କର୍ମକ୍ଷେତ୍ରରେ ବିବିଧତା ଆଣିବାକୁ ଆହ୍ବାନ

Advertisment
କର୍ମକ୍ଷେତ୍ରରେ ବିବିଧତା ଆଣିବାକୁ ଆହ୍ବାନ

istock

ଭୁବନେଶ୍ବର: ଅନ୍ତର୍ଭୁକ୍ତୀକରଣ ଲାଗି ବିଭିନ୍ନ ସ୍ତରରେ ଉଦ୍ୟମ ହେଉଥିବା ବେଳେ ଏହି ଲକ୍ଷ୍ୟ ହାସଲ କରିବା ଲାଗି କାର୍ଯ୍ୟକ୍ଷେତ୍ରରେ ବିବିଧତା ଆଣିବାକୁ ପଡ଼ିବ। ଶ୍ରମଶକ୍ତିରେ ବିଭିନ୍ନ ବର୍ଗର ପ୍ରତିନିଧିତ୍ବ ବଢ଼ାଇବାକୁ ହେ‌ବ। ତାହାହେଲେ ସେହି କର୍ମକ୍ଷେତ୍ର ଅଧିକ ଅନ୍ତର୍ଭୁକ୍ତୀକରଣ ହୋଇପାରିବ ବୋଲି ଏକେଏଏଆଇ ଏଚ୍‌ଆର୍‌ କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ କରିଥିବା ବକ୍ତାମାନେ କହିଛନ୍ତି। ଡାଇଭରସସ୍‌ ଓ ପିଏନ୍‌ଭି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କନ୍‌କ୍ଲେଭ୍‌ରେ ଡାଇଭରସସ୍‌ର ପ୍ରତିଷ୍ଠାତା ଅର୍ଚ୍ଚନା ମିଶ୍ର କହିଛନ୍ତି ଯେ ବହୁ ସଂସ୍ଥା ବିଭିନ୍ନ ବର୍ଗର ଲୋକଙ୍କୁ ନିଯୁକ୍ତି ଦେବାକୁ ଚାହୁଛନ୍ତି, କିନ୍ତୁ ସେମାନଙ୍କୁ କୁଶଳୀ ଓ ଦକ୍ଷ ଲୋକ ମିଳୁନାହାନ୍ତି।

ଲୋକମାନଙ୍କ ଦକ୍ଷତାରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ସେ କହିଛନ୍ତି। ସେହିପରି, ଆକ୍ସିସ୍ ଟ୍ରଷ୍ଟି ସର୍ଭିସେସ୍‌ର ଏମ୍‌ଡି ଓ ସିଇଓ ଦୀପା ରଥ କହିଛନ୍ତି ଯେ ଶ୍ରମଶକ୍ତିରେ ବିବିଧତା ଆଣିବା ଲାଗି ଯେଉଁ ସବୁ ନିୟମ ରହିଛି ତାହାକୁ ପାଳନ କରିବାକୁ ହେବ। ନିଯୁକ୍ତି ପ୍ରଦାନ ବେଳେ ସମାଜର ବିଭିନ୍ନ ବର୍ଗର ଯେଭଳି ପ୍ରତିନିଧିତ୍ବ ରହିବ ତାହା ଉପରେ ମାନବ ସମ୍ବଳ ଅଧିକାରୀମାନେ ଅଧିକ ଧ୍ୟାନ ଦେବା ଉଚିତ। ପ୍ରିଲ୍ୟୁଡ୍‌ ନୋଭେଲ୍‌ ଭେଞ୍ଚର୍ସର ପ୍ରତିଷ୍ଠାତା ସତ୍ୟବ୍ରତ ସାନୁ ରଥ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଏକ ଉତ୍ତମ ଭବିଷ୍ୟତ ଗଠନ କରିବା ଲାଗି ଆମକୁ ବିଭିନ୍ନ ଦୃଷ୍ଟିକୋଣ, ଚିନ୍ତାଧାରା ଓ ଅଭିଜ୍ଞତାକୁ ଗ୍ରହଣ କରିବାକୁ ପଡ଼ିବ। ଏହି କନ୍‌କ୍ଲେଭ୍‌ରେ ୧୦୦ରୁ ଅଧିକ ଏଚ୍‌ଆର୍‌ ପ୍ରଫେସନାଲ୍ ଅଂଶଗ୍ରହଣ କରିଥିଲେ। ଦୁଇଟି ଭିନ୍ନ ବିଷୟରେ ପ୍ୟାନେଲ୍‌ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe