କର୍ପୋରେଟ୍‌କୁ ବ୍ୟାଙ୍କ ଲାଇସେନ୍ସ ସପକ୍ଷରେ ମୁହଁ ଖୋଲିଲେ ରିଜର୍ଭ ବ୍ୟାଙ୍କ କମିଟି ସଦସ୍ୟ

Advertisment
କର୍ପୋରେଟ୍‌କୁ ବ୍ୟାଙ୍କ ଲାଇସେନ୍ସ ସପକ୍ଷରେ ମୁହଁ ଖୋଲିଲେ ରିଜର୍ଭ ବ୍ୟାଙ୍କ କମିଟି ସଦସ୍ୟ

ମୁମ୍ବାଇ: କର୍ପୋ‌ରେଟ୍‌ ସଂସ୍ଥାକୁ ବ୍ୟାଙ୍କ ଲାଇସେନ୍ସ ଦେବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ଆଭ୍ୟନ୍ତରୀଣ କମିଟି ପ୍ରସ୍ତାବ ଦେବା ପରେ ତାହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ତେବେ ପ୍ରଥମ ଥର ଲାଗି ଏହି ସମାଲୋଚନାକୁ ନେଇ କମିଟିର ଜଣେ ସଦସ୍ୟ ମୁହଁ ଖୋଲିଛନ୍ତି। ସେ ହେଉଛନ୍ତି ଦିଲ୍ଲୀ ସ୍ଥିତ ରିସର୍ଚ୍ଚ ଆଣ୍ଡ୍‌ ଇନଫର୍ମେସନ ସିଷ୍ଟମ୍‌ ଫର ଡେଭେଲପିଂ କଣ୍ଟ୍ରିଜ୍‌ (ଆର୍‌ଆଇଏସ୍‌)ର ମହାନିର୍ଦେଶକ ସଚିନ ଚତୁର୍ବେଦୀ। ‘ଦି ପ୍ରିଣ୍ଟ୍‌’ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ ସମ୍ପର୍କ ଥିବା ସଂସ୍ଥାକୁ ଋଣ ଆବଣ୍ଟନ କରିବା ଉପରେ ରୋକ ଲଗାଇବା ଲାଗି ବିଭିନ୍ନ ପ୍ରକାର ବ୍ୟବସ୍ଥା ରହିଛି। ସମାଲୋଚକମାନେ ତାହାକୁ ସମ୍ପୂର୍ଣ୍ଣ ଅଣଦେଖା କରିବା ଦୁର୍ଭାଗ୍ୟଜନକ। ୧୯୯୩ରେ ଛଅଟି ଘରୋଇ ବ୍ୟାଙ୍କ ଖୋଲିବାକୁ ଅନୁମତି ଦିଆଯାଇଥିଲା।

ବଡ଼ ବ୍ୟାବସାୟିକ ସଂସ୍ଥାକୁ ବ୍ୟାଙ୍କ ଖୋଲିବା ଲାଗି ଅନୁମତି ଦେବା କିଛି ନୂଆ କଥା ନୁହେଁ। ଯଦି ତାହା ହୋଇନଥାନ୍ତା ତେବେ ଦେଶରେ ୟେସ୍‌ ବ୍ୟାଙ୍କ କିମ୍ବା କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଦେଖିବାକୁ ମିଳିନଥାନ୍ତା ବୋଲି ସେ କହିଛନ୍ତି। ଯେଉଁ ବ୍ୟାବସାୟିକ ସଂସ୍ଥାକୁ ବ୍ୟାଙ୍କ ଖୋଲିବାର ଅନୁମତି ଦିଆଯିବ ସେହି ବ୍ୟାଙ୍କ ନିଜ ଗ୍ରୁପ୍‌ର ଅନ୍ୟ କଂପାନିଗୁଡ଼ିକ ଋଣ ଦେଇପାରିବ ନାହିଁ। କନେକ୍ଟେଡ୍‌ ଲେଣ୍ଡିଂକୁ ରୋକିବା ଲାଗି ବିଭିନ୍ନ ବ୍ୟବସ୍ଥା ରହିଛି। ଏହି ସବୁ ବିଷୟକୁ ସମାଲୋଚକମାନେ ଏଡ଼ାଇ ଯାଇଛନ୍ତି ବୋଲି ଚତୁର୍ବେଦୀ କହିଛନ୍ତି। ଦେଶକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବାରେ ଏହି ପ୍ରସ୍ତାବ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କ କମିଟିର ଏହି ପ୍ରସ୍ତାବକୁ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଏବଂ ଡେପୁଟି ଗଭର୍ଣ୍ଣର ଏକ ଖରାପ ପ୍ରସ୍ତାବ ବୋଲି କହିବା ସହ ସମାଲୋଚନା କରିଛନ୍ତି। କିଛି ହାତ ଗଣତି ବ୍ୟାବସାୟିକ ସଂସ୍ଥା ପାଖରେ ଦେଶର ଅର୍ଥନୈତିକ ଏବଂ ରାଜନୈତିକ କ୍ଷମତା ରହିବା ନେଇ ସେମାନେ ଆଶଙ୍କା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe