ମୁମ୍ବାଇ: ପଚାଶ କୋଟି ଟଙ୍କାରୁ ଅଧିକ ମୂଲ୍ୟର କାରବାର କରୁଥିବା ସଂସ୍ଥାଗୁଡ଼ିକୁ ଏକ ସୁରକ୍ଷିତ ବ୍ୟବସ୍ଥା ପ୍ରଦାନ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରୀୟ ପେମେଣ୍ଟ୍ ବ୍ୟବସ୍ଥାରେ ଲିଗାଲ୍ ଏଣ୍ଟିଟି ଆଇଡେଣ୍ଟିଫାୟର୍ (ଏଲ୍ଇଆଇ) ବ୍ୟବହାର ଆରମ୍ଭ କରାଯାଇଛି। ଏହା ହେଉଛି ଏକ ୨୦ ଅଙ୍କ ବିଶିଷ୍ଟ ନମ୍ବର ଯାହା ଜରିଆରେ ବିଶ୍ବସ୍ତରରେ ଆର୍ଥିକ କାରବାର କରିବା ସହଜ ହେବ। କାରବାରରେ ରହୁଥିବା ବିପଦର ମାତ୍ରା ହ୍ରାସ ପାଇବ। ମୋଟା ଅଙ୍କର ଋଣ କରୁଥିବା କର୍ପୋରେଟ୍ ସଂସ୍ଥାଗୁଡ଼ିକ ପାଇଁ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ଯେଉଁମାନେ ମୋଟା ଅଙ୍କର କାରବାର କରୁଛନ୍ତି ସେମାନଙ୍କୁ ତୁରନ୍ତ ଏଲ୍ଇଆଇ ନମ୍ବର ନେବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଲିଗାଲ ଏଣ୍ଟିଟି ଆଇଡେଣ୍ଟିଫାୟର ଇଣ୍ଡିଆ ଲିମିଟେଡ୍ ଠାରୁ ଏହି ନମ୍ବର ସଂଗ୍ରହ କରାଯାଇପାରିବ। ଆର୍ଟିଜିଏସ୍ ଓ ଏନ୍ଇଏଫ୍ଟି ବ୍ୟବହାର କରୁଥିବା ସଂସ୍ଥା ଏହି ନମ୍ବର ହାସଲ କରିବେ। ସମସ୍ତ ମୋଟା ଅଙ୍କର କାରବାର ରେକର୍ଡ ରଖିବା ଲାଗି ମଧ୍ୟ ସଂସ୍ଥାଗୁଡ଼ିକୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us