ଆଦାନୀଙ୍କ ସଂପତ୍ତି ଦିନକୁ ବଢ଼ିଛି ୪୪୯ କୋଟି, ମୁକେଶଙ୍କଠାରୁ ବି ଅଧିକ

Advertisment

ବ୍ଲୁମବର୍ଗ ବିଲିୟନେୟାର ସୂଚୀ

ବ୍ଲୁମବର୍ଗ ବିଲିୟନେୟାର ସୂଚୀ

୫ଜି ପାଇଁ କିଏ କେତେ ଜମା କଲେ?

TFIPOST

ନୂଆଦିଲ୍ଲୀ: ଦେଶର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସଂପତ୍ତି ସୃଷ୍ଟି କରିବା କ୍ଷେତ୍ରରେ ଚଳିତବର୍ଷ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ସବା ଆଗରେ ଅଛନ୍ତି। ତାଙ୍କ କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ଫଳରେ ଚଳିତବର୍ଷ ଏପର୍ଯ୍ୟନ୍ତ ଗୌତମ ଆଦାନୀଙ୍କ ସମ୍ପତ୍ତି ୧୯.୧ ବିଲିଅନ ଡଲାର ବା ୧ ଲକ୍ଷ ୪୦ ହଜାର କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଅର୍ଥାତ ଦିନକୁ ସେ ପ୍ରାୟ ୪୪୯ କୋଟିର ସଂପତ୍ତି ଯୋଡ଼ିଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ବା ସୂଚୀରୁ ଏହା ଜଣାଯାଇଛି। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ୧୬.୪ ବିଲିଅନ ଡଲାରର ସମ୍ପତ୍ତି ଯୋଡ଼ି ପାରିଛନ୍ତି। ଚଳିତବର୍ଷର ପ୍ରଥମ ୧୦ ମାସ ୧୫ ଦିନର ହିସାବକୁ ଏଠାରେ ବିଚାରକୁ ନିଆଯାଇଛି। କେବଳ ମୁକେଶ ନୁହନ୍ତି ଅଧିକ ସଂପତ୍ତି ସୃଷ୍ଟି କରିବା କ୍ଷେତ୍ରରେ ଆଦାନୀ ବିଶ୍ବରେ ନବମ ସ୍ଥାନରେ ରହିଛନ୍ତି। ଏ କ୍ଷେତ୍ରରେ ସେ ଷ୍ଟିଭ ବାଲ୍‌ମର୍‌, ଲାରି ପେଜ୍ ଏବଂ ବିଲ୍‌ ଗେଟ୍ସ ଭଳି ଧନୀ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଆଗରେ ରହିଛନ୍ତି।

ଚଳିତବର୍ଷ ଆଦାନୀଙ୍କ ସଂପତ୍ତି ୩୦.୪ ବିଲିଅନ ଡଲାରକୁ ବୃଦ୍ଧି ପାଇଛି। ଫଳରେ ସେ ବିଶ୍ବର ୪୦ତମ ଧନୀ ବ୍ୟକ୍ତିରେ ପରିଣତ ହୋଇପାରିଛନ୍ତି। ମୁକେଶ ଅମ୍ବାନିଙ୍କ ସଂପତ୍ତି ଏବେ ୭୫ ବିଲିଅନ ଡଲାରରେ ପହଞ୍ଚିଛି। ସେ ଏବେ ବିଶ୍ବର ଦଶମ ‌ବୃହତ୍ ଧନୀ ବ୍ୟକ୍ତି ରହିଛନ୍ତି ବୋଲି ବ୍ଲୁମବର୍ମ ବିଲିୟନେୟାର ସୂଚୀରେ କୁହାଯାଇଛି। ଅନ୍ୟପକ୍ଷରେ ବିଶ୍ବସ୍ତରରେ ଆମେରିକାର ଟେସ୍‌ଲା କମ୍ପାନି ପ୍ରତିଷ୍ଠାତା ଏଲନ୍‌ ମସ୍କ ଚଳିତବର୍ଷ ସର୍ବାଧିକ ସଂପତ୍ତି ସୃଷ୍ଟି କରିପାରିଛନ୍ତି। ୨୦୨୦ ମସିହାର ପ୍ରଥମ ସାଢ଼େ ଦଶମାସରେ ମସ୍କ ତାଙ୍କ ସଂପତ୍ତିରେ ୯୨ ବିଲିଅନ ଡଲାର ଯୋଡ଼ିଛନ୍ତି। ଫଳରେ ତାଙ୍କର ସଂପତ୍ତି ବର୍ତ୍ତମାନ ସୁଦ୍ଧା ୧୨୦ ବିଲିଅନ ଡଲାରରେ ପହଞ୍ଚିଛି। ଆଦାନୀ ପାୱାରକୁ ବାଦ ଦେଲେ ଆଦାନୀ ଗ୍ରିନ, ଆଦାନୀ ଏଣ୍ଟରପ୍ରାଇଜେସ, ଆଦାନୀ ଗ୍ୟାସ ଆଣ୍ଡ ଆଦାନୀ ଟ୍ରାନ୍ସମିସନ, ଆଦାନୀ ଗ୍ରିନ ଏନର୍ଜି ଆଦିର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ଆଦାନୀଙ୍କ ଅଧୀନରେ ପରିଚାଳିତ କମ୍ପାନି ଗୁଡ଼ିକ ଏବେ ବନ୍ଦର, ବିମାନ ବନ୍ଦର, ଶକ୍ତି, ରିଅଲ ଇଷ୍ଟେଟ, ଗ୍ୟାସ ବଣ୍ଟନ, ଲଜିଷ୍ଟିକ୍ସ ସମେତ ଅନ୍ୟାନ୍ୟ ବ୍ୟବସାୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe