ଆଦାନି-ହିଣ୍ଡେନବର୍ଗ ମାମଲା: ରିଭ୍ୟୁ ପିଟିସନ ଖାରଜ

Advertisment
୧୦୦ ବିଲିଅନ୍ ଡଲାର କ୍ଲବ୍‌ରେ ଆଦାନି

ନୂଆଦିଲ୍ଲୀ: ଆଦାନି-ହିଣ୍ଡେନ୍‌ବର୍ଗ ମାମଲାରେ ଜାନୁଆରି ୩ ତାରିଖରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅଦାନି ଗ୍ରୁପ୍ ଦ୍ୱାରା ଷ୍ଟକ୍‌ ମୂଲ୍ୟ ହେରଫେର ଅଭିଯୋଗର ତଦନ୍ତ ଏସ୍ଆଇଟି କିମ୍ବା ସିବିଆଇକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟ ମନା କରିଦେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେ ବି ପାର୍‌ଦିୱାଲା ଓ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡୀପଠ ରିଭ୍ୟୁ ପିଟିସନକୁ ଖାରଜ କରିଛନ୍ତି। ଆବେଦନକାରୀ ଦାବି କରିଥି‌ଲେ ଯେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ତ୍ରୁଟି ରହିଛି ଯାହାର ସମୀକ୍ଷା ହେବା ଦରକାର।

ଗତ ମେ’ ୮ରେ ରିଭ୍ୟୁ ପିଟିସନ୍‌କୁ ଖାରଜ କରାଯାଇଥିଲା। କିନ୍ତୁ ଆଜି ତାହାର ରାୟକୁ ସାର୍ବଜନୀନ କରାଯାଇଛି। ୨୦୨୩ ଜାନୁଆରି ୨୪ରେ ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଶିଳ୍ପପତି ଗୌତମ ଆଦାନିଙ୍କ ଆଦାନି ଗ୍ରୁପ୍ ବିରୋଧରେ ସଙ୍ଗିନ ଅଭିଯୋଗ ଲଗାଯାଇଥିଲା। କମ୍ପାନି ସେୟାର ମୂଲ୍ୟରେ ହେରହେର, ଆକାଉଣ୍ଟିଂ ଜାଲିଆତି, ଜାଲ୍ କମ୍ପାନି ଗଠନ ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା। ଏହି ରିପୋର୍ଟର ପ୍ରଭାବ ଏତେ ଅଧିକ ଥିଲା ଯେ ଉଭୟ ଗୌତମ ଆଦାନି ଓ ତାଙ୍କ କମ୍ପାନି ଆଦାନି ଗ୍ରୁପ୍‌କୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା। ଏହି ରିପୋର୍ଟର ତଦନ୍ତ ଲାଗି ସୁପ୍ରିମକୋର୍ଟ ଏକ ତଦନ୍ତ କମିଟି ଗଠନ କରିଥିଲେ ଯାହା ଆଦାନିକୁ କ୍ଲିନ୍‌ଚିଟ୍ ଦେଇଥିଲା। ଏହି ମାମଲାକୁ ନେଇ ରାଜନୈତିକ ତୁମ୍ବିତୋଫାନ ମଧ୍ୟ ହୋଇଥିଲା। ଆଦାନିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ବିଚାର କରାଯାଉଥିବାରୁ ମୋଦୀ ସରକାରଙ୍କୁ ବିରୋଧୀ ଦଳ କଂଗ୍ରେସ ଘେରିବାକୁ ଉଦ୍ୟମ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe