ଆଧାର ପାଇଁ ଚାପ ପକାଇଲେ ଜେଲ୍‌

Advertisment

୧୦ ବର୍ଷ ଜେଲ୍‌, କୋଟିଏ ଟଙ୍କା ପର୍ଯ୍ୟନ୍ତ ଜରିମାନା

୧୦ ବର୍ଷ ଜେଲ୍‌, କୋଟିଏ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଡିସେମ୍ବର ୩୧ ମଧ୍ୟରେ ଯଦି କରିନାହାନ୍ତି ଏହି କାମ, ଅକାମୀ ହୋଇଯାଇପାରେ ଆପଣଙ୍କ ପ୍ୟାନ କାର୍ଡ

ନୂଆଦିଲ୍ଲୀ,: ଆଧାର କାର୍ଡକୁ ନେଇ ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଆଧାର ଆଉ ବାଧ୍ୟତାମୂଳକ ନୁହେଁ, ଏହା ସ୍ବେଚ୍ଛାଧୀନ। କୌଣସି କଂପାନି କିମ୍ବା ସଂସ୍ଥା ଆଧାର ପାଇଁ ଲୋକମାନଙ୍କ ଉପରେ ଚାପ ପକାଇପାରିବେ ନାହିଁ। ମୋବାଇଲ୍ ସିମ୍ ନେବା ବେଳେ କିମ୍ବା ବ୍ୟାଙ୍କ ଖାତା ଖୋଲିବା ବେଳେ ଯଦି କୌଣସି ସଂସ୍ଥା ଆଧାର ପାଇଁ ଗ୍ରାହକଙ୍କ ଉପରେ ଚାପ ପକାଇବେ ତେବେ ସେମାନଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ। ଆଧାର ନିୟମ ଉଲ୍ଲଘଂନ କଲେ ୩ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିବ। ଏହା ବ୍ୟତୀତ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ମଧ୍ୟ ଗଣିବାକୁ ପଡ଼ିବ।
ମୋବାଇଲ୍ ସିମ୍ ନେବା ବେଳେ କିମ୍ବା ବ୍ୟାଙ୍କର କେୱାଇସି ବେଳେ ଆଧାର କାର୍ଡ ବ୍ୟବହାର କରିବା ପାଇଁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ତାହା ସମ୍ପୂର୍ଣ୍ଣ ସ୍ବେଚ୍ଛାଧୀନ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଗ୍ରାହକମାନେ ବ୍ୟାଙ୍କ ଖାତା ଖୋଲିବା ବେଳେ ଆଧାର କାର୍ଡ ବଦଳରେ ପାସ୍‌ପୋର୍ଟ, ରାସନ୍ କାର୍ଡ କିମ୍ବା ଅନ୍ୟ କୌଣସି ଗ୍ରହଣଯୋଗ୍ୟ ପରିଚୟପତ୍ର ଦେଇପାରିବେ। କୌଣସି ସଂସ୍ଥା ଆଧାର ପାଇଁ ଗ୍ରାହକଙ୍କ ଉପରେ ଚାପ ପକାଇ ପାରି‌େବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି। କିଛି ମାସ ତଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ସେହି ଅନୁଯାୟୀ କେନ୍ଦ୍ର ସରକାର ମନି ଲଣ୍ଡରିଂ ପ୍ରତିରୋଧୀ ନିୟମ (ପିଏମ୍‌ଏଲ୍‌ଏ) ଓ ଟେଲିଗ୍ରାଫ୍ ନିୟମରେ ସଂଶୋଧନ କରିଛନ୍ତି। ସେହି ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି ମଧ୍ୟ ମିଳିସାରିଲାଣି। ନିୟମରେ ଅଣାଯାଇଥିବା ସଂଶୋଧନ ଅନୁଯାୟୀ, ଆଧାର କାର୍ଡରେ ଥିବା ତଥ୍ୟର ଅପବ୍ୟବହାର କଲେ କଠୋର ଦଣ୍ଡ ମିଳିବ। ତଥ୍ୟ ଅପବ୍ୟବହାର ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ଓ ୧୦ ବର୍ଷର ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଅବଶ୍ୟ, ନିୟମରେ ଅଣାଯାଇଥିବା ସଂଶୋଧନକୁ ଏପର୍ଯ୍ୟନ୍ତ ସଂସଦରେ ମଞ୍ଜୁରି ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe