ଆଧାର ତଥ୍ୟ ଲିକ୍‌ ରାକେଟର ପର୍ଦ୍ଦାଫାସ୍‌ : ମାତ୍ର ୫୦୦ଟଙ୍କାରେ ବିକ୍ରି ହେଉଛି ଆଧାର କାର୍ଡଧାରୀଙ୍କ ବ୍ୟକ୍ତିଗତ ସୂଚନା

Advertisment

ଅଧିକ ୩୦୦ ଟଙ୍କା ଦେଲେ ଉପଲବ୍ଧ ହେଉଛି ପ୍ରିଣ୍ଟଆଉଟ୍‌

ଅଧିକ ୩୦୦ ଟଙ୍କା ଦେଲେ ଉପଲବ୍ଧ ହେଉଛି ପ୍ରିଣ୍ଟଆଉଟ୍‌

ଆଧାର ତଥ୍ୟ ଲିକ୍‌ ରାକେଟର ପର୍ଦ୍ଦାଫାସ୍‌ : ମାତ୍ର ୫୦୦ଟଙ୍କାରେ ବିକ୍ରି ହେଉଛି ଆଧାର କାର୍ଡଧାରୀଙ୍କ ବ୍ୟକ୍ତିଗତ ସୂଚନା

ନୂଆଦିଲ୍ଲୀ: ସରକାରଙ୍କ ପାଖରେ ଥିବା ଆପଣଙ୍କ ଆଧାର କାର୍ଡର ସୂଚନା ସୁରକ୍ଷିତ ନୁହେଁ । ଅନ୍ୟ କେହି ଚାହିଁଲେ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ଚୋରାଇ ନେଇ ଅପବ୍ୟବହାର କରିପାରିବ। ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି, ଆପଣଙ୍କ ଆଧାରର ସମ୍ପୂର୍ଣ୍ଣ ସୂଚନା ମାତ୍ର ୫୦୦ଟଙ୍କାରେ ବଜାରରେ ବିକ୍ରି ହେଉଛି। ଆଉ ଏହି କାରବାର ଦେଶବ୍ୟାପି ଚେର ମେଲିଥିବା ଏକ ରାକେଟ୍‌ ଦ୍ୱାରା ପରିଚାଳିତ ହେଉଛି।

ଇଂରାଜୀ ଖବର କାଗଜରେ ଟ୍ରିବ୍ୟୁନ୍‌ ଦାବି କରି କହିଛି, ମାତ୍ର ୫୦୦ଟଙ୍କାରେ ଯେକୌଣସି ବ୍ୟକ୍ତିଙ୍କ ଆଧାରକାର୍ଡ ସମ୍ପର୍କରେ ସୂଚନା ମିଳିପାରୁଛି। ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ହ୍ଵାଟସ୍‌ ଆପ୍‌ ଜରିଆରେ ଟ୍ରିବ୍ୟୁୁନ୍‌ ଏକ ଏଭଳି ସଫ୍ଟଓୟାର ହସ୍ତଗତ କରିଛି, ଯାହା ଜରିଆରେ ଦେଶର ୧୦୦କୋଟିରୁ ଊର୍ଧ୍ୱ ଲୋକଙ୍କ ଆଧାର ଡାଟା ଥିବା ପୋର୍ଟାଲକୁ ଆକସେସ୍‌ କରିହେଉଛି । କିନ୍ତୁ ୟୁଆଇଡିଏଆଇ ଏହି ରିପୋର୍ଟକୁ ଖଣ୍ଡନ କରିଛି।

publive-image

ଅନୁସନ୍ଧାନ କରିଥିବା ସାମ୍ବାଦିକମାନେ ପ୍ରଥମେ ଏହି କାରବାରରେ ସଂପୃକ୍ତ ରାକେଟର ଜଣେ ଏଜେଣ୍ଟଙ୍କୁ ପେଟିଏମ୍‌ ଜରିଆରେ ୫୦୦ ଟଙ୍କା ଦେଇଥିଲେ। ଟଙ୍କା ଦେବାର ମାତ୍ର ୧୦ମିନିଟ୍‌ ମଧ୍ୟରେ ଏହି ବ୍ୟକ୍ତି ଏକ ଲଗ୍‌ ଇନ୍‌ ପାସ୍‌ଓ୍ଵାର୍ଡ ପାଇଁ ଗେଟେଓ୍ଵ ଦେଇଥିଲା। ଏହା ଜରିଆରେ ଏମିତି ଏକ ପୋର୍ଟାଲକୁ ଆକସେସ୍‌ କରି ହୋଇଥିଲା, ଯେଉଁଥିରୁ କୌଣସି ବି ବ୍ୟକ୍ତିଙ୍କ ଆଧାର ନମ୍ବର ଦେଇ ଓ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇ ହେଲା।

ପୁଣି ଆଧାରକାର୍ଡର ସୂଚନା ପ୍ରିଣ୍ଟ କରି ନେବା ସୁବିଧା ବି ଏଜେଣ୍ଟ ଉପଲବ୍ଧ କରାଇଥିଲା। ପ୍ରିଣ୍ଟ କରିବା ପାଇଁ କେବଳ ୩୦୦ଟଙ୍କା ଦେବାକୁ ପଡ଼ିଥିଲା। ଅର୍ଥାତ୍‌ ୮୦୦ଟଙ୍କାରେ ଦେଶର କୋଟିକୋଟି ଲୋକଙ୍କ ଭିତରୁ ଆପଣ ଯାହାର ଚାହିଁବେ ତା’ର ଆଧାର ଡାଟା ହାସଲ କରିବା ସହ ପ୍ରିଣ୍ଟ ମଧ୍ୟ ନେଇ ପାରିବେ। ଆଧାରରେ ବ୍ୟକ୍ତିଙ୍କ ନାମ, ଠିକଣା, ଫଟୋ, ଫୋନ୍‌ ନମ୍ବର, ପିନ୍‌ କୋଡ ଓ ଇମେଲ ଆଦି ସମ୍ପର୍କରେ ସୂଚନା ରହିଛି।

publive-image

ରିପୋର୍ଟରେ ଏହା ବି ଦାବି କରାଯାଇଛି, ହ୍ଵାଟସ୍‌ ଆପ୍‌ରେ ପାଖାପାଖି ୬ମାସ ହେବ ଏହି ରାକେଟ ସକ୍ରିୟ ରହିଛି। ଏଥିରେ ପ୍ରାୟ ଏକ ଲକ୍ଷ ଲୋକ ସାମିଲ ଥିବା ଜଣାପଡ଼ିଛି। ଇଲେକ୍‌ଟ୍ରୋନିକ୍‌ ମନ୍ତ୍ରାଳୟ କମନ ସର୍ଭିସ୍‌ ସେଣ୍ଟର ସ୍କିମ୍‌ ଜରିଆରେ ଗ୍ରାମାଞ୍ଚଳରେ ଆଧାର ବନାଇବାର ଦାୟିତ୍ୱ କିଛି ଏଜେଣ୍ଟଙ୍କୁ ଦେଇଥିଲା। ଏହି ସମୟରେ ସେମାନଙ୍କୁ ୟୁଆଇଡିଏଆଇ ଡାଟା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅନୁମତି ଦିଆଯାଇଥିଲା। ଏମାନଙ୍କୁ ଭିଲେଜ ଲେବଲ ଏଣ୍ଟରପ୍ରାଇଜେସ୍‌ (ଭିଏଲ୍‌ଇ) କୁହାଯାଏ। ଗତ ବର୍ଷ ନଭେମ୍ବର ମାସରେ ସରକାର ଆଧାର ଡାଟା ଲିକ୍‌ ହେବା ଖବର ପାଇବା ପରେ ଏମାନଙ୍କଠାରୁ ଏହି କାମକୁ ଫେରାଇ ନେଇଥିଲେ। ତେବେ ଟଙ୍କା ଲୋଭରେ ଏହି ଭିଲେଜ ଲେବଲ ଏଣ୍ଟରପ୍ରାଇଜେସ୍‌ ଆଧାର ଡାଟାକୁ ଭୁଲ ଦିଗରେ ବ୍ୟବହାର କରୁଥିବା ସୂଚନା ମିଳିଛି।

publive-image

କେବଳ ଏତିକି ନୁହେଁ, ହ୍ୟାକର୍ସଙ୍କ ପାଖରେ ରାଜସ୍ଥାନ ସରକାରଙ୍କ ଏକ େଓ୍ଵବସାଇଟ୍‌ ବି ଆକ୍‌ସେ୍‌ସ୍‌ କରିବାର ବ୍ୟବସ୍ଥା ଅଛି। ଏହା ଜରିଆରେ କେହି ବି aadhaar.rajasthan.gov.inକୁ ଯାଇ କୌଣସି ଭାରତୀୟଙ୍କ ଆଧାରକାର୍ଡର ପ୍ରିଣ୍ଟ କରି ପାରିବେ। କିନ୍ତୁ ଏଯାବତ୍‌ ଜଣାପଡ଼ିନାହିଁ କି ଏହି ପୋର୍ଟାଲ ରାଜସ୍ଥାନର ଥିଲା, ନା ଏହାର ବ୍ୟବହାର ଲୋକମାନଙ୍କୁ କେବଳ ଭୁଆଁ ବୁଲାଇବାର ପାଇଁ ଥିଲା।

ୟୁଆଇଡିଏଆଇ ଏହି ଘଟଣାର କଡ଼ାକଡ଼ି ଯାଞ୍ଚ ଆରମ୍ଭ କରି ଦେଇଛି । କିନ୍ତୁ ଏହି ଘଟଣାକୁ ୟୁଆଇଡିଏଆଇ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରି ଲୋକମାନଙ୍କୁ ଆଶ୍ୱାସନା ଦେଇଛି କି ସେମାନେ ଆଧାରକାର୍ଡର ଡାଟା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe