ମୁମ୍ବାଇ: ଆପଣ ଅନେକ ସମୟରେ ପ୍ୟାକେଟରେ ଭର୍ତ୍ତି ଅଟା ପ୍ୟାକେଟ ଦେଖିଥିବେ | ୧ କିଲୋଗ୍ରାମ, ୫ କିଲୋଗ୍ରାମ ଓଜନରେ ଅଟା ପ୍ୟାକେଟ ବିକ୍ରି ହେଉଥିବାର ଆପଣ ଦେଖିଥିବେ | ଏହାବାଦ ବର୍ତ୍ତମାନ ଅଟାର ବ୍ୟବହାର ଘରେ ଘରେ ବଢ଼ିଥିବାବେଳେ ଲୋକମାନେ ପ୍ୟାକେଟ ଅଟା କିଣୁଛନ୍ତି | ଏହା ଛଡା କିଛି ଲୋକ ବଜାରରୁ ଖୋଲା ଗହମ କିଣି ତାହାକୁ ଗୁଣ୍ଡ କରୁଛନ୍ତି | କିନ୍ତୁ ଖୁବ ଶୀଘ୍ର ବଜାରରେ ବ୍ରାଣ୍ଡେଡ୍ ଗହମ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି | ଆଦାନୀ ଗ୍ରୁପର କମ୍ପାନୀ ଆଦାନୀ ୱିଲମାର ବ୍ରାଣ୍ଡେଡ୍ ଗହମ ଆଣିବାକୁ ଘୋଷଣା କରିଛି |
କମ୍ପାନୀ ଘୋଷଣା କରିଛି ଯେ ଏହା ବର୍ତ୍ତମାନ ଫର୍ଚୁନ୍ ବ୍ରାଣ୍ଡ ନାମରେ ବଜାରରେ ଗହମ ବିକ୍ରି କରିବ। ଆଦାନୀ ୱିଲମାର ପକ୍ଷରୁ କୁହାଯାଇଛି ଯେ କମ୍ପାନୀ ଫର୍ଚୁନ୍ ବ୍ରାଣ୍ଡ ନାମରେ ବିଭିନ୍ନ ପ୍ରକାରର ଗହମ ବିକ୍ରି କରିବ। ଗହମ କିସମଗୁଡିକ ମଧ୍ୟରେ ଶର୍ବତୀ, ପୂର୍ଣ୍ଣା, ଲୋକୱାନ୍ ଏବଂ ଏପି ଗ୍ରେଡ୍ ୧ ପ୍ରମୁଖ ଗହମ ରହିବ | ପ୍ରଥମେ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ରାଜସ୍ଥାନରେ ବ୍ରାଣ୍ଡେଡ଼ ଗହମ ବିକ୍ରି ହେବ | କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ବଜାରରେ ଭଲ ଗହମର ବହୁତ ଆବଶ୍ୟକତା ଅଛି | ଲୋକମାନେ ନିଜେ ଗହମ ଗୁଣ୍ଡ କରି ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି | ଯେହେତୁ ଲୋକମାନଙ୍କର ଚାହିଦା ବଢୁଛି ତେଣୁ ବ୍ରାଣ୍ଡେଡ ଗହମ ବିକ୍ରି କରାଯିବ | ତେବେ ଗହମର ମୂଲ୍ୟ କେତେ ରହିବ ସେନେଇ କୌଣସି ଘୋଷଣା କରାଯାଇନାହିଁ |
Follow Us