୯୦୦ ବେନାମୀ ସମ୍ପତ୍ତି ଜବତ

Advertisment
୯୦୦ ବେନାମୀ ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଆୟକର ବିଭାଗ ଦେଶରେ ୯୦୦ରୁ ଊର୍ଧ୍ୱ ବେନାମୀ ସମ୍ପତ୍ତି ଜବତ କରିଛି। ଏଥିରେ ଜମି, ଫ୍ଲାଟ୍‌ , ଦୋକାନ, ଗହଣା, ବ୍ୟାଙ୍କ ଜମା ଏବଂ ଗାଡ଼ି ଆଦି ରହିଛି। ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ୩୫୦୦ କୋଟି ଟଙ୍କାରୁ ଅଧିକ ହେବ। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ବେନାମୀ ସମ୍ପତ୍ତି କାରବାର ନିଷେଧ ଆଇନ ୨୦୧୬ ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହୋଇଛି। ଏହି ଆଇନ କାର୍ଯ୍ୟକାରୀ ହେବା ପରଠାରୁ ବେନାମୀ ସମ୍ପତ୍ତି ଜବତ କାର୍ଯ୍ୟକୁ ତ୍ୱରାନ୍ଵିତ କରାଯାଇଛି। ଉପରୋକ୍ତ ଆଇନ ଅନୁଯାୟୀ ପ୍ରଥମେ ବେନାମୀ ସମ୍ପତ୍ତିକୁ ଭାବେ ଜବତ କରି ପରେ ସେଗୁଡ଼ିକୁ ବ୍ୟାଜାପ୍ତ କରିବା ବ୍ୟବସ୍ଥା ରହିଛି। ଏହି ଆଇନ ଅନୁଯାୟୀ ବେନାମୀ କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ପାଇଁ ୭ ବର୍ଷ ପର୍ଯ୍ୟନ୍ତ ସଶ୍ରମ ଜେଲଦଣ୍ଡ ଓ ଜବତ ସମ୍ପତ୍ତିର ୨୫ ପ୍ରତିଶତ ବଜାର ମୂଲ୍ୟ ଦେବାର ବ୍ୟବସ୍ଥା ରହିଛି। ବେନାମୀ ସମ୍ପତ୍ତି ଜବତ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଲାଗି ଆୟକର ବିଭାଗ ପକ୍ଷରୁ ଗତ ବର୍ଷ ମେ ମାସରେ ଦେଶରେ ୨୪ଟି ବେନାମୀ ସମ୍ପତ୍ତି ନିଷେଧ ୟୁନିଟ୍‌ ଖୋଲାଯାଇଛି। ଜବତ ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ସ୍ତାୟୀ ସମ୍ପତ୍ତିର ମୂଲ୍ୟ ୨୯୦୦ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe