Google Sites
ନୂଆଦିଲ୍ଲୀ: ଦେଶର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନିଙ୍କ ସଂସ୍ଥା ଆଦାନି ଗ୍ରୁପ୍ର କେତେକ କଂପାନି ବିରୋଧରେ ନିୟମ ଉଲ୍ଲଂଘନ ଅଭିଯୋଗ ରହିଛି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ନିୟମକୁ ଏହି ସଂସ୍ଥାଗୁଡ଼ିକ ଉଲ୍ଲଂଘନ କରିଛନ୍ତି। ସେଥିପାଇଁ ସେବି ଓ ରାଜସ୍ବ ଗୁଇନ୍ଦା ବିଭାଗ (ଡିଆର୍ଆଇ) ତରଫରୁ କଂପାନି ବିରୋଧରେ ତଦନ୍ତ ଜାରି ରହିଛି ବୋଲି ଆଜି ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲିଖିତ ସୂଚନା ଦେଇଛନ୍ତି। ତେବେ ଆଦାନି ଗ୍ରୁପ୍ର କେଉଁ କଂପାନିଗୁଡ଼ିକ ବିରୋଧରେ ତଦନ୍ତ ଚାଲିଛି ତାହାର ସୂଚନା ସେ ଦେଇନାହାନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତରଫରୁ କୌଣସି କଂପାନିର ତଦନ୍ତ କରାଯାଉନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ଖବର ସମ୍ପର୍କରେ ଆଦାନି ଗ୍ରୁପ୍ର ପ୍ରବକ୍ତା କହିଛନ୍ତି ଯେ କଂପାନି ସେବି ନିୟମକୁ ସର୍ବଦା ପାଳନ କରୁଛି। ସେବି ଠାରୁ ଆମେ କୌଣସି ସୂଚନା ପାଇନାହୁଁ। ଡିଆର୍ଆଇ ତଦନ୍ତ ସମ୍ପର୍କରେ ସେ କହିଛନ୍ତି ପାଞ୍ଚ ବର୍ଷ ପୂର୍ବେ ଆଦାନି ପାୱାରକୁ ଏକ କାରଣ ଦର୍ଶାଅ ନୋଟିସ୍ ମିଳିଥିଲା। ଉପକରଣର ମୂଲ୍ୟକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରାଯାଇନାହିଁ ବୋଲି ତଦନ୍ତ ଏଜେନ୍ସି ଜାଣିପାରିଥିଲା ଓ ଆଦାନି ପାୱାରକୁ କ୍ଲିନ୍ ଚିଟ୍ ମିଳିଥିଲା ବୋଲି ସେ କହିଛନ୍ତି।
Follow Us