୮୪ ବର୍ଷୀୟ ବ୍ୟକ୍ତିଙ୍କୁ ସମାଧାନ ଦାୟିତ୍ୱ

Advertisment
୮୪ ବର୍ଷୀୟ ବ୍ୟକ୍ତିଙ୍କୁ ସମାଧାନ ଦାୟିତ୍ୱ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପିଏନ୍‌ବିରୁ ୧୧୪୦୦ କୋଟି ଟଙ୍କା ଠକି ନେଇଥିବା ହୀରା ଗହଣା ଡିଜାଇନର ନିରବ ମୋଦିଙ୍କ ଘଟଣା ପଦାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରାଯାଇଛି। ୮୪ ବର୍ଷୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ୟେଜ୍‌ଦି ହୀର୍‌ଜି ମାଲେଗମ୍‌ଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ୨୦୧୬ ମସିହା ପର୍ଯ୍ୟନ୍ତ ମାଲେଗମ୍‌ ରିଜର୍ଭ ବ୍ୟାଙ୍କ ବୋର୍ଡର ସଦସ୍ୟ ରହିଥିଲେ। ରିଜର୍ଭ ବ୍ୟାଙ୍କ ବୋର୍ଡରେ ସବୁଠୁ ଅଧିକ ସମୟ ମାଲେଗମ୍‌ ସଦସ୍ୟ ରହି ସେବା ପ୍ରଦାନ କରିଛନ୍ତି। ବ୍ୟାଙ୍କର ଏନ୍‌ପିଏ ସ୍ଥିତି ସମେତ ଆର୍ଥିକ ଜାଲିଆତି ହେବାର ସମ୍ଭାବନା କେତେ ରହିଛି ତାହା ଉପରେ ୟେଜ୍‌ଦି କମିଟି ରିପୋର୍ଟ ଦେବ। ଏଥିସହିିତ ବ୍ୟାଙ୍କର ଏନ୍‌ପିଏ ସଂପର୍କରେ ମଧ୍ୟ କମିଟି ରିପୋର୍ଟ ଦେବ। ତେବେ ୟେଜ୍‌ଦି କମିଟିକୁ ନେଇ ଏବେ ଝଡ଼ ଆରମ୍ଭ ହେଲାଣି। ରିଜର୍ଭ ବ୍ୟାଙ୍କରେ ୟେଜ୍‌ଦିଙ୍କର ମାତ୍ରାଧିକ ପ୍ରଭାବ ରହିଛି ବୋଲି ବ୍ୟାଙ୍କର ମାନେ ମତ ଦେଲେଣି। ଏଥିସହିତ ସେ ଅନ୍ୟ ଯେଉଁସବୁ କାର୍ଯ୍ୟରେ ଜଡ଼ିତ ଅଛନ୍ତି ତାହା ରିଜର୍ଭ ବ୍ୟାଙ୍କ କମିଟିର ପରସ୍ପର ସ୍ୱାର୍ଥ ବିରୋଧୀ ହେବ ବୋଲି ଜଣାଯାଇଛି। କେୟାର ରେଟିଂସ୍‌ର ରେଟିଂ କମିଟିର ମୁଖ୍ୟ ଭାବେ ସେ ଦୀର୍ଘବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି। ବ୍ୟାଙ୍କ ଏବଂ ମାଲେଗମ୍‌ଙ୍କର ମତାମତ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe