ନୂଆଦିଲ୍ଲୀ: ସରକାର ପୁଣି ଜାଲ୍ କମ୍ପାନିଙ୍କୁ ଧରିବା ଲାଗି ଏକ ନୂଆ ଅଭିଯାନ ଆରମ୍ଭ କରିବେ। ସରକାର ଏହି ନୂଆ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ୨,୨୫,୦୦୦ରୁ ଊର୍ଧ୍ୱ କମ୍ପାନି ଆଗାମୀ ଦିନରେ ଅଡ଼ୁଆରେ ପଡ଼ିବା ଆଶଙ୍କା ରହିଛି। ଏପରିକି ଏମାନଙ୍କୁ କମ୍ପାନି ବ୍ୟାପାର ମନ୍ତ୍ରାଳୟର ତାଲିକାରୁ ବାଦ୍ ଦିଆଯିବାର ସମ୍ଭାବନା ରହିଛି। ଅର୍ଥନୈତିକ କାର୍ଯ୍ୟକଳାପ କରୁ ନଥିବା କମ୍ପାନିଙ୍କ ସମେତ ଆର୍ଥିକ ଅନିୟମିତତା କରୁଥିବା ଜାଲ୍ କମ୍ପାନି ଗୁଡ଼ିକୁ ଏହି ଅଭିଯାନରେ ଧରାଯିବ। ୨୦୧୫-୧୬ରୁ କ୍ରମାଗତ ଭାବେ ଦୁଇଟି ଆର୍ଥିକ ବର୍ଷ ପାଇଁ ୨,୨୫,୯୧୦ଟି କମ୍ପାନି ଏବଂ ୭୧୯୧ଟି ଲିମିଟେଡ ଲାଏବିଲିଟି ପାର୍ଟନରସିପ୍ ଫାର୍ମ ଆର୍ଥିକ କାରବାର ସଂକ୍ରାନ୍ତ ତଥ୍ୟ ଦାଖଲ କରି ନଥିବାରୁ ନିୟାମକ ସଂସ୍ଥା ଗୁଡ଼ିକର ନଜରରେ ଏବେ ଅଛନ୍ତି ବୋଲି କମ୍ପାନି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେଣୁ ଜାଲ କମ୍ପାନି ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚଳିତ ଆର୍ଥିକ ବର୍ଷରେ ନିଆଯିବ ବୋଲି ଜଣାଯାଇଛି। ଏହି କମ୍ପାନିଗୁଡ଼ିକୁ ସେମାନଙ୍କ ମତ ରଖିବାର ସୁଯୋଗ ପ୍ରଥମେ ଦିଆଯିବ। ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଲ୍ଲେଖଯୋଗ୍ୟ ଯେ, ଗତ ଆର୍ଥିକ ବର୍ଷରେ ଜାଲ୍ କମ୍ପାନିଙ୍କ ବିରୋଧରେ ଯେଉଁ ଅଭିଯାନ କରାଯାଇଥିଲା ସେଥିରେ କମ୍ପାନି ରେଜିଷ୍ଟ୍ରାରରୁ ୨,୨୬,୦୦୦ କମ୍ପାନିକୁ ରଦ୍ଦ କରି ଦିଆଯାଇଥିଲା। ସେହିଭଳି ୩ ଲକ୍ଷରୁ ଅଧିକ ନିର୍ଦ୍ଦେଶକଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ଗଠିତ ଏକ କମିଟି ୧୬୫୩୭ଟି ଜାଲ୍ କମ୍ପାନିକୁ ଚିହ୍ନଟ କରିଥିଲା। ଏତଦ୍ବ୍ୟତୀତ ଆଉ ୮୦ ହଜାର କମ୍ପାନିକୁ ସନ୍ଦେହ ବର୍ଗ ମଧ୍ୟରେ ରଖିଥିଲା।
ଜାଲ୍ କମ୍ପାନିଙ୍କ ବିରୋଧରେ ପୁଣି ଅଭିଯାନ
Advertisment
Follow Us