ସେନ୍‌ସେକ୍ସରେ ୮୭୯ ପଏଣ୍ଟ୍‌ ବୃଦ୍ଧି

Advertisment
ସମ୍ବତ ୨୦୭୮: ସେନସେକ୍ସ ୭ ବର୍ଷ ପରେ ତଳକୁ ଖସିଲା

businesstoday.in

ମୁମ୍ବାଇ: ଆଜିଠାରୁ ଦେଶରେ ଅନ୍‌ଲକ୍‌ ୧.୦ ଆରମ୍ଭ ହୋଇଥିବା ବେଳେ ତାହାର ପ୍ରଭାବ ବମ୍ବେ ଷ୍ଟକ ବଜାର କାରବାରରେ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଅର୍ଥନୀତି ସ୍ବାଭାବିକ ସ୍ଥିତିକୁ ଫେରିବାର ସମ୍ଭାବନା ସୃଷ୍ଟି ହୋଇଥିବାରୁ ନିବେଶକମାନେ ଆଜି ବିଭିନ୍ନ କଂପାନିର ସେୟାର କିଣିଛନ୍ତି। ଫଳରେ ଗତକାଲିର ବନ୍ଦ ତୁଳନାରେ ୮୭୯ ପଏଣ୍ଟ୍‌ ବୃଦ୍ଧି ସହ ସେନ୍‌ସେକ୍ସ ୩୩,୩୦୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି, ଜାତୀୟ ଷ୍ଟକ ବଜାରର ନିଫ୍‌ଟି ୨୪୬ ପଏଣ୍ଟ୍‌ ବୃଦ୍ଧି ପାଇ ୯୮୨୬ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଆଜି ବଜାଜ ଫାଇନାନ୍ସ, ଟାଟା ଷ୍ଟିଲ, ଟାଇଟାନ୍, ଏସବିଆଇ, ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଓ ଏଚ୍‌ଡିଏଫ୍‌ସିର ସେୟାର ମୂଲ୍ୟ ବଢ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe