ବେଙ୍ଗାଲୁରୁ: ଜିଏସ୍ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ ରାଜ୍ୟଗୁଡ଼ିକୁ ୮୬୯୮ କୋଟି ଟଙ୍କା ପ୍ରଦାନ କରିଛି। ଅରୁଣାଚଳ ପ୍ରଦେଶ ଏବଂ ରାଜସ୍ଥାନ ବ୍ୟତୀତ ଅନ୍ୟ ରାଜ୍ୟଗୁଡ଼ିକୁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି। ଜିଏସ୍ଟି ଲାଗୁ ହେବା ପରେ ସେସ୍ ବାବଦରେ କେନ୍ଦ୍ର ସରକାର ଉକ୍ତ ଦୁଇ ମାସରେ ୧୫,୦୬୦ କୋଟି ଟଙ୍କା ଆଦାୟ କରିଛି। ମୋଟ ସେସ୍ ଅର୍ଥରୁ ୫୮ ପ୍ରତିଶତ ଅର୍ଥ ଜିଏସ୍ଟି କ୍ଷତିପୂରଣ ଭାବେ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଛି ବୋଲି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି। ଅରୁଣାଚଳ ପ୍ରଦେଶ କେତେକ ସମସ୍ୟା ଯୋଗୁଁ କୌଣସି କ୍ଷତିପୂରଣ ଦାବି କରିପାରିନାହିଁ। ରାଜସ୍ଥାନ କ୍ଷେତ୍ରରେ ମଧ୍ୟ ଅନ୍ୟ ସମସ୍ୟା ରହିଛି। ଫଳରେ ଏହି ଦୁଇ ରାଜ୍ୟକୁ ଜିଏସ୍ଟି କ୍ଷତିପୂରଣ ଦିଆଯାଇ ପାରିନାହିଁ। ଜିଏସ୍ଟି ଆଇନ ଅନୁଯାୟୀ ୨୮ ପ୍ରତିଶତ ଟିକସ ଉପରେ ବିଳାସପୂର୍ଣ୍ଣ କାର, ମୃଦୁପାନୀୟ ଏବଂ ତମାଖୁ ଆଦି ସାମଗ୍ରୀ ଉପରେ ସେସ୍ ଆଦାୟ କରାଯାଉଛି। ଚଳିତ ବର୍ଷ ଜୁଲାଇ ୧ରୁ ସାରା ଦେଶରେ ଜିଏସ୍ଟି ଲାଗୁ କରାଯାଇଛି। ଏଥିଯୋଗୁଁ ରାଜ୍ୟଗୁଡ଼ିକର ଯେଉଁ ରାଜସ୍ୱ ହାନି ହୋଇଛି ତାହାକୁ କେନ୍ଦ୍ର ସରକାର ଭରଣା କରିବେ।
୮୭୦୦ କୋଟି ଜିଏସ୍ଟି କ୍ଷତିପୂରଣ ଦେଇଛି କେନ୍ଦ୍ର
Advertisment
Follow Us