ବର୍ଷକ ପରେ ପେଟ୍ରୋଲ୍ ୧୮ ପଇସା ଶସ୍ତା ହେଲା

Advertisment
ପେଟ୍ରୋଲ, ଡିଜେଲ ଦର କମିଲା

Image Courtesy of Zee Business

ନୂଆଦିଲ୍ଲୀ: ଦୀର୍ଘଦିନର ବ୍ୟବଧାନରେ ପରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଆଜି ହ୍ରାସ ପାଇଛି। ପେଟ୍ରୋଲ୍‌ର ଲିଟର ପିଛା ଦାମ୍ ୧୮ ପଇସା ଓ ଡିଜେଲ୍ ୧୭ ପଇସା ହ୍ରାସ ପାଇଛି। ଏହା ସତ୍ତ୍ବେ ଏହି ଦୁଇ ପ୍ରକାର ତେଲ ଦାମ୍ ଆକାଶଛୁଆଁ ସ୍ତରରେ ରହିଛି। ଶେଷ ଥର ଲାଗି ୨୦୨୦ ମାର୍ଚ୍ଚ ୧୬ରେ ତେଲ ଦର କମିଥିଲା। ପ୍ରାୟ ଏକ ବର୍ଷ ପରେ ପୁଣି ତେଲ ଦାମ୍ ଅତି ନଗଣ୍ୟ ମାତ୍ରାରେ ହ୍ରାସ ପାଇଛି। ଗତବର୍ଷ ମାର୍ଚ୍ଚ ତୁଳନାରେ ଚଳିତ ବର୍ଷ ପେଟ୍ରୋଲ୍‌ ଦାମ୍ ୨୧ ଟଙ୍କା ୫୮ ପଇସା ଓ ଡିଜେଲ୍ ଦାମ୍ ୧୯ ଟଙ୍କା ୧୮ ପଇସା ଅଧିକ ରହିଛି। ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ ଓ କେରଳ ଭଳି ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାରୁ ତୈଳ ଦର ଗତ ଫେବ୍ରୁଆରି ଶେଷ ସପ୍ତାହରୁ ଅପରିବର୍ତ୍ତିତ ରହିଥିଲା। ଆଜି ସେଥିରେ ପ୍ରଥମ ଥର ଲାଗି ହ୍ରାସ ଘଟିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ୭୧ ଡଲାରରୁ ହ୍ରାସ ପାଇ ୬୦ ଡଲାର ପାଖାପାଖି ଖସିଆସିଛି। ସେଥିପାଇଁ ଆଗାମୀ ଦିନରେ ତେଲ ଦରରେ ଆହୁରି ହ୍ରାସ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe