ବିନା ଟିକେଟ ରେଳଯାତ୍ରୀଙ୍କ ଠାରୁ ୫୬୧ କୋଟି ଜରିମାନା ଆଦାୟ

Advertisment
ବିନା ଟିକେଟ ରେଳଯାତ୍ରୀଙ୍କ ଠାରୁ ୫୬୧ କୋଟି ଜରିମାନା ଆଦାୟ

Image Courtesy of AP7AM

ନୂଆଦିଲ୍ଲୀ: ବିନା ଟିକଟରେ ଯାତ୍ରା କରିଥିବା ଯାତ୍ରୀଙ୍କଠାରୁ ଭାରତୀୟ ରେଳବାଇ ୨୦୧୯-୨୦ ଆର୍ଥିକ ବର୍ଷରେ ୫୬୧.୭୩ କୋଟି ଟଙ୍କା ଆଦାୟ କରିଛି। ୨୦୧୮-୧୯ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୬ ପ୍ରତିଶତ ଅଧିକ ରାଜସ୍ବ ରେଳବାଇକୁ ଏବାବଦରେ ମିଳିଛି। ୨୦୧୬ରୁ ୨୦୨୦ ମଧ୍ୟରେ ଭାରତୀୟ ରେଳବାଇ ବିନା ଟିକଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ୧୯୩୮ କୋଟି ଟଙ୍କା ଆଦାୟ କରିଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ରେଳବାଇର ଏବାବଦ ରାଜସ୍ବ ୩୮.୫୭ ପ୍ରତିଶତ ବୃଦ୍ଧି ପାଇଛି। ମଧ୍ୟପ୍ରଦେଶର ସୂଚନା ଅଧିକାର କର୍ମୀ ଚନ୍ଦ୍ର ଶେଖର ଗୌଡ଼ଙ୍କୁ ଏହି ସୂଚନା ରେଳବାଇରୁ ମିଳିଛି।

୨୦୧୬-୧୭ରେ ୪୦୫.୩୦ କୋଟି, ୨୦୧୭-୧୮ରେ ୪୪୧.୬୨ କୋଟି ଏବଂ ୨୦୧୮-୧୯ରେ ୫୩୦.୦୬ କୋଟି ଟଙ୍କା ବିନା ଟିକଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ଆଦାୟ ହୋଇଛି। ୨୦୧୯-୨୦ରେ ବିନା ଟିକଟରେ ୧.୧୦ କୋଟି ଯାତ୍ରୀ ବିନା ଟିକଟରେ ଯାତ୍ରା କରିଛନ୍ତି। ଉଲ୍ଲେଖଯୋଗ୍ୟ ‌ରେଳରେ ବିନା ଟିକଟରେ ଯାତ୍ରା କରୁଥିବା ଯାତ୍ରୀମାନେ ଧରାପଡ଼ିଲେ ସେମାନଙ୍କଠାରୁ ଟିକଟ ମୂଲ୍ୟ ସହିତ ସର୍ବନିମ୍ନ ୨୫୦ ଟଙ୍କାର ଜରିମାନା ଆଦାୟ ବ୍ୟବସ୍ଥା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe