ଲାଞ୍ଚ ମାମଲାରେ ମୁହଁ ଖୋଲିଲେ ‌ଆଦାନୀ: ‘ପ୍ରତ୍ୟେକ ଆକ୍ରମଣ ଆମକୁ ସୁଦୃଢ଼ କରେ’

Advertisment

ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀଙ୍କ ସମେତ ୮ଜଣଙ୍କ ବିରୋଧରେ ଲାଞ୍ଚ ପ୍ରଦାନ ସଂକ୍ରାନ୍ତ ଅଭିଯୋଗ ଆଣିବା ପରେ ପ୍ରଥମ ଥର ପାଇଁ ସେ ଆଜି ମୁହଁ ଖୋଲିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରତ୍ୟେକ ଅଭିଯୋଗ ଆମକୁ ସୁଦୃଢ଼ କରେ ବୋଲି ସେ ମତ ଦେଇଛନ୍ତି।

ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀଙ୍କ ସମେତ ୮ଜଣଙ୍କ ବିରୋଧରେ ଲାଞ୍ଚ ପ୍ରଦାନ ସଂକ୍ରାନ୍ତ ଅଭିଯୋଗ ଆଣିବା ପରେ ପ୍ରଥମ ଥର ପାଇଁ ସେ ଆଜି ମୁହଁ ଖୋଲିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରତ୍ୟେକ ଅଭିଯୋଗ ଆମକୁ ସୁଦୃଢ଼ କରେ ବୋଲି ସେ ମତ ଦେଇଛନ୍ତି।

ଆଦାନିଙ୍କୁ ଏସିଆର ସବୁଠୁ ବଡ଼ ଧନୀ ମୁକୁଟ

ନୂଆଦିଲ୍ଲୀ: ଆମେରିକାର ନ୍ୟାୟ ବିଭାଗ ଗୌତମ ଆଦାନୀଙ୍କ ସମେତ ୮ଜଣଙ୍କ ବିରୋଧରେ ଲାଞ୍ଚ ପ୍ରଦାନ ସଂକ୍ରାନ୍ତ ଅଭିଯୋଗ ଆଣିବା ପରେ ପ୍ରଥମ ଥର ପାଇଁ ସେ ଆଜି ମୁହଁ ଖୋଲିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରତ୍ୟେକ ଅଭିଯୋଗ ଆମକୁ ସୁଦୃଢ଼ କରେ ବୋଲି ସେ ମତ ଦେଇଛନ୍ତି। ଜୟପୁରଠାରେ ଆୟୋଜିତ ୫୧ତମ ଜେମ୍ ଆଣ୍ଡ୍‌ ଜୁଏଲାରି ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେଇ ଶ୍ରୀ ଆଦାନୀ କହିଛନ୍ତି ଯଦିଓ ଆମର ଅନେକ ସଫଳତା ରହିଛି, ଅନେକ ଚାଲେଞ୍ଜ ବି ରହିଛି। କିନ୍ତୁ ଏସବୁ ଚାଲେଞ୍ଜ ଆମକୁ ଭାଙ୍ଗି ଦେଇନାହିଁ, ବରଂ ସେସବୁ ଆମକୁ ଅଧିକ ମଜଭୁତ କରିଛି। ଆମର ନୀତିଗୁଡ଼ିକ ପ୍ରତି ଆମର ବଳିଷ୍ଠ ଅଙ୍ଗୀକାରବଦ୍ଧତା ରହିଛି।

ନିକଟ ଅତୀତରେ ଘଟିଥିବା ଏକ ଘଟଣା ଏହାର ଏକ ଉଦାହରଣ। ଆମେରିକାଠାରୁ ଆମେ କେତେକ ଅଭିଯୋଗ ସମ୍ମୁଖୀନ ହୋଇଛୁ। ପ୍ରଥମ ଥର ପାଇଁ ତାଙ୍କ କମ୍ପାନି ଏଭଳି ଆହ୍ବାନର ସମ୍ମୁଖୀନ ହୋଇନାହିଁ। ତେବେ ପ୍ରତ୍ୟେକ ଆକ୍ରମଣ ଆମକୁ ମଜଭୁତ କରେ ଏବଂ ପ୍ରତ୍ୟେକ ପ୍ରତିବନ୍ଧକ ଆମ ପାଇଁ ଉପରକୁ ଉଠିବାର ପାହାଚ ବୋଲି ସେ କହିଛନ୍ତି। ଆପଣ ଯେତେ ଉପରକୁ ଉଠିବେ ସେତେ ଯାଞ୍ଚ ବା ଅନୁଧ୍ୟାନର ସାମ୍ନା କରିବେ। ଆପଣଙ୍କ ସଫଳତା ସେହି ଯାଞ୍ଚ ବା ଅନୁଧ୍ୟାନରେ ରହିଛି। ବିଦେଶୀ ଦୁର୍ନୀତି ଆଚରଣ ଆଇନ ବା ଏଫସିପିଏ ଅଧୀନରେ ଆଦାନୀ ଗ୍ରୁପର କେହି ଏ ନେଇ ଅଭିଯୋଗ ପାଇନାହାନ୍ତି। କିନ୍ତୁ ନକାରାତ୍ମକ ବିଷୟ ତୀବ୍ର ବେଗରେ ପ୍ରସାରିତ ହୁଏ ବୋଲି ସେ କହିଛନ୍ତି। ଗତକାଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହି ମାମଲାରେ ମତ ରଖାଯାଇଥିଲା। ଆମେରିକା କର୍ତ୍ତୃପକ୍ଷଙ୍କ ଠାରୁ ଆମେ ଆଦାନୀଙ୍କ ଗିରଫ ନେଇ କୌଣସି ଅନୁରୋଧ ପାଇନାହୁଁ। ରାଜିନାମା ଅନୁଯାୟୀ, ଆମେରିକା ଆମକୁ ଅଭିଯୋଗ ସଂକ୍ରାନ୍ତରେ ପ୍ରମାଣ ଦେବାକୁ ହେବ ବୋଲି ବିଦେଶ ବ୍ୟାପାର ମନ୍ତ୍ରାଳୟ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe