Advertisment

ଏସି ବଜାର:ଷ୍ଟାର୍‌ ସହିତ ଇନଭର୍ଟର

Advertisment

ତମ୍ବାର ବ୍ୟବହାର ଅଧିକ:ବିଦ୍ୟୁତ ସଞ୍ଚୟକାରୀ:ଘର ଭିତରେ ମିଳିବ ବିଶୁଦ୍ଧ ପବନ

ତମ୍ବାର ବ୍ୟବହାର ଅଧିକ:ବିଦ୍ୟୁତ ସଞ୍ଚୟକାରୀ:ଘର ଭିତରେ ମିଳିବ ବିଶୁଦ୍ଧ ପବନ

ଏସି ବଜାର:ଷ୍ଟାର୍‌ ସହିତ ଇନଭର୍ଟର

ଆସିଯାଇଛି ଖରାଦିନ। ଗ୍ରାହକଙ୍କୁ ଗରମରୁ ଆରାମ ଦେବା ପାଇଁ କଂପାନିଗୁଡ଼ିକ ନୂଆ ପ୍ରକାର ଏସି ବଜାରକୁ ଆଣିଛନ୍ତି। ବିଶୁଦ୍ଧ ବାୟୁ ପ୍ରଦାନକାରୀ ଏବଂ ବିଦ୍ୟୁତ ସଂଚୟକାରୀ ପ୍ରଯୁକ୍ତିକୁ ଏସିଗୁଡ଼ିକରେ ବ୍ୟବହାର କରାଯାଇ ଷ୍ଟାର୍‌ ରେଟିଂ ଓ ଇନଭର୍ଟର ଏସି ଅଣାଯାଇଛି। ନୂଆ ଡିଜାଇନ୍‌ ଓ ଷ୍ଟାଇଲ୍‌କୁ ମଧ୍ୟ କଂପାନିଗୁଡ଼ିକ ଗୁରୁତ୍ୱ ଦେଇଛନ୍ତି। ବିିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ଆସିଛି ଭିନ୍ନ ଭିନ୍ନ ପ୍ରକାର ଏସି। ସେଭଳି କେତୋଟି ନୂଆ ଏସିକୁ ନେଇ ଏହି ଉପସ୍ଥାପନା

ରିକନେକ୍ଟ କମ୍ପାନି ପକ୍ଷରୁ ବିଦ୍ୟୁତ ସଂଚୟକାରୀ ଇନଭର୍ଟର ଏସିର ବଜାର ପ୍ରବେଶ କରାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ନୂଆ ନୂଆ ବୈଶିଷ୍ଟ୍ୟ ଥିବା ଏହି ଏସି ଉପରେ କଂପାନି ୫ ବର୍ଷର ଓ୍ଵାରେଣ୍ଟି ପ୍ରଦାନ କରୁଛି। ରିକନେକ୍ଟ ଏସି ଗୁଡ଼ିକୁ ୧୦୦ ପ୍ରତିଶତ ତମ୍ବାରେ ନିର୍ମାଣ କରାଯାଇଛି। କଣ୍ଡେନସର, ଏଭାପୋରେଟର ଏବଂ ପାଇପ୍‌ ଆଦି ତମ୍ବାରେ ନିର୍ମାଣ କରାଯାଇଥିବାରୁ ଏହି ଏସି ଗୁଡ଼ିକ ଖୁବ୍‌ଶୀଘ୍ର ଘରକୁ ଭଲଭାବେ ଥଣ୍ଡା କରୁଛି। ଏତଦ୍‌ବ୍ୟତୀତ ତମ୍ବାରେ ନିର୍ମାଣ ହୋଇଥିବାରୁ ଏହି ଏସିର ସ୍ଥାୟିତ୍ୱ ଅଧିକ ଦିନ ପାଇଁ ରହିଥାଏ। ଏହି ଏୟାର କଣ୍ଡିସନର୍‌ରେ ଷ୍ଟାବିଲାଇଜର ଅଫ୍‌ କିମ୍ବା ଅନ୍‌ କରିବା ସମସ୍ୟା ନଥାଏ, ଫଳରେ ହଠାତ୍‌ ଭୋଲଟେଜ୍‌ ହ୍ରାସବୃଦ୍ଧି ଜନିତ ସମସ୍ୟା ଏଥିରେ ନଥାଏ। ଏହି ଏସି ଗୁଡ଼ିକର ଡିଜାଇନ୍‌ ଓ ଷ୍ଟାଇଲ ମଧ୍ୟ ଆକର୍ଷଣୀୟ ରହିଛି। ଉନ୍ନତମାନର ଏସି ସହିତ କମ୍ପାନି ଗ୍ରାହକଙ୍କୁ ଉତ୍ତମମାନର ବିକ୍ରି ପରବର୍ତୀ ସେବା ମଧ୍ୟ ପ୍ରଦାନ କରିଥାଏ। ରେସ୍‌କ୍ୟୁ ନାମକ ଜଣାଶୁଣା ସେବା ପ୍ରଦାନକାରୀ ସଂସ୍ଥା ମାଧ୍ୟମରେ କମ୍ପାନି ଗ୍ରାହକଙ୍କୁ ଏହି ସେବା ଯୋଗାଇ ଦେଉଛି। ରିକନେକ୍ଟ ଏସିର ମୂଲ୍ୟ ୧୮,୯୯୦ ଟଙ୍କାରୁ ଆରମ୍ଭ ହୋଇଛି। ଏହି ଏସି ଗୁଡ଼ିକ ସଂପର୍କରେ ଅଧିକ ସୂଚନା ରିଲାଏନ୍ସ ଡିଜିଟାଲ କିମ୍ବା ଜିଓ ଷ୍ଟୋର ଗୁଡ଼ିକରେ ମିଳିପାରୁଛି।

ଭୋଲଟାସ୍‌ ମଧ୍ୟ ୨୦୧୮ ମସିହା ପାଇଁ ନୂଆ ଏସି ବଜାରକୁ ଆଣିଛି। କମ୍ପାନି ‘ଭୋଲ୍‌ଟାସ୍‌ ଅଲ୍‌ ଷ୍ଟାର୍‌ ଇନ୍‌ଭର୍ଟର ଏସି’ ନାମରେ ନୂଆ ଏସି ଗୁଡ଼ିକୁ ଆଣିଛି। ଏଥିରେ ଅଦ୍ୱିତୀୟ ‘ଟୁ ଷ୍ଟେଜ୍‌ ଷ୍ଟେଡି କୁଲ୍‌ କମ୍ପ୍ରେସର୍‌’ ରହିଛି। ଅନ୍ୟ ଇନ୍‌ଭର୍ଟର ଏସି ତୁଳନାରେ ଏଥିରେ ଦୁଇଟି ପର୍ଯ୍ୟାୟର କମ୍ପ୍ରେସନ ସୁବିଧା ରହିଛି। ଯାହାଫଳରେ ଏହି ଏସି ଗୁଡ଼ିକ ଘରକୁ ଭଲଭାବେ ଥଣ୍ଡା ରଖିବା ସହିତ ବିଜୁଳି ମଧ୍ୟ ସଞ୍ଚୟ କରିଥାଏ। କମ୍ପାନି ଚଳିତବର୍ଷ ୧୨୦ରୁ ଅଧିକ ଏସ୍‌କେୟୁ ଏସି ଆଣିଛି। ଏଥିରେ ଇନଭର୍ଟର ଏସି, ସ୍ପ୍ଲିଟ୍‌ ଏସି ଏବଂ ଓ୍ଵିଣ୍ଡୋ ଏସି ରହିଛି। ୫୫ ଡିଗ୍ରି ତାପମାତ୍ରା ପର୍ଯ୍ୟନ୍ତ ମଧ୍ୟ ଏହି ଏସି ଗୁଡ଼ିକ କାର୍ଯ୍ୟ କରିଥାଏ ଏବଂ ଘରକୁ ଥଣ୍ଡା ରଖିଥାଏ। ସେହିଭଳି କମ୍‌ ଶବ୍ଦ ମଧ୍ୟ ସୃଷ୍ଟି କରିଥାଏ। ଏତଦ୍‌ବ୍ୟତୀତ ନୂଆ ଏସି ଗୁଡ଼ିକରେ ଅନ୍ୟାନ୍ୟ ବୈଶିଷ୍ଟ୍ୟ ମଧ୍ୟରେ ଆଡଭାନ୍‌ସଡ୍‌ ଏୟାର ପ୍ୟୁରିଫାୟର ଓ ୫ଡି ଡିସି ମୋଟର ପ୍ରଯୁକ୍ତି ଆଦି ରହିଛି। ବ୍ୟାପକ ବର୍ଗର ଏସି ସହିତ କମ୍ପାନି ଏସି ଗୁଡ଼ିକ ଉପରେ ୫ ବର୍ଷର କମ୍ପ୍ରିହେନ୍‌ସିଭ ଓ୍ଵାରେଣ୍ଟି, ମାଗଣା ଷ୍ଟାଣ୍ଡାର୍ଡ ଇନ୍‌ଷ୍ଟଲେସନ୍‌ ଏବଂ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ମାଧ୍ୟମରେ କ୍ରୟରେ ୫ ପ୍ରତିଶତ କ୍ୟାସବ୍ୟାକ୍‌ ସୁବିଧା ମଧ୍ୟ ପ୍ରଦାନ କରୁଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏସବୁ ଏସି ବଜାରକୁ ଅଣାଯାଇଛି ବୋଲି ଭୋଲ୍‌ଟାସ୍‌ ଲିମିଟେଡର ଏମ୍‌ଡି ତଥା ସିଇଓ ପ୍ରଦୀପ ବକ୍ସି କହିଛନ୍ତି।

ଲୋକଙ୍କୁ ଘର ଭିତରେ ଉନ୍ନତମାନର ଥଣ୍ଡା ବାୟୁ ପ୍ରଦାନ କରିବା ଲାଗି ପାନାସୋନିକ୍‌ ଇଣ୍ଡିଆ ମଧ୍ୟ ଚଳିତବର୍ଷ ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ନୂଆ ରେଞ୍ଜର ଇନ୍‌ଭର୍ଟର ଏସି ବଜାରକୁ ଆଣିଛି। ଏହି ନୂଆ ଏସି ନିର୍ମାଣରେ କମ୍ପାନି ଏହାର ପେଟେଣ୍ଟଯୁକ୍ତ ନାନୋ ଇ ପ୍ରଯୁକ୍ତିକୁ ଉପଯୋଗ କରିଛି। ଘର ଭିତର ବାୟୁରୁ ଏହା ପିଏମ୍‌୨.୫ ଏବଂ ଏୟାରବର୍ନ ପାର୍ଟିକିଲ୍‌କୁ ଦୂର କରି ପ୍ରଦୂଷଣମୁକ୍ତ ବାୟୁ ପ୍ରଦାନ କରିଥାଏ। ଚଳିତବର୍ଷ କମ୍ପାନି ଏହାର ଏସି ପ୍ରସ୍ତୁତିର ୬୦ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ଗ୍ରାହକଙ୍କ ସ୍ୱାସ୍ଥ୍ୟକୈନ୍ଦ୍ରିକ ଏସି ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଏସବୁ ଏସି ଆଣିଛି। ଏସି ଗୁଡ଼ିକର ମୂଲ୍ୟ ୩୯ ହଜାର ଟଙ୍କାରୁ ଆରମ୍ଭ ହୋଇ ୭୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ନାନୋ ଇ ପ୍ରଯୁକ୍ତି ଯୋଗୁଁ ବ୍ୟବହାରକାରୀଙ୍କୁ ପ୍ରଦୂଷଣମୁକ୍ତ ଓ ଶୁଦ୍ଧ ବାୟୁ ମିଳିପାରିଥାଏ। ୩ ପର୍ଯ୍ୟାୟ ବିଶିଷ୍ଟ ପ୍ୟୁରିଫିକେସନ ସିଷ୍ଟମ୍‌ ଯୋଗୁଁ ଶୁଦ୍ଧ ଓ ସ୍ୱାସ୍ଥ୍ୟକର ବାୟୁ ମିଳିଥାଏ। ଭାରତରେ ବାୟୁମଣ୍ଡଳ ପ୍ରଦୂଷିତ ହେଉଥିବାରୁ ପାନାସୋନିକ ଗ୍ରାହକଙ୍କୁ ଶୁଦ୍ଧ ବାୟୁ ପ୍ରଦାନର ପ୍ରଚେଷ୍ଟା ଆରମ୍ଭରୁ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ନୂଆ ପ୍ରଯୁକ୍ତିର ଏହି ଏସି ଚଳିତବର୍ଷ ଆଣିଛି ବୋଲି ପାନାସୋନିକ୍‌ ଇଣ୍ଡିଆର ବିଜ୍‌ନେସ୍‌ ହେଡ୍‌ (ଏସି ଗ୍ରୁପ୍‌) ଗୌରବ ଶାହ କୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe