ଟରନେଟ ବିନା ଜୀବନ କଳ୍ପନା କରିପାରୁ ନଥିବା ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। ଏହି ସର୍ବେକ୍ଷଣରେ ସବୁଠାରୁ ଆଗରେ ଭାରତ ରହିଛି ବୋଲି ସୂଚନା ମିଳିଛି।
୨୩ ଦେଶର ୧୮,୧୮୦ ଲୋକଙ୍କୁ ନେଇ ଏକ ସର୍ବେକ୍ଷଣ ହୋଇଥିଲା । ଏହି ସର୍ବେକ୍ଷଣ ଅନୁସାରେ କେବଳ ୧୮ ପ୍ରତିଶତ ଭାରତୀୟ ଇଣ୍ଟରନେଟ ବିନା ଚଳିପାରିବେ ବୋଲି ଜଣାପଡ଼ିଛି । ବାକି ୮୨ ପ୍ରତିଶତ ଲୋକ ଇଣ୍ଟରନେଟ ବିନା ଚଳି ପାରିବେ ନାହିଁ ବୋଲି କହିଛନ୍ତି। ୨୦୨୨ ପର୍ଯ୍ୟନ୍ତ ଭାରତରେ ଇଣ୍ଟରନେଟ ବ୍ୟବହାରକରୀଙ୍କ ସଂଖ୍ୟା ୫୪ ପ୍ରତିଶତ ବୃଦ୍ଧି ପାଇବ ୫୧ କୋଟି ହୋଇଯିବ ବୋଲି ଅନୁମାନ କରାଯାଇଛି। ଆଜିକା ତାରିଖରେ ଏହି ସଂଖ୍ୟା ୩୩ କୋଟିରୁ ମଧ୍ୟ ଅଧିକ ରହିଛି । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ଏବେ ଭାରତରେ ମୋବାଇଲ ଫୋନ୍ ଇଂଟରନେଟ୍ ଗ୍ରାହକଙ୍କ ସଂଖଞା ୨୪ ପ୍ରତିଶତ ରହିଛି।
Follow Us