ଏସି ତାପମାତ୍ରା ୨୪ ଡିଗ୍ରି ତଳକୁ ଖସିବ ନାହିଁ, ଶକ୍ତି ଅପଚୟ ରୋକିବା ପାଇଁ ସରକାରଙ୍କ ପଦକ୍ଷେପ

Advertisment
ଏସି ତାପମାତ୍ରା ୨୪ ଡିଗ୍ରି ତଳକୁ ଖସିବ ନାହିଁ, ଶକ୍ତି ଅପଚୟ ରୋକିବା ପାଇଁ ସରକାରଙ୍କ ପଦକ୍ଷେପ

ନୂଆଦିଲ୍ଲୀ: ଏଣିକି ରୁମ ଏୟାରକଣ୍ଡିସନର (ଏସି) ଗୁଡ଼ିକର ଡିଫଲ୍ଟ ତାପମାତ୍ରା ୨୪ ଡିଗ୍ରି ସେଲସିୟସ ରହିବ । ଅର୍ଥାତ ଗୋଟିଏ ଏସିକୁ ଚାଲୁ କଲେ ତାହାର ତାପମାତ୍ରା ୨୪ ଡିଗ୍ରିରୁ ଆରମ୍ଭ ହେବ । ଏ ସଂପର୍କରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅନ୍ତର୍ଗତ ବ୍ୟୁରୋ ଅଫ ଏନର୍ଜି ଏଫିସିଏନ୍ସି (ବିଇଇ) ପକ୍ଷରୁ ଘୋଷଣା କରାଯାଇଛି ।

ଗତ ବର୍ଷ ଅକ୍ଟୋବର ୩୦ରେ ବିଇଇର ପରାମର୍ଶ କ୍ରମେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏସିଗୁଡ଼ିକ ପାଇଁ ନୂଆ ଶକ୍ତି ଉପଯୋଗ ମାନଦଣ୍ଡ ସଂପର୍କରେ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହି ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଜାନୁଆରି ୧, ୨୦୨୦ରୁ ଭାରତରେ ବିକ୍ରି ହେଉଥିବା ଷ୍ଟାର ରେଟିଂ ପ୍ରାପ୍ତ ସବୁ ବ୍ରାଣ୍ଡର ଏସି ଗୁଡ଼ିକର ଡିଫଲ୍ଟ ତାପମାତ୍ରା ୨୪ ଡିଗ୍ରି ରହିବ ।

ଶକ୍ତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଗ୍ରାହକଙ୍କୁ ଉଭୟ ଆର୍ଥିକ ଓ ସ୍ୱାସ୍ଥ୍ୟଗତ କାରଣରୁ ଲାଭ ପହଞ୍ଚାଇବା ପାଇଁ ଏସିର ଆରମ୍ଭ ତାପମାତ୍ରା ୨୪ ଡିଗ୍ରି ରଖିବା ନେଇ ନିଷ୍ପତ୍ତି ହୋଇଛି। ଏସିର ତାପମାତ୍ରା ସେଟିଂରେ ୧ ଡିଗ୍ରି ବୃଦ୍ଧି କରାଗଲେ ୬ ପ୍ରତିଶତ ବିଜୁଳି ସଞ୍ଚୟ ହୋଇଥାଏ। ମନୁଷ୍ୟ ଶରୀରର ତାପମାତ୍ରା ସାଧାରଣତଃ ୩୬ରୁ ୩୭ ଡିଗ୍ରି ମଧ୍ୟରେ ରହୁଥିବାବେଳେ ବହୁ ସଂଖ୍ୟକ ବାଣିଜ୍ୟିକ ପ୍ରତିଷ୍ଠାନ, ହୋଟେଲ ଏବଂ କାର୍ଯ୍ୟାଳୟରେ ଏସିର ତାପମାତ୍ରାକୁ ଏହାଠାରୁ ଯଥେଷ୍ଟ ତଳେ ଅର୍ଥାତ୍ ୧୮ରୁ ୨୧ ଡିଗ୍ରି ମଧ୍ୟରେ ରଖାଯାଉଛି। ଏହା ଫଳରେ କେବଳ ବିଜୁଳି ଅପଚୟ ହେଉନାହିଁ, ଲୋକମାନଙ୍କ ଶରୀର ଉପରେ ତାହାର ଖରାପ ପ୍ରଭାବ ପଡୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe