ଆଦାନୀ ଗ୍ରୁପ୍ ଦେଲା ୨୫ କୋଟି, ସ୍ବସ୍ତି ଗ୍ରୁପ୍ ଦେଲା ୧୦ ଲକ୍ଷ ଟଙ୍କା

Advertisment
ଆଦାନୀ ଗ୍ରୁପ୍ ଦେଲା ୨୫ କୋଟି, ସ୍ବସ୍ତି ଗ୍ରୁପ୍ ଦେଲା ୧୦ ଲକ୍ଷ ଟଙ୍କା

ଭୁବନେଶ୍ବର: ଓଡ଼ିଶାର ବାତ୍ୟା ପ୍ରଭାବିତଙ୍କ ସହାୟତା ଲାଗି ଆଦାନୀ ଗ୍ରୁପ୍ ଆଗେଇ ଆସିଛି। କମ୍ପାନି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଦାନୀ ପୋର୍ଟସ ଆଣ୍ଡ ଏସଇଜେଡ୍‌ର ସିଇଓ କରନ ଆଦାନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସହାୟତା ବାବଦ ଚେକ୍ ପ୍ରଦାନ କରିଛନ୍ତି। ରାଜ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସରକାର ଚଳାଇଥିବା ଥଇଥାନ କାର୍ଯ୍ୟକୁ ଆଦାନୀ ଗ୍ରୁପ୍ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବ। ରାଜ୍ୟର ପୁନଃନିର୍ମାଣ ପାଇଁ ଆଦାନୀ ଗ୍ରୁପ ଓଡ଼ିଶାବାସୀଙ୍କ ସହ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିବ ବୋଲି ଶ୍ରୀ ଆଦାନୀ କହିଛନ୍ତି।

ଭୁବନେଶ୍ବର: ଫନି ବାତ୍ୟା ପ୍ରଭାବିତଙ୍କ ସହାୟତା ଲାଗି ସ୍ବସ୍ତି ଗ୍ରୁପ୍ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସ୍ବସ୍ତି ଗ୍ରୁପର ଉପ ସଭାପତି ପ୍ରିୟନାଥ ବେହେରା ଅର୍ଥରାଶି ବାବଦ ଚେକ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe