ମୋଦୀ ସରକାରଙ୍କ ୯ ବର୍ଷ: ନିବେଶକ ମାଲେମାଲ

ସେନ୍‌ସେକ୍ସ, ନିଫ୍ଟିରେ ୧୫୦% ବୃଦ୍ଧି

ସେନ୍‌ସେକ୍ସରେ ୬୯୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନ ଷ୍ଟକ ବଜାର ନିବେଶକମାନଙ୍କ ଲାଗି ବରଦାନ ସାବ୍ୟସ୍ତ ହୋଇଛି। ଏହି ସମୟ ଭିତରେ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟିରେ ୧୫୦ ପ୍ରତିଶତ ବୃଦ୍ଧି ହୋଇଛି। ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ କଂପାନିଙ୍କ ବଜାର ପୁଞ୍ଜି ପରିମାଣ ତିନି ଗୁଣା ବୃଦ୍ଧି ପାଇଛି। ୨୦୧୪ ମେ’ରେ ମୋଦୀ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ବେଳେ ସେନ୍‌ସେକ୍ସ ୨୪,୭୧୬ ପଏଣ୍ଟ୍‌ ଓ ନିଫ୍ଟି ୭,୩୫୯ ପଏଣ୍ଟ୍‌ ଥିଲା। ଏବେ ସେନ୍‌ସେକ୍ସ ପ୍ରାୟ ୬୨,୦୦୦ ପଏଣ୍ଟ୍‌ରେ ଓ ନିଫ୍‌ଟି ୧୯,୦୦୦ ପଏଣ୍ଟ୍‌ ସ୍ତରରେ ରହିଛି। ୨୦୧୪ରେ ବମ୍ବେ ଷ୍ଟକ ବଜାରରେ ତାଲିକାଭୁକ୍ତ ଥିବା କଂପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୮୫,୨୦,୮୧୬ କୋଟି ଟଙ୍କା ଥିଲା। ଏବେ ତାହା ୨,୮୦,୩୩,୩୭୩ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ନିଫ୍ଟିରେ ନିବେଶ କରିଥିବା ନିବେଶକମାନଙ୍କ ସମ୍ପତ୍ତି ତିନି ଗୁଣା ବୃଦ୍ଧି ପାଇ ୨୮ ଲକ୍ଷ କୋଟି ଟଙ୍କା ହୋଇଯାଇଛି। ମୋଦୀ ସରକାରଙ୍କ କାର୍ଯ୍ୟକାଳରେ ଷ୍ଟକ ବଜାର ନିବେଶକମାନଙ୍କ ସମ୍ପତ୍ତିରେ ୨୦ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

ବିଗତ ୯ ବର୍ଷରେ ନିଫ୍‌ଟିର ଆଇଟି ସେୟାର ସର୍ବାଧିକ ୨୧୯ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଥିବା ବେଳେ ଆର୍ଥିକ ସେବା ୨୧୬ ପ୍ରତିଶତ, ବ୍ୟାଙ୍କ ୧୯୦ ପ୍ରତିଶତ, ଏମ୍ଏନ୍‌ସି ୧୮୬ ପ୍ରତିଶତ, ଏଫ୍ଏମ୍‌ସିଜି ୧୭୭ ପ୍ରତିଶତ, ସେବା କ୍ଷେତ୍ର ୧୭୦ ପ୍ରତିଶତ, ନିଫ୍‌ଟି-୫୦ ୧୪୯ ପ୍ରତିଶତ, ଶକ୍ତି ୧୪୦ ପ୍ରତିଶତ ଓ ଅଟୋମୋବାଇଲ୍‌ ସେୟାର ୧୧୫ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe