Image Courtesy of Greater Kashmir
ମୁମ୍ବାଇ: ରିଲାଏନ୍ସ ଓ ଟାଟା ପରେ ଡ୍ରୋନ୍ ବ୍ୟବସାୟରେ ପ୍ରବେଶ କରିବ ଆଦାନି ଏଣ୍ଟରପ୍ରାଇଜେସ୍। ଗୌତମ ଆଦାନିଙ୍କ କମ୍ପାନି ଆଦାନି ଏଣ୍ଟରପ୍ରାଇଜେସ୍ର ଏକ ସହାୟକ କମ୍ପାନି ଆଦାନି ଡିଫେନ୍ସ ସିଷ୍ଟମ୍ସ ଆଣ୍ଡ୍ ଟେକ୍ନୋଲୋଜି ବେଙ୍ଗାଲୁରୁର ଡ୍ରୋନ ନିର୍ମାତା ତଥା ଷ୍ଟାର୍ଟ ଅପ୍ କମ୍ପାନି ଜେନେରାଲ ଏରୋନଟିକ୍ସର ୫୦ ପ୍ରତିଶତ ଅଂଶଧନ କିଣିବ। ବେଙ୍ଗାଲୁରୁର ଏହି ଷ୍ଟାର୍ଟ ଅପ୍ କମ୍ପାନି ବାଣିଜ୍ୟିକ ଡ୍ରୋନ ନିର୍ମାଣ କରୁଛି। ଉକ୍ତ ଅଂଶଧନ କ୍ରୟ ଫଳରେ ଆଦାନିକୁ ମିଲିଟାରି ୟୁଏଭି କ୍ଷମତା ବଢ଼ାଇବାରେ ସହାୟକ ହେବ ବୋଲି ଆଦାନି ଡିଫେନ୍ସର ସିଇଓ ଆଶିଷ ରାଜବଂଶୀ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛନ୍ତି। ପ୍ରତିରକ୍ଷା ସହିତ କୃଷି କ୍ଷେତ୍ରରେ ଡ୍ରୋନର ବ୍ୟବହାର ବୃଦ୍ଧି ଉପରେ ମଧ୍ୟ ଆଦାନି କାମ କରିବ। ଜେନେରାଲ ଏରୋନଟିକ୍ସ ବିଶେଷକରି କୃଷି କ୍ଷେତ୍ର ପାଇଁ କାର୍ଯ୍ୟ କରୁଛି। ଆଦାନି ଡ୍ରୋନ କମ୍ପାନିର ୫୦ ପ୍ରତିଶତ ଅଂଶଧନକୁ କେତେ ଅର୍ଥରେ କିଣିଛି ତାହାର ସୂଚନା ବର୍ତ୍ତମାନ ଦେଇନାହିଁ। ତେବେ ଉକ୍ତ ଅଂଶଧନ ହାସଲ କାର୍ଯ୍ୟ ୨୦୨୨ ଜୁଲାଇ ୩୧ ସୁଦ୍ଧା ସଂପୂର୍ଣ୍ଣ ହେବ।
Follow Us