ବଡ଼ ପ୍ରକଳ୍ପ କାମ ବନ୍ଦ କଲା ଆଦାନି: ୩୪,୯୦୦ କୋଟିର ପେଟ୍ରୋକେମ୍‌ ପ୍ରକଳ୍ପ

Advertisment
ଆଦାନି-ହିଣ୍ଡେନବର୍ଗ ରିପୋର୍ଟ: ଜେପିସି ତଦନ୍ତ ଦାବିକୁ ପାୱାରଙ୍କ ନାପସନ୍ଦ

ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗ କରିଥିବା ଅଭିଯୋଗର ପ୍ରଭାବ ଆଦାନି ଗ୍ରୁପ୍‌ ଉପରେ ଏବେବି ରହିଛି। ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍ ଏହାର ପେଟ୍ରୋକେମିକାଲ୍ ପ୍ରକଳ୍ପର କାମ ବନ୍ଦ କରିଦେଇଛି। ଗୁଜରାଟର ମୁନ୍ଦ୍ରାଠାରେ ୩୪,୯୦୦ କୋଟି ଟଙ୍କା ବିନିଯୋଗରେ ଆଦାନି ଏଣ୍ଟରପ୍ରାଇଜେସ୍‌ ଏହି ପ୍ରକଳ୍ପ ନିର୍ମାଣ କରୁଛି। କୋଇଲାରୁ ପିଭିସି ତିଆରି କରିବା ଲାଗି ସ୍ଥାପନ କରାଯାଉଥିବା ଏହି କାରଖାନା ପାଇଁ ୨୦୨୧ରେ ମୁନ୍ଦ୍ରା ପେଟ୍ରୋକେମ୍ ଲିମିଟେଡ୍‌ ନାମକ ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ସ୍ଥାପନ କରାଯାଇଥିଲା। ଏବେ ଆଦାନି ଗ୍ରୁପ୍ ଏହାର ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ସମ୍ଭାବନାକୁ ଆଉ ଥରେ ଅନୁଧ୍ୟାନ କରୁଛି। କେଉଁ ପ୍ରକଳ୍ପକୁ ନେଇ କଂପାନି ଆଗକୁ ବଢ଼ିବ ତାହା ପ୍ରଥମେ ସ୍ଥିର କରିବାକୁ ଚାହୁଛି। ସେଥିପାଇଁ ବୋଧ ହୁଏ ଏହି ବଡ଼ ପ୍ରକଳ୍ପର କାର୍ଯ୍ୟକୁ ଅଟକାଇ ଦିଆଯାଇଛି ବୋଲି ଅନୁମାନ କରାଯାଉଛି। ପରବର୍ତ୍ତୀ ନିର୍ଦେଶ ନମିଳିବା ପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନକରିବାକୁ ମୁନ୍ଦ୍ରା ପେଟ୍ରୋକେମ୍‌କୁ ଗ୍ରୁପ୍ କଂପାନି ପକ୍ଷରୁ କୁହାଯାଇଛି।

ମୁନ୍ଦ୍ରାରେ ସ୍ଥାପନ କରାଯାଉଥିବା ପେଟ୍ରୋକେମ୍ ପ୍ରକଳ୍ପରେ କଂପାନି ବାର୍ଷିକ ୨,୦୦୦ କିଲୋ ଟନ୍‌ ପିଭିସି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଏହା ଅଷ୍ଟ୍ରେଲିଆ, ରୁଷିଆ ଓ ଅନ୍ୟ କିଛି ଦେଶରୁ କୋଇଲା ମଗାଇବା ଲାଗି ଯୋଜନା ରଖିଛି। ଭାରତରେ ପିଭିସି ଶିଳ୍ପ ବାର୍ଷିକ ୭ ପ୍ରତିଶତ ହାରରେ ଆଗକୁ ବଢ଼ୁଛି। କିନ୍ତୁ ସ୍ଥାନୀୟ ଉତ୍ପାଦନ ୧.୪ ନିୟୁତ ଟନ୍‌ରେ ସ୍ଥିର ରହିଛି। ମୋଟ ଚାହିଦା ୩.୫ ନିୟୁତ ଟନ୍‌ ଥିବାରୁ ସ୍ଥାନୀୟ କଂପାନିଗୁଡ଼ିକ ସେହି ଚାହିଦା ପୂରଣ କରିପାରୁନାହାନ୍ତି। ଅବଶିଷ୍ଟ ପିଭିସି ବାହାରୁ ମଗାଇବାକୁ ପଡ଼ୁଛି। ଏହି କ୍ଷେତ୍ରରେ ବ୍ୟବସାୟ ଆଗକୁ ବଢ଼ାଇବାର ସୁଯୋଗ ଥିବା ବିଚାର କରି ଆଦାନି ଗ୍ରୁପ୍ ଏହି ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା।

ଷ୍ଟକ ମୂଲ୍ୟରେ ହେରଫେର, ଆକାଉଣ୍ଟ୍ ଜାଲିଆତି ଓ ଜାଲ୍ କଂପାନି ଗଠନ କରି ଆଦାନି ଗ୍ରୁପ୍ କାରବାର କରୁଥିବା ନେଇ ହିଣ୍ଡେନ୍‌ବର୍ଗ ଅଭିଯୋଗ କରିଥିଲା। ଏହି ରିପୋର୍ଟ ଆଦାନି ସାମ୍ରାଜ୍ୟକୁ ଦୋହଲାଇ ଦେଇଛି। କଂପାନିର ଥିବା ୧୦ ତାଲିକାଭୁକ୍ତ ସଂସ୍ଥାର ସେୟାର ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି। ଆଦାନିଙ୍କ ବ୍ୟକ୍ତିଗତ ସମ୍ପତ୍ତିରେ ଦ୍ରୁତ ହ୍ରାସ ହେବାରୁ ସେ ବିଶ୍ବ ଧନୀ ତାଲିକାର ଶ୍ରେଷ୍ଠ ୧୦ ଭିତରୁ ବାହାରି ଯାଇଛନ୍ତି। ଏବେ ଆଦାନି ଗ୍ରୁପ୍ ନିବେଶକମାନଙ୍କ ବିଶ୍ବାସ ଫେରିପାଇବା ଲାଗି କାମ କରୁଛି। ଋଣଗୁଡ଼ିକୁ ଆଗୁଆ ଶୁଝୁଥିବା ବେଳେ ୭୦୦୦ କୋଟି ଟଙ୍କାରେ ଏକ ପାୱାର ପ୍ଲାଣ୍ଟ୍‌ କିଣିବା ପ୍ରସ୍ତାବକୁ ବାତିଲ କରିଛି। ପିଟିସିର ଅଂଶଧନ କିଣିବା ଯୋଜନାକୁ ମଧ୍ୟ ରଦ୍ଦ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe