ଜଗଦୀଶପୁର-ଧାମରା ଗ୍ୟାସ୍‌ ପାଇପ୍‌ଲାଇନ୍‌ର ୯୭.୬% କାମ ଶେଷ

ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଗେଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ ନିର୍ମିତ ସମନ୍ବିତ ଜଗଦୀଶପୁର-ହଳଦିଆ-ବୋ‌କାରୋ-ଧାମରା ପାଇପ୍‌ଲାଇନ୍‌ (ଜେଏଚ୍‌ବିଡିପିଏଲ୍‌)ର ୯୭.୬ ପ୍ରତିଶତ କାର୍ଯ୍ୟ ଶେଷ ହେଲାଣି।

୩ କମ୍ପାନି ହାତେଇଲେ ୧୦ ଜିଲ୍ଲା ପାଇପ୍‌ରେ ଗ୍ୟାସ୍‌ ଯୋଗାଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଗେଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ ନିର୍ମିତ ସମନ୍ବିତ ଜଗଦୀଶପୁର-ହଳଦିଆ-ବୋ‌କାରୋ-ଧାମରା ପାଇପ୍‌ଲାଇନ୍‌ (ଜେଏଚ୍‌ବିଡିପିଏଲ୍‌)ର ୯୭.୬ ପ୍ରତିଶତ କାର୍ଯ୍ୟ ଶେଷ ହେଲାଣି। ଏଥିରୁ ୯୬.୬ ପ୍ରତିଶତ ପାଇପ୍‌ଲାଇନ୍‌ର ବାଣିଜ୍ୟିକ ଉପଯୋଗ ହେଲାଣି। 
ସମନ୍ବିତ ଜେଏଚ୍‌ବିଡିପିଏଲ୍‌ରେ ବାରାଉଣୀ-ଗୌହାଟୀ ପାଇପ୍‌ଲାଇନ୍‌ ପ୍ରକଳ୍ପ ରହିଛି। ୩୩୦୬ କିମି ଲମ୍ବ ବିଶିଷ୍ଟ ଏହି ପାଇପ୍‌ଲାଇନ୍‌ ପ୍ରକଳ୍ପ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆସାମକୁ ପରିବ୍ୟାପ୍ତ ହୋଇଛି। ୩୩୦୬ କିମି ମଧ୍ୟରୁ ୩୨୨୭ କିମି ପାଇପ୍‌ଲାଇନ୍‌ ବିଛାଯାଇ ସାରିଲାଣି। ସେଥିରୁ ୩୧୧୯ କିମି ପାଇପଲାଇନ୍‌ର ବାଣିଜ୍ୟିକ ବ୍ୟବହାର ଆରମ୍ଭ ହୋଇସାରିଛି। ଫୁଲପୁର-ଦୋଭି-ବୋକାରୋ-ଦୁର୍ଗାପୁର, ବୋକାରୋ-ଅନୁଗୁଳ-ଧାମରା, ଦୋଭି-ବାରାଉଣି-ଗୌହାଟୀ ପାଇପଲାଇନ୍‌ ସେକ୍ସନର ବାଣିଜ୍ୟିକ ଅପରେସନ ଆରମ୍ଭ ହୋଇଛି ବୋଲି ‌କମ୍ପାନି ପକ୍ଷରୁ କୁହାଯାଇଛି।

ପାଇପ୍‌ଲାଇନ୍‌ ଜରିଆରେ ସଂପ୍ରତି ଦୈନିକ ୧୨.୨୬ ନିୟୁତ ଷ୍ଟାଣ୍ଡାର୍ଡ ଘନ ମିଟର ପ୍ରାକୃତିକ ଗ୍ୟାସ ପରିବହନ ହେଉଛି। ୪ଟି ସାର କାରଖାନା, ଦୁଇଟି ତୈଳ ବିଶୋଧନାଗାର (ବାରାଉଣୀ ଏବଂ ପାରାଦୀପ), ଶିଳ୍ପ ପ୍ରତିଷ୍ଠାନ ଏବଂ ୩୨ଟି ସିଟି ଗ୍ୟାସ ଡିଷ୍ଟ୍ରିବ୍ୟୁସନ(ସିଜିଡି)କୁ ଗ୍ୟାସ ଯୋଗାଇ ଦିଆଯାଉଛି। ସିଜିଡିଗୁଡ଼ିକ ମଧ୍ୟରେ ବାରାଣସୀ, ପାଟନା, ରାଞ୍ଚି, ଜାମସେଦପୁର, ଭୁବନେଶ୍ବର, କଟକ, କୋଲକାତା ଆଦି ରହିଛି। ଦୁର୍ଗାପୁର-ହଳଦିଆ ସେକ୍ସନ (୨୯୪ କିମି) ମଧ୍ୟରୁ ଗେଲ୍‌ କୋଲ‌କାତା ପର୍ଯ୍ୟନ୍ତ ୧୩୨ କିମିର ବାଣିଜ୍ୟିକ ପରିଚାଳନା ଆରମ୍ଭ ‌କରିଦେଇଛି। ଅବଶିଷ୍ଟ ୧୬୨ କିମି ମଧ୍ୟରୁ ୧୦୩ କିମି ପାଇପ୍‌ଲାଇନ୍‌ ବିଛାସରିଛି। ଧାମରା-ହଳଦିଆ ସେକ୍ସନର ୨୪୦ କିମି ମଧ୍ୟରୁ ୧୯୮ କିମି ପାଇପ୍‌ଲାଇନ୍‌ ମଧ୍ୟ ବିଛାସରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe