ଆଦାନିଙ୍କ ଦିନକୁ ଆୟ ୧୬୧୨ କୋଟି

Advertisment

ଆଦାନିଙ୍କ ଭାଇ ସବୁଠୁ ଧନୀ ପ୍ରବାସୀ ଭାରତୀୟ

ଆଦାନିଙ୍କ ଭାଇ ସବୁଠୁ ଧନୀ ପ୍ରବାସୀ ଭାରତୀୟ

ନିବେଶକଙ୍କ ମୁଣ୍ଡରେ ଚଡ଼କ, ହରାଇଲେ ୧୦ ଲକ୍ଷ କୋଟି, ସେୟାର ମୂଲ୍ୟରେ ୫୮% ହ୍ରାସ

fortuneindia.com

ନୂଆଦିଲ୍ଲୀ: ରକେଟ୍‌ ଗତିରେ ସମ୍ପତ୍ତି ବୃଦ୍ଧି ଲାଗି ଚର୍ଚ୍ଚାରେ ଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ଦୈନିକ ଆୟ ବିଷୟରେ ଜାଣିଲେ ଯେକେହି ଚମକି ପଡ଼ିବେ। ୨୦୨୧ରେ ସେ ଦୈନିକ ୧୬୧୨ କୋଟି ଟଙ୍କା ଆୟ କରିଛନ୍ତି। ତାଙ୍କ ପାଖରେ ୧୦.୯୪ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ଗତବର୍ଷ ତୁଳନାରେ ଆଦାନିଙ୍କ ସମ୍ପତ୍ତିରେ ୧୧୬ ପ୍ରତିଶତ ବୃଦ୍ଧି ହୋଇଛି ବୋଲି ଆଇଆଇଏଫ୍ଏଲ୍‌ ହୁରୁନ୍ ଇଣ୍ଡିଆ ଧନୀ ତାଲିକାରୁ ଜଣାପଡ଼ିଛି। ଏହି ତାଲିକାରେ ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କ ପଛକୁ ଆଦାନି ବିଶ୍ବର ଦ୍ବିତୀୟ ବଡ଼ ଧନୀ ହୋଇରହିଛନ୍ତି।

ବର୍ଷକ ଭିତରେ ଆଦାନି ନିଜ ସମ୍ପତ୍ତିରେ ୫.୮୯ ଲକ୍ଷ କୋଟି ଟଙ୍କା ଯୋଡ଼ିଛନ୍ତି। ବିଗତ ପାଞ୍ଚ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ୧୪୪୦ ପ୍ରତିଶତ ବୃଦ୍ଧି ପାଇଛି। ଆଦାନିଙ୍କଠାରୁ ବହୁ ପଛରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି। ମୁକେଶଙ୍କ ପାଖରେ ୭.୯୫ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ରହିଛି। ତାଲିକାରେ ସର୍ବକନି‌ଷ୍ଠ ଧନୀ ବ୍ୟକ୍ତି ଭାବେ ସାମିଲ ହୋଇଛନ୍ତି ଜେପ୍‌ଟୋର ପ୍ରତିଷ୍ଠାତା ୧୯ ବର୍ଷୀୟ କୈବଲ୍ୟ ବୋହ୍‌ରା। ତାଙ୍କ ସମ୍ପତ୍ତି ପରିମାଣ ୧୦୦୦ ଟଙ୍କା ରହିଛି। ନିଜ ଉଦ୍ୟମରେ ସବୁଠୁ ଧନୀ ହୋଇଥିବା ମହିଳା ଭାବେ ବାୟୋକନ୍‌ର କିରଣ ମଜୁମଦାର ସ’ଙ୍କୁ ପଦଚ୍ୟୁତ କରିଛନ୍ତି ନାଏକାର ମୁଖ୍ୟ ଫାଲ୍‌ଗୁନି ନାୟାର।

କନଫ୍ଲୁଏଣ୍ଟ୍‌ର ନେହା ନରଖେଡ଼େ ହେଉଛନ୍ତି ନିଜ ଉଦ୍ୟମରେ ଧନୀ ‌ହୋଇଥିବା ସର୍ବକନିଷ୍ଠ ମହିଳା। ଭାରତର ବ୍ୟବସାୟୀ ପରିବାରଗୁଡ଼ିକ ମଧ୍ୟରେ ଆଦାନିଙ୍କ ପରିବାରର ସମ୍ପତ୍ତି ୫ ବର୍ଷରେ ୧୫.୪ ଗୁଣା ବଢ଼ିଥିବା ବେଳେ ବିନୋଦ ଶାନ୍ତିଲାଲ ଆଦାନିଙ୍କ ପରିବାର ସମ୍ପତ୍ତି ୯.୫ ଗୁଣା, ଶିବ ନାଦାର ପରିବାର ସମ୍ପତ୍ତି ୫ ଗୁଣା ଓ ରାଧାକ୍ରିଷ୍ଣ ଦମାନିଙ୍କ ପରିବାର ସମ୍ପତ୍ତି ୩.୮ ଗୁଣା ବୃଦ୍ଧି ପାଇଛି। ଭାରତରେ ୧୦୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକଙ୍କ ସଂଖ୍ୟା ୨୦୨୧ରେ ୯୬ ବୃଦ୍ଧି ପାଇ ୧୧୦୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୨ ପ୍ରତିଶତ ଧନୀଙ୍କ ବୟସ ୫୦ ବର୍ଷରୁ ଅଧିକ ଥିବା ବେଳେ ୩୦ ବର୍ଷରୁ କମ୍ ବୟସର ଧନୀଙ୍କ ସଂଖ୍ୟା ୦.୬ ପ୍ରତିଶତ ରହିଛି।

publive-image

ଆଦାନିଙ୍କ ଭାଇ ସବୁଠୁ ଧନୀ ପ୍ରବାସୀ ଭାରତୀୟ
ଆଦାନି ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନିଙ୍କ ବଡ଼ ଭାଇ ବିନୋଦ ଶାନ୍ତିଲାଲ ଆଦାନି ହେଉଛନ୍ତି ସବୁଠୁ ଧନୀ ପ୍ରବାସୀ ଭାରତୀୟ। ଦୁବାଇରେ ରହୁଥିବା ବିନୋଦଙ୍କ ସମ୍ପତ୍ତି ଗତ ଏକ ବର୍ଷ ଭିତରେ ୩୭,୪୦୦ କୋଟି ଟଙ୍କା ବୃଦ୍ଧି ପାଇଛି। ସେ ଭାରତର ଶ୍ରେଷ୍ଠ ୧୦ ଜଣ ଧନୀଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି। ଗତ ପାଞ୍ଚ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ୮୫୦ ପ୍ରତିଶତ ବୃଦ୍ଧି ପାଇ ୧,୬୯,୦୦୦ କୋଟି ଟଙ୍କାରେ ପହଞ୍ଚିଛି। ଗତବର୍ଷ ବିନୋଦଙ୍କ ଦୈନିକ ଆୟ ୧୦୨ କୋଟି ଟଙ୍କା ଥିଲା। ପ୍ରବାସୀ ଭାରତୀୟ ଧନୀ ତାଲିକାରେ ୯୪ ଜଣଙ୍କ ନାମ ରହିଛି। ବିନୋଦ ଆଦାନିଙ୍କ ବ୍ୟତୀତ ତାଲିକାରେ ହିନ୍ଦୁଜା ଭ୍ରାତା, ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲ, ବେଦାନ୍ତର ଅନିଲ ଅଗ୍ରୱାଲ, ସାପୁରଜୀ ପାଲୋଞ୍ଜି ମିସ୍ତ୍ରୀ ଓ ଇଣ୍ଡିଗୋର ରାକେଶ ଗଙ୍ଗୱାଲ୍‌ ଆଦିଙ୍କ ନାମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe