ଫାସଟ୍ୟାଗ୍‌ ପାଇଁ ଦେଢ଼ ମାସ ମହଲତ

Advertisment
ଏନ୍‌ଏଚ୍‌ଏଆଇ ଆପ୍‌ରେ ଫାସ୍‌ଟ୍ୟାଗ୍‌ ରିଚାର୍ଜ ସୁବିଧା

India24

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ନୂଆବର୍ଷରୁ ଫାସଟ୍ୟାଗ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ ହେବାକୁ ଥିବାବେଳେ ଆଜି ଶେଷ ମୁହୂର୍ତ୍ତରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଦେଢ଼ମାସର ମହଲତ ପ୍ରଦାନ କରାଯାଇଛି। ଅର୍ଥାତ୍‌ ‌୨୦୨୧ ଫେବ୍ରୁଆରି ୧୫ ତାରିଖରୁ ଜାତୀୟ ରାଜପଥରେ ଫାସଟ୍ୟାଗ୍ ବାଧ୍ୟତାମୂଳକ ହେବ। ଗାଡ଼ିରେ ଫାସଟ୍ୟାଗ୍ ଲାଗିଥିଲେ ସେଗୁଡ଼ିକୁ ଆଉ ଟୋଲ ପ୍ଲାଜା ଗୁଡ଼ିକରେ ଶୁଳ୍କ ପ୍ରଦାନ ଲାଗି ଅଟକିବାକୁ ହେବନାହିଁ। ଇଲେକ୍‌ଟ୍ରୋନିକ୍‌ ଉପାୟରେ ଏହି ରାଶି ଗାଡ଼ି ମାଲିକଙ୍କ ଆକାଉଣ୍ଟରୁ କଟିବ। ଉଭୟ ଅନଲାଇନ ଓ ଅଫଲାଇନରେ ଫାସଟ୍ୟାଗ ଉପଲବ୍ଧ ହେଉଛି। ବିଭିନ୍ନ ସ୍ବୀକୃତିପ୍ରାପ୍ତ ବ୍ୟାଙ୍କର ୱେବସାଇଟ ମାଧ୍ୟମରେ ଏହାକୁ ଆବେଦନ କରାଯାଇ ପାରୁଛି। ଏଥିସହିତ ଟୋଲ ପ୍ଲାଜା, ପେଟ୍ରୋଲ ପମ୍ପ ଆଦି ଗୁଡ଼ିକରେ ମଧ୍ୟ ଫାସଟ୍ୟାଗ ମିଳିବାର ବ୍ୟବସ୍ଥା କରାଯାଇଛି। ଟୋଲପ୍ଲାଜାଗୁଡ଼ିକରେ ଗାଡ଼ିଗୁଡ଼ିକ ଯେଭଳି ନଅଟକିବ ଏବଂ ‌ଅଯଥାରେ ତେଲ ନପୋଡ଼ିବ ସେଥିପାଇଁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe