ସମ୍ପତ୍ତି ବଢ଼ାଇବାରେ ଆଦାନି ସର୍ବାଗ୍ରେ

Advertisment
ଅମ୍ବାନିଙ୍କ ପରେ ଅଦାନୀ, ‘ଦ େଓ୍ଵୟାର’ ବିରୋଧରେ କରିଥିବା ମାନହାନୀ ମକଦ୍ଦମା ପ୍ରତ୍ୟାହାର ନିଷ୍ପତ୍ତି

ନୂଆଦିଲ୍ଲୀ: ୨୦୧୭ କ୍ୟାଲେଣ୍ଡର ବର୍ଷରେ ଭାରତର ପ୍ରମୁଖ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗୌତମ ଆଦାନିଙ୍କ ସମ୍ପତ୍ତି ସର୍ବାଧିକ ବଢ଼ିଛି। ତାଙ୍କ ସମ୍ପତ୍ତିରେ ୧୨୪.୬ ପ୍ରତିଶତ ବୃଦ୍ଧି ଘଟିଛି। ଗତବର୍ଷ ଜାନୁଆରିରେ ଆଦାନିଙ୍କ ନିଟ୍‌ ସମ୍ପତ୍ତି ୪୬୩ କୋଟି ଡଲାର ଥିବାବେଳେ ଡିସେମ୍ବର ଶେଷବେଳକୁ ଏହା ୧୦୪୦ କୋଟି ଡଲାରକୁ ବୃଦ୍ଧି ଘଟିଛି। ବ୍ଲୁମ୍‌ବର୍ଗ ରିପୋର୍ଟରୁ ଏହି ତଥ୍ୟ ଜଣାଯାଇଛି। ଗୌତମ ଆଦାନି ହେଉଛନ୍ତି ବନ୍ଦର କ୍ଷେତ୍ରରେ ଭାରତର ସବୁଠୁ ବଡ଼ ବ୍ୟବସାୟୀ। ଆଦାନିଙ୍କ ପଛକୁ ଡି-ମାର୍ଟ ମାଲିକ ରାଧାକୃଷ୍ଣ ଦମାନି ରହିଛନ୍ତି। ତାଙ୍କ ସମ୍ପତ୍ତି ୨୦୧୭ରେ ପ୍ରାୟ ୮୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ ଆରମ୍ଭରେ ଦମାନିଙ୍କ ସମ୍ପତ୍ତି ୩୮୮ କୋଟି ଡଲାର ରହିଥିବାବେଳେ ଡିସେମ୍ବର ଶେଷବେଳକୁ ଏହା ୬୯୬ କୋଟି ଡଲାରରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ ଦମାନି କମ୍‌ ମୂଲ୍ୟର କଞ୍ଜ୍ୟୁମର ସାମଗ୍ରୀ ବିକ୍ରି କରୁଥିବା ଏଭେନ୍ୟୁ ସୁପରମାର୍କେଟସ୍‌କୁ ପରିଚାଳିତ କରିଥାନ୍ତି। ଗତବର୍ଷ ମାର୍ଚରେ ଏଭେନ୍ୟୁ ସୁପରମାର୍କେଟ୍‌ସକୁ ଷ୍ଟକ୍‌ ମାର୍କେଟରେ ତାଲିକାଭୁକ୍ତ କରାଯିବା ଫଳରେ ଦମାନିଙ୍କ ସମ୍ପତ୍ତିରେ ବୃହତ୍‌ ବୃଦ୍ଧି ଘଟିଛି।
ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ୨୦୧୭ରେ ୭୭.୫୩ ପ୍ରତିଶତ ବୃଦ୍ଧି ଘଟି ୪୦୩୦ କୋଟି ଡଲାରରେ ପହଞ୍ଚିଛି। ଫଳରେ ମୁକେଶ ବିଶ୍ୱର ୨୦ ନମ୍ବର ଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇ ପାରିଛନ୍ତି। ୨୦୧୭ ଜାନୁଆରିରେ ତାଙ୍କର ନିଟ୍‌ ସମ୍ପତ୍ତି ୨୨୭୦ କୋଟି ଡଲାର ରହିଥିଲା।
ଉପରୋକ୍ତ ଧନୀ ବ୍ୟକ୍ତିଙ୍କ ବ୍ୟତୀତ କୁମାର ବିର୍ଲା, ଅଜିମ ପ୍ରେମ୍‌ଜୀ, ଉଦୟ କୋଟାକ, ବିକ୍ରମ ଲାଲ ଓ ଲକ୍ଷ୍ମୀ ମିତ୍ତଲଙ୍କ ନିଟ୍‌ ସମ୍ପତ୍ତି ୨୦୧୭ ମସିହାରେ ଯଥାକ୍ରମେ ୫୦.୪୧ ପ୍ରତିଶତ, ୪୬.୭୨ ପ୍ରତିଶତ, ୪୪.୮୭ ପ୍ରତିଶତ, ୪୪.୦୩ ପ୍ରତିଶତ ଏବଂ ୩୬.୧୧ ପ୍ରତିଶତ ବୃଦ୍ଧି ଘଟିଛି। ଏମାନଙ୍କ ବ୍ୟତୀତ ପାଲୋଞ୍ଜି ମିସ୍ତ୍ରୀ, ସାଇରସ୍‌ ପୁନାଓ୍ଵାଲା, ଶିବ ନାଦାରଙ୍କ ସମ୍ପତ୍ତି ଗତବର୍ଷ ଯଥାକ୍ରମେ ୨୭.୦୧ ପ୍ରତିଶତ, ୧୬.୫୦ ପ୍ରତିଶତ ଏବଂ ୧୫.୮୩ ପ୍ରତିଶତ ବୃଦ୍ଧି ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe