ଭୁବନେଶ୍ୱର: ଆଇଆଇଟି ମୁମ୍ବାଇର ସି-ଟକ୍ କାର୍ଯ୍ୟକ୍ରମରେ ଆକାଶ ଇନଷ୍ଟିଚ୍ୟୁଟ୍ର ଭୁବନେଶ୍ୱର ଶାଖା ନିର୍ଦେଶକ ତଥା ଆଦ୍ୟାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଏ ବି ସିଂହ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ସମାଜକୁ ବଦଳାଇବାର ଦୃଢ଼ ଇଛା ଶକ୍ତି ଥିଲେ ତାହା କରିହେବ। ନିଜ ଜୀବନ କାହାଣୀକୁ ସେ ବର୍ଣ୍ଣନା କରିଥିଲେ। ଜିନ୍ଦେଗୀ କାର୍ଯ୍ୟକ୍ରମ ଜରିଆରେ ଗରିବ ମେଧାବୀ ପିଲାମାନଙ୍କୁ ଡାକ୍ତର ହେବାର ସୁଯୋଗ ପ୍ରଦାନ କରାଯିବା ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି। ଏହି ଅବସରରେ ତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଛି।
ଆଇଆଇଟି ମୁମ୍ବାଇ କାର୍ଯ୍ୟକ୍ରମରେ ଏ ବି ସିଂହ
Advertisment
Follow Us