କରଣଙ୍କ କମ୍ପାନିର ୫୦% ଅଂଶ କିଣିଲେ ଅଦାର, ୧୦୦୦ କୋଟିର ଡିଲ୍‌

Advertisment

କରୋନା ମହାମାରୀ ସମୟରେ ଟିକା ଉତ୍ପାଦନ କରି ଚର୍ଚ୍ଚିତ ହୋଇଥିବା ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଅଦାର ପୁନାୱାଲା ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ସ ଓ ଧର୍ମାଟିକ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ୫୦ ପ୍ରତିଶତ ଅଂଶଧନକୁ ୧୦୦୦ କୋଟି ଟଙ୍କାରେ କିଣିଛନ୍ତି।

କରୋନା ମହାମାରୀ ସମୟରେ ଟିକା ଉତ୍ପାଦନ କରି ଚର୍ଚ୍ଚିତ ହୋଇଥିବା ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଅଦାର ପୁନାୱାଲା ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ସ ଓ ଧର୍ମାଟିକ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ୫୦ ପ୍ରତିଶତ ଅଂଶଧନକୁ ୧୦୦୦ କୋଟି ଟଙ୍କାରେ କିଣିଛନ୍ତି।

hkhffkhfkh

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଟିକା ଉତ୍ପାଦନ କରି ଚର୍ଚ୍ଚିତ ହୋଇଥିବା ସିରମ୍‌ ଇନଷ୍ଟିଚ୍ୟୁଟ୍‌ର ଅଦାର ପୁନାୱାଲା ବଲିଉଡ୍‌ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍‌ସ ଓ ଧର୍ମାଟିକ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ୫୦ ପ୍ରତିଶତ ଅଂଶଧନକୁ ୧୦୦୦ କୋଟି ଟଙ୍କାରେ କିଣିଛନ୍ତି। ନିଜ କମ୍ପାନି ସିରିନ ଏଣ୍ଟରଟେନ୍‌ମେଣ୍ଟ୍‌ ଜରିଆରେ ଅଦାର ଏହି ନିବେଶ କରିଛନ୍ତି। ଏହି ଡିଲ୍ ପରେ ଧର୍ମାରେ କରଣ ଜୋହରଙ୍କ ଅଂଶଧନ ୫୦ ପ୍ରତିଶତକୁ ହ୍ରାସ ପାଇଛି। ଏହା ସତ୍ତ୍ବେ ସେ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୋଇ ରହିବେ। କରଣ ଜୋହରଙ୍କ ସହ ହାତ ମିଳାଇଥିବାରୁ ଅଦାର ଖୁସି ପ୍ରକଟ କରିଛନ୍ତି।

ଆଗାମୀ ଦିନରେ ଧର୍ମାକୁ ଆହୁରି ଉପରକୁ ନେବାକୁ ସେ ଆଶା ରଖିଛନ୍ତି। କରଣ କହିଛନ୍ତି ଯେ ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରୁଥିବା ସିନେମା ତିଆରି କରିବାକୁ ମୋ ବାପା ସ୍ବପ୍ନ ଦେଖିଥିଲି। ସେହି ସ୍ବପ୍ନକୁ ସାକାର କରିବା ଲାଗି ମୁଁ ମୋ କ୍ୟାରିୟର୍‌କୁ ଉତ୍ସର୍ଗ କରିଛି। କରଣଙ୍କ ବାପା ୟଶ୍‌ ଜୋହର ୧୯୭୬ରେ ଧର୍ମା ପ୍ରଡକ୍ସନ୍‌କୁ ସ୍ଥାପନ କରିଥିଲେ। ଏହି ସଂସ୍ଥା କୁଛ୍ କୁଛ୍ ହୋତା ‌ହୈ, କଭି ଅଲ୍‌ବିଦା ନା କେହ୍‌ନା, ‌ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌, ଗୁଡ୍ ନିଉଜ୍ ଓ ବ୍ରହ୍ମାସ୍ମ: ପାର୍ଟ ୱାନ-ଶିବା ଭଳି ସବୁ ଲୋକପ୍ରିୟ ସିନେମା ନିର୍ମାଣ କରିଛି। ସେହିପରି ୨୦୧୮ରେ ଆରମ୍ଭ ହୋଇଥିବା ଧର୍ମାଟିକ୍ ଏଣ୍ଟରଟେନ୍‌ମେଣ୍ଟ ଅଜିବ ଦାସ୍ତାନ, ଏ ୱତନ ମେରେ ୱତନ, କଫି ୱିଥ୍‌ କରନ୍, ଫାବୁଲସ୍‌ ଲାଇଭ୍‌ସ ଅଫ୍‌ ବଲିଉଡ୍‌ ୱାଇଭ୍‌ସ ଭଳି ୱେବ୍ ସିରିଜ୍, ବୃତ୍ତଚିତ୍ର ଓ ସିନେମା ନିର୍ମାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe