ଏସିସିର ନୂଆ ସିମେଣ୍ଟ୍‌ ‘ଏଫ୍‌୨ଆର୍‌ ସୁପରଫାଷ୍ଟ୍‍’

ଏସିସିର ନୂଆ ସିମେଣ୍ଟ୍‌ ‘ଏଫ୍‌୨ଆର୍‌ ସୁପରଫାଷ୍ଟ୍‍’

ଭୁବନେଶ୍ୱର: ଦେଶର ଅଗ୍ରଣୀ ସିମେଣ୍ଟ୍‌ କଂପାନି ଏସିସି ଲିମିଟେଡ୍‌ ପକ୍ଷରୁ ନୂଆ ‘ଏସିସି ଏଫ୍‌୨ଆର୍‌ ସୁପରଫାଷ୍ଟ୍‍’ ସିମେଣ୍ଟକୁ ଉନ୍ମୋଚନ କରାଯାଇଛି। ଏହି ସିମେଣ୍ଟ୍‌ ଜରିଆରେ ନିର୍ମାଣ କାର୍ଯ୍ୟ ଶୀଘ୍ର କରାଯାଇପାରିବ। ଏହା ଉତ୍କଷ୍ଟ ସୁଦୃଢ଼ତା ପ୍ରଦାନ କରୁଥିବା ବେଳେ ଏହାର ଗୁଣାତ୍ମକ ମାନ ମଧ୍ୟ ବହୁତ ଭଲ। କଂପାନିର ପରିଚାଳନା ନିର୍ଦେଶକ ଓ ସିଇଓ ନିରଜ ଅଖୌରି ନୂଆ ସିମେଣ୍ଟ୍‌କୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା, କଂପାନିର ଜାତୀୟ ବିକ୍ରି ମୁଖ୍ୟ ସି କୁରିଏନ୍‌, ନିର୍ଦେଶକ, ବିକ୍ରି-ପୂର୍ବାଞ୍ଚଳ ଶୈଳେଶ ଅମ୍ବାସ୍ଥା, ବରଗଡ଼ କାରଖାନାର ନିର୍ଦେଶକ ଅନୀଲ ସିଙ୍ଗେଓ୍ଵାର ଏବଂ ଭୁବନେଶ୍ୱରର ବିକ୍ରି ମୁଖ୍ୟ ପଓ୍ଵନ୍‌ ଖାରେ ଉପସ୍ଥିତ ଥିଲେ।କଂପାନିର ପରିଚାଳନା ନିର୍ଦେଶକ ଶ୍ରୀ ଅଖୌରି କହିଛନ୍ତି ଯେ ଗ୍ରାହକମାନଙ୍କ ଆବଶ୍ୟକତା ବିଷୟରେ ଭଲ ଭାବେ ଜାଣିବା ପରେ ଆମେ ଏହି ଉତ୍ପାଦକୁ ପ୍ରସ୍ତୁତ କରିଛୁ। ଦେଶର ବିଭିନ୍ନ ବଜାର ପାଇଁ ୧୦ ପ୍ରକାର ସିମେଣ୍ଟ୍‌ ବିକ୍ରି କରୁଥିବା ଏସିସି ଆଞ୍ଚଳିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ବାଧୁନିକ ପ୍ରଯୁକ୍ତି ବ୍ୟବହାର କରି ସିମେଣ୍ଟ୍‌ ଉତ୍ପାଦନ କରୁଛି ବୋଲି ସେ କହିଛନ୍ତି। ଏଫ୍‌୨ଆର୍‌ ସୁପରଷ୍ଟାଷ୍ଟ୍‍ ସିମେଣ୍ଟ୍‌ ସମୟ ବଞ୍ଚାଇବା, ଖର୍ଚ କମାଇବା ସହିତ ନିର୍ମାଣ କାର୍ଯ୍ୟକୁ ସୁଦୃଢ଼ତା ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏହା ଏକ ଆକର୍ଷଣୀୟ ପ୍ୟାକେଟ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe