ଅମ୍ବାନିଙ୍କୁ ଟପିଲେ ଆଦାନି

Advertisment

ବର୍ଷକ ତଳେ ହିଣ୍ଡେନ୍‌ବର୍ଗର ପ୍ରଚଣ୍ଡ ଆକ୍ରମଣ ଶିକାର ହୋଇ ସଂଘର୍ଷ କରିଥିବା ଶିଳ୍ପପତି ଗୌତମ ଆଦାନିଙ୍କ ଭାଗ୍ୟରେ ଚମତ୍କାର ପରିବର୍ତ୍ତନ ହୋଇଛି। ଏହି ବର୍ଷକ ଭିତରେ ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତିରେ ୯୫ ପ୍ରତିଶତର ବୃଦ୍ଧି ପାଇ ୧୧,୬୧,୮୦୦ କୋଟି ଟଙ୍କା ହୋଇଛି।

ବର୍ଷକ ତଳେ ହିଣ୍ଡେନ୍‌ବର୍ଗର ପ୍ରଚଣ୍ଡ ଆକ୍ରମଣ ଶିକାର ହୋଇ ସଂଘର୍ଷ କରିଥିବା ଶିଳ୍ପପତି ଗୌତମ ଆଦାନିଙ୍କ ଭାଗ୍ୟରେ ଚମତ୍କାର ପରିବର୍ତ୍ତନ ହୋଇଛି। ଏହି ବର୍ଷକ ଭିତରେ ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତିରେ ୯୫ ପ୍ରତିଶତର ବୃଦ୍ଧି ପାଇ ୧୧,୬୧,୮୦୦ କୋଟି ଟଙ୍କା ହୋଇଛି।

adani ambani

India Today

ନୂଆଦିଲ୍ଲୀ: ବର୍ଷକ ତଳେ ହିଣ୍ଡେନ୍‌ବର୍ଗର ପ୍ରଚଣ୍ଡ ଆକ୍ରମଣ ଶିକାର ହୋଇ ସଂଘର୍ଷ କରିଥିବା ଶିଳ୍ପପତି ଗୌତମ ଆଦାନିଙ୍କ ଭାଗ୍ୟରେ ଚମତ୍କାର ପରିବର୍ତ୍ତନ ହୋଇଛି। ଏହି ବର୍ଷକ ଭିତରେ ଆଦାନି ଓ ତାଙ୍କ ପରିବାରର ସମ୍ପତ୍ତିରେ ୯୫ ପ୍ରତିଶତର ବୃଦ୍ଧି ପାଇ ୧୧,୬୧,୮୦୦ କୋଟି ଟଙ୍କା ହୋଇଛି। ଏହା ବଳରେ ସେ ଦେଶର ଏକ ନମ୍ବର ଧନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନିଙ୍କୁ ଗାଦିଚ୍ୟୁତ କରିଛନ୍ତି। ଆଦାନି ଦେଶର ଏକ ନମ୍ବର ଧନୀ ଭାବେ ଉଭା ହୋଇଛନ୍ତି। ୧୧,୦୪,୭୦୦ କୋଟି ଟଙ୍କାର ସମ୍ପତ୍ତି ସହ ମୁକେଶ ଅମ୍ବାନି ଦ୍ବିତୀୟ ସ୍ଥାନକୁ ଖସିଯାଇଛନ୍ତି। ଦେଶର ଶ୍ରେଷ୍ଠ ୧୦ ବଡ଼ ଧନୀଙ୍କ ମଧ୍ୟରେ ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌ର ଶିବ୍ ନାଦର, ସିରମ୍ ଇନଷ୍ଟିଚ୍ୟୁଟ୍‌ର ସାଇରସ୍‌ ପୁନାୱାଲା, ସନ୍‌ ଫାର୍ମାର ଦିଲ୍ଲୀପ ସାଂଘଭି,  ଗୋପିଚାନ୍ଦ ହିନ୍ଦୁଜା ଓ ରାଧାକୃଷ୍ଣ ଦମାନିଙ୍କ ନାମ ରହିଛି। ହୁରୁନ୍‌ ଧନୀ ତାଲିକାରେ ବଲିଉଡ୍‌ ସେଲିବ୍ରିଟି ଶାହରୁଖ ଖାନ୍, ଜୁହି ଚାୱଲା, ହ୍ରିତିକ ରୋଶନ, କରନ୍ ଜୋହର ଓ ଅମିତାଭ ବଚ୍ଚନଙ୍କ ନାମ ରହିଛି। ଶାହରୁଖଙ୍କ ସମ୍ପତ୍ତି ୭୩୦୦ କୋଟି ଟଙ୍କା ଆକଳନ କରାଯାଇଛି। ଅମିତାଭଙ୍କ ସମ୍ପତ୍ତି ୧୬୦୦ କୋଟି ଟଙ୍କା ହୋଇଥିବା ବେଳେ ହ୍ରିତିକଙ୍କ ୨୦୦୦ କୋଟି ଟଙ୍କା ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe