ରାଜସ୍ଥାନରେ ଆଦାନି ଗ୍ରୁପ ୬୫ ହଜାର କୋଟି ନିବେଶ କରିବ

Advertisment
ଆଦାନି ସେୟାର ମୂଲ୍ୟରେ ସୁଧାର

NewsClick

ଜୟପୁର : ଆଦାନି ଗ୍ରୁପ୍ ରାଜସ୍ଥାନରେ ଆସନ୍ତା ୫ରୁ ୭ ବର୍ଷ ଭିତରେ ୬୫ ହଜାର କୋଟି ନିବେଶ କରିବ। କମ୍ପାନି ମୁଖ୍ୟ ଗୌତମ ଆଦାନି ଆଜି ଏହା ଘୋଷଣା କରିଛନ୍ତି। ୧୦ ହଜାର ମେଗାୱାଟ୍‌ର ସୌର ଶକ୍ତି ପ୍ରକଳ୍ପ ସ୍ଥାପନ ଠାରୁ ଆରମ୍ଭ କରି ସିମେଣ୍ଟ କାରଖାନାର ସଂପ୍ରସାରଣ ଏବଂ ଜୟପୁର ବିମାନବନ୍ଦରର ଉନ୍ନତୀକରଣ ଆଦି ଦିଗରେ ଏହି ଅର୍ଥ ନିବେଶ ହେବ। ଇନଭେଷ୍ଟ ରାଜସ୍ଥାନ ସମ୍ମିଳନୀ ୨୦୨୨ରେ ଯୋଗଦେଇ ଆଦାନି ଏହି ସୂଚନା ଦେଇଛନ୍ତି।

୧୦ ହଜାର ମେଗାୱାଟର ଅକ୍ଷୟ ଶକ୍ତି ପ୍ଲାଣ୍ଟ ପାଇଁ ୫୦ ହଜାର କୋଟି ଟଙ୍କା ନିବେଶ କରିବ। ରାଜସ୍ଥାନରେ ସିମେଣ୍ଟ ଉତ୍ପାଦନ କ୍ଷମତାକୁ ଦୁଇଗୁଣା କରିବା ପାଇଁ କମ୍ପାନି ୭ ହଜାର କୋଟି ଟଙ୍କା ନିବେଶ କରିବ। ଏଥିସହିତ ଗ୍ରାହକଙ୍କୁ ସ୍ବଚ୍ଛ ଇନ୍ଧନ ଯୋଗାଣ ଏବଂ ଅକ୍ଷୟ ଶକ୍ତି ପରିବହନ ପାଇଁ ନୂଆ ପ୍ରକଳ୍ପ ସ୍ଥାପନ ବାବଦରେ ମଧ୍ୟ କମ୍ପାନି ଅର୍ଥ ନିବେଶ କରିବ। ତେଣୁ ଆଗାମୀ ୫ରୁ ୭ ବର୍ଷ ମଧ୍ୟରେ କମ୍ପାନି ରାଜସ୍ଥାନରେ ଅତିରିକ୍ତ ୬୫ ହଜାର କୋଟି ନିବେଶ କରିବ। ଏହାଦ୍ବାରା ୪୦ ହଜାରରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଆଦାନି ଗ୍ରୁପ ରାଜସ୍ଥାନରେ ୩୫ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ନିବେଶ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe