୮୭% ବୟସ୍କ ଲୋକଙ୍କ ଆୟ ଉତ୍ସ ନାହିଁ

Advertisment
୮୭% ବୟସ୍କ ଲୋକଙ୍କ ଆୟ ଉତ୍ସ ନାହିଁ

ଭୁବନେଶ୍ୱର: ଦେଶର ୮୭% ବୟସ୍କ ଲୋକଙ୍କ ପାଖରେ କୌଣସି ଆୟ ଉତ୍ସ ନାହିଁ। ସେମାନେ ଟଙ୍କା ପାଇଁ ବିଶେଷ କରି ନିଜର ପିଲାମାନଙ୍କ ଉପରେ ନିର୍ଭରଶୀଳ। ଅବସର ସମୟ ପାଇଁ ଆବଶ୍ୟକ ପରିମାଣର ଟଙ୍କା ସଞ୍ଚୟ କରିବାରେ ସେମାନେ ବିଫଳ ହୋଇଥିବାରୁ ଏଭଳି ପରିସ୍ଥିତି ସେମାନଙ୍କୁ ସାମ୍ନା କରିବାକୁ ପଡ଼ୁଛି। ଦେଶର ଏକ ତୃତୀୟାଂଶ ଲୋକ ସଞ୍ଚୟକୁ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ ଦେଶରେ ସଞ୍ଚୟ ପରିମାଣ ବଢ଼ିବ ବୋଲି ୟୁଟିଆଇ ଆସେଟ୍‌ ମ୍ୟାନେଜମେଣ୍ଟ ଲିମିଟେଡ୍‌ର ସଭାପତି ତଥା କଣ୍ଟ୍ରି ମୁଖ୍ୟ ଦେବାଶିଷ ମହନ୍ତିି କହିଛନ୍ତି।ଏଠାରେ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ (ଆଇସିସି) ପକ୍ଷରୁ ଆୟୋଜିତ ଦ୍ୱିତୀୟ ସଞ୍ଚୟ କନ୍‌କ୍ଲେଭ୍‌ରେ ଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି ଆଗାମୀ ଦିନରେ ଅବସର ପରବର୍ତୀ ଜୀବନର ଚାପ ଲୋକମାନଙ୍କୁ ଅଧିକ ସଞ୍ଚୟ କରିବାକୁ ବାଧ୍ୟ କରିବ। ଲୋକମାନେ ଏବେ ସୁରକ୍ଷିତ ଉପାୟରେ ସଞ୍ଚୟ କରିବାକୁ ଚାହୁଛନ୍ତି। ସେଥିପାଇଁ ସେମାନେ ବ୍ୟାଙ୍କରେ ମିଆଦୀ ଜମା, ବୀମା, ସୁନା ଏବଂ ରିଅଲ ଇଷ୍ଟେଟ୍‌ ଆଦିରେ ନିବେଶ କରୁଛନ୍ତି। ଲୋକମାନେ ଆଗାମୀ ଦିନରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ରେ ଅଧିକ ନିବେଶ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଦେଶର ସଞ୍ଚୟ ହାର ବଢ଼ାଇବାରେ ପ୍ରଯୁକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଆକଳନ କରିଛନ୍ତି। ଏଭଳି ଦିନ ଆସିବ ଲୋକମାନେ ବିଭିନ୍ନ ପ୍ରକାର ସଞ୍ଚୟ ସୁବିଧାକୁ ଘରେ ବସି ଇଣ୍ଟରନେଟ୍‌ ଜରିଆରେ ହାସଲ କରିପାରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe